ମାଡ଼ି ଆସିଲା ନୂଆ ବିପଦ: ଚାଇନା ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ୍‌ ପଦାର୍ଥ ଲିକ୍‌…

ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍‌ ଆଣବିକ କେନ୍ଦ୍ରରୁ ଅସାବଧାନତା ଯୋଗୁ ଏକ ପ୍ରକାର ଗ୍ୟାସ୍‌ ଲିକ୍‌ ହୋଇଛି। ଏହି ଗ୍ୟାସ୍‌ ନିଷ୍କ୍ରିୟ ଥିଲେ ମଧ୍ୟ ଏଥିରେ ରେଡିଓଆକ୍ଟିଭ୍‌ ପଦାର୍ଥ ରହିଛି। ଚାଇନା ଏବଂ ଫ୍ରାନ୍ସର ଇଡିଏଫ୍‌ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର କାର୍ଯ୍ୟ କରୁଛି। ଇଡିଏଫ୍‌ କମ୍ପାନୀର ଏହି କେନ୍ଦ୍ରରେ ୩୦ ପ୍ରତିଶତ ଅଂଶଧନ ରହିଛି। ଗ୍ୟାସ୍‌ ଲିକ୍‌ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏସମ୍ପର୍କରେ ଚାଇନା ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଚାଇନା ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତେବେ ଫ୍ରାନ୍ସର କମ୍ପାନୀ ରେଡିଓଆକ୍ଟିଭ୍‌ ପଦାର୍ଥ ରିଆକ୍ଟର ନମ୍ବର-୧ରୁ ଲିକ୍‌ ହେବା ନେଇ ଆମେରିକାର ସହଯୋଗ ଲୋଡ଼ିଛି। ଇଡିଏଫ୍‌ ଆମେରିକାର ଶକ୍ତି ବିଭାଗକୁ ସହାୟତା ଲାଗି ଅନୁରୋଧ କରିଛି। ରେଡିଓଆକ୍ଟିଭ୍‌ ପଦାର୍ଥର ବିକିରଣ ଦ୍ୱାରା ଭୟଙ୍କର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଇଡ଼ିଏଫ୍‌ ଆମେରିକାକୁ କହିଛି। ଚାଇନାର ସ୍ଥାନୀୟ ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ୩୫ ବର୍ଷ ତଳେ ୧୯୮୬ ଏପ୍ରିଲ୍‌ ୨୬ରେ ରୁଷିଆର ଚେର୍ନୋବାୟଲରେ ଏଭଳି ଏକ ରେଡିଓଆକ୍ଟିଭ୍‌ ପଦାର୍ଥ ଲିକ୍‌ ଘଟଣା ଯୋଗୁ ଭୟାବହ ସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍‌ ଫେସ୍‌ବୁକ୍‌ର ମୂଳ କମ୍ପାନୀ...

ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ…

କୁଆଲାମ୍ପୁର, ୨୩।୮ : ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ଝଟ୍‌କା ଦେଇଛନ୍ତି। ରାଜ୍ୟ ପାଣ୍ଠିରୁ ଲୁଟ ସମ୍ପର୍କିତ ମାମଲାରେ...

ଟୁଇଟ୍‌ କରିପାରିବେନି ଟ୍ରମ୍ପ!

ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ...

୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ମହିଳା କହିଲେ, ଭାରତ ସ୍ବର୍ଗ ଭଳି

ଔରଙ୍ଗାବାଦ,୨୭।୧: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଲେ ହସିନା ବେଗମ୍‌। ୨୦୦୨ରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ...

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର...

ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ...

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଧମକ ଦେଇ ଟ୍ରୋଲ୍‌ ହେଲେ ପାକିସ୍ତାନୀ ଗାୟିକା

ଇସଲାମାବାଦ୍‌,୨୩।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ଆର୍ମି, ଆଇଏସ୍‌ଆଇ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ...

ତାଲିବାନ ଶାସନରେ ମହିଳାଙ୍କ ଉପରେ ବଢ଼ିଲା ନିର୍ଯାତନା: ମହିଳା ଲୋକପ୍ରତିନିଧିଙ୍କୁ ଘରେ ପଶି ହତ୍ୟା…

କାବୁଲ,୧୬।୧ : ଆଫଗାନିସ୍ତାନରେ ତାଲିବାନ ଶାସନରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ରାଜଧାନୀ କାବୁଲରେ ଜଣେ ପୂର୍ବତନ ସାଂସଦ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳି...

Advertisement
Archives

Model This Week