Posted inଜାତୀୟ

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ସରିଛି। ମଙ୍ଗଳବାର ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହି ସମୟରେ ସାଉଥ୍‌ ସିନେମାର କେତେକ ସୁପରଷ୍ଟାରଙ୍କୁ ବୁଥ୍‌ ସମ୍ମୁଖରେ ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା। ସେହିପରି ମକ୍କଲ ନିଧି ମୟମର(ଏମ୍‌ଏନ୍‌ଏମ୍‌) ମୁଖ୍ୟ କମଲ ହାସନ ମଧ୍ୟ ଚେନ୍ନାଇର ଏକ ପୋଲିଂ ବୁଥ୍‌ରେ ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସାଙ୍ଗରେ ୨ଝିଅ ମଧ୍ୟ ଉପସ୍ଥିତ ରହିଥିଲେ। ଅନ୍ୟପଟେ କମଲ ହାସନଙ୍କ ଝିଅ ଶ୍ରୁତିଙ୍କ ନାଁରେ ଭାଜପା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୂଚନାଯୋଗ୍ୟ, କୋଏମ୍ବାଟୁର ଦକ୍ଷିଣ ବିଧାନସଭା ଆସନରୁ କମଲ ହାସନ ନିର୍ବାଚନ ଲଢ଼ୁଛନ୍ତି। ଭୋଟ ଦେବା ପରେ ସେ ଉକ୍ତ ବୁଥକୁ ତଦାରଖ ପାଇଁ ଯାଇଥିଲେ। ହେଲେ ସେହି ସମୟରେ ତାଙ୍କ ଝିଅ ଶ୍ରୁତି ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନେଇ ଭାଜପା ଶ୍ରୁତିଙ୍କ ବିରୋଧରେ ନିୟମ ଭାଙ୍ଗ କରିଥିବା ଅଭିଯୋଗ କରିଛି। ଏଥିସହ ନିର୍ବାଚନ ଆୟୋଗଙ୍କ ନିକଟରେ ଶ୍ରୁତିଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର...

ମୋଦି-ଶାହଙ୍କ ପାଖରେ ରହିଛି ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ: ଜୟରାମ ରମେଶ

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ମୋଦି-ଶାହଙ୍କ ପାଖରେ ସିବିଆଇ, ଇଡ଼ି ଏବଂ...

ନିର୍ଭୟା ମାମଲା: ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବନି ଫାଶୀ

ନୂଆଦିଲ୍ଲୀ,୩୧।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଫେବୃୟାରୀ ୧ରେ ଏହି ମାମଲାର...

୮୦ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୭।୬: ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ୬୦ ପଇସା ଲେଖାଏ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା...

ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ...

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଉପକରଣଗୁଡ଼ିକରେ ଅନେକ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ...

ଆସ୍ଥାଭୋଟ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ, ୨୨।୨: ଆସ୍ଥା ଭୋଟ୍‌ର ଦିନକ ପୂର୍ବରୁ ପୁଡ଼ୁଚେରୀର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ...

Advertisement
Archives

Model This Week