Posted inଜାତୀୟ

ଶପଥ ନେଲେ ନୂଆ ସିଆଇସି

ନୂଆଦିଲ୍ଲୀ,୮।୧୧: ନୂଆ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ୟଶ୍‌ବର୍ଦ୍ଧନ ସିହ୍ନା ଶନିବାର ଶପଥଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ। ଆଗାମୀ ୩ ବର୍ଷ ଲାଗି ସିହ୍ନା ସୂଚନା କମିଶନର ଭାବେ କାର୍ଯ୍ୟ କରିବେ। ବିମଲ ଜୁଲ୍‌କାଙ୍କ ଅବସର ( ଅଗଷ୍ଟ ୨୬) ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଅନ୍ୟ ୩ ନୂଆ ସୂଚନା କମିଶନରଙ୍କୁ ପରେ ସିହ୍ନା ଶପଥପାଠ କରାଇବେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ପ୍ୟାନେଲ ସିହ୍ନାଙ୍କ ନାମରେ ମୋହର ମାରିଥିଲେ। ଏଥିସହ ପୂର୍ବତନ ଶ୍ରମ ସଚିବ ହୀରାଲାଲ୍‌ ସମରିୟା, ପୂର୍ବତନ ଡେପୁଟି କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ସରୋଜ ପୁନ୍‌ହାନି ଓ ଖବରଦତା ଉଦୟ ମହୁର୍‌କର ଏହି ପ୍ୟାନେଲ ବାଛିଥିଲେ। ଏହି ୩ ଜଣଙ୍କୁ ସିଆଇସି ସିହ୍ନା ନୂଆ ସୂଚନା କମିଶନର ଭାବେ ଶପଥପାଠ କରାଇବେ। ଏଥିସହ ଆୟୋଗରେ ସୂଚନା କମିଶନରଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇବ। କମିଶନର ସ୍ଥାୟୀ ସଦସ୍ୟ ଭାବେ ବନଜା ଏନ୍‌. ସର୍ନା, ନୀରଜ୍‌ କୁମାର ଗୁପ୍ତା, ସୁରେଶ ଚନ୍ଦ୍ର ଓ ଅମିତା ପାଣ୍ଡବ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri