ଦିଲ୍ଲୀ ପରେ ଏବେ ନଏଡ଼ାରେ ବି ବିବାହ ଭୋଜିରେ ସାମିଲ ହେବେ  କେବଳ ଶହେ ଲୋକ

ନଏଡା,୨୧ ।୧୧: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ଗୌତମ ବୁଦ୍ଧ ନଗର ଜିଲା ପ୍ରଶାସନ ସତର୍କ ହୋଇ ଯାଇଛି । ଗୋଟିଏ ପଟେ ଦିଲ୍ଲୀ-ନଏଡ଼ା ସୀମାରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ର‌୍ୟାଣ୍ଡମ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଜିଲା ପ୍ରଶାସନ ବି ଏହାକୁ ନେଇ ସଚେତନ ହୋଇଯାଇଛି । ଏବେ ନଏଡ଼ା ପ୍ରଶାସନ କହିଛି ଏଣିକି ବିବାହ ଭୋଜିରେ କେବଳ ୧ଶହ ଲୋକ ସାମିଲ ହେବେ । ଯଦି ଏହାକୁ କେି ପାଳନ ନ କରେ ତେବେ ତାଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବିବାହ ନୁହେଁ ଅନ୍ୟ ସମାରୋହରେ ବି ୧୦୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ । ସୂଚନାଯୋଗ୍ୟ, ଶୀତ ଆରମ୍ଭ ହେବା ପରେ ଓ ଦଶହରା ପରଠାରୁ ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ କରୋନା ମାହାମାରୀ ପୁଣିଥରେ ବ୍ୟାପକ ହେବାରେ ଲାଗିଛି । ତେଣୁ ଏହାର ନିୟନ୍ତ୍ରଣ ପାଇଁ ଏବେ କୋଭିଡ ଗାଇଡ୍ ଲାଇନରେ ସରକାର କିଛିଟା ପରିବର୍ତ୍ତନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜ କରିବା, ସାମାଜିକ ଦୂରତା ବଜାୟ ରଖିବା ଆଦିକୁ ବାଧ୍ୟତାମୂଳକ କରି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟିପୁ ସୁଲତାନ୍‌ ଜୟନ୍ତୀ ନେଇ କର୍ନାଟକରେ ପୁଣି ରାଜନୀତି: ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ

ବେଙ୍ଗାଲୁର୍‌,୩୦।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହେବା ପରେ ଏବେ ଟିପୁ ସୁଲତାନ୍‌ ଜୟନ୍ତୀ ପାଳନ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ପାଳନ...

ରାଜ୍ୟରେ ୧୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୬୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ବାହାର ଫେରନ୍ତାଙ୍କ ପାଇଁ ଆଜିଠୁ ପଞ୍ଜୀକରଣ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ଲକ୍‌ଡାଉନ୍‌ ହଟିବା ପରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ। ଏନେଇ ଶୁକ୍ରବାରଠାରୁ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରୁ ଅସ୍ତ୍ରଶସ୍ତ୍ର...

ହୋଲି ପାଳନ ବନ୍ଦ କଲା ସିଏପିଏଫ୍‌

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଆନୁଷ୍ଠାନିକ ଭାବେ ହୋଲି ନ ପାଳିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିଷ୍ପତ୍ତି ନେଇଛି। ଆଭ୍ୟନ୍ତରୀଣ ସୁରକ୍ଷା...

ପ୍ଲାଷ୍ଟିକ ବୋତଲର ସ୍ଥାନ ନେବ ବାଉଁଶ ପାଣି ବୋତଲ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର ୨ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଖଦି ଗ୍ରାମୋଦ୍ୟୋଗ...

ଆମେରିକାରେ ସ୍ଥିତି ଅଣାୟତ୍ତ: ୨୪ ଘଣ୍ଟାରେ ୭୦ ହଜାର ନୂଆ ଆକ୍ରାନ୍ତ

ଓ୍ବାଶିଂଟନ, ୧୧।୭: କରୋନା ମହାମାରୀ ସଂକ୍ରମଣରେ ଆମେରିକାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ପୃଥିବୀରେ ରେକର୍ଡ କରିଛି। ଗତ...

ପିଓକେ ଅଞ୍ଚଳର ପାଣିପାଗ ପୂର୍ବାନୁମାନ କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୮ା୫ (ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆଞ୍ଚଳିକ କେନ୍ଦ୍ର ପୂର୍ବ ଫର୍ମାଟରୁ ବାହାରିଯାଇ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅଧୀନରେ ଥିବା ଅଞ୍ଚଳର ପାଣିପାଗ...


Coronavirus Update

Archives

Model This Week

Why Dharitri