ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ ହେବାଭଳି ମାର୍ଗ ଆବିଷ୍କାର କରାଯାଇଛି। ମହାକାଶ ଯାନଗୁଡ଼ିକ ଏହି ନୂଆ ମାର୍ଗରେ ଗଲେ ପ୍ରକୃତିର ମାଧ୍ୟାକର୍ଷଣ ଶକ୍ତିର ଅଧିକ ସଦୁପଯୋଗ କରିପାରିବେ, ଯଦ୍ଦ୍ବାରା ବହୁ ପରିମାଣର ମୂଲ୍ୟବାନ୍‌ ଇନ୍ଧନ ସଞ୍ଚୟ ହୋଇପାରିବ। ସ୍ପେସ୍‌-ଡଟ୍‌-କମ୍‌ର ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନଙ୍କ ଏକ ଦଳ କମ୍ପ୍ୟୁଟର ମଡେଲିଂ ସାହାଯ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସନ୍ଧାନ କରିଛନ୍ତି।
ମହାକାଶ ଅଭିଯାନ ସର୍ବଦା ବ୍ୟୟବହୁଳ ହୋଇଥିବାରୁ ଏହାର ଯୋଜନା ପାଇଁ ବହୁ ସମୟ ଓ ଶ୍ରମ ଲାଗିଥାଏ। ତେବେ ବୈଜ୍ଞାନିକମାନେ ‘ଥିଓରି ଅଫ୍‌ ଫଙ୍କଶନାଲ କନେକ୍ସନ୍ସ’ ବ୍ୟବହାର କରି ପ୍ରାୟ ୩ କୋଟି (୩୦ ମିଲିୟନ) ସମ୍ଭାବ୍ୟ ମାର୍ଗର ସିମୁଲେସନ (କୃତ୍ରିମ ମଡେଲ୍‌) ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ୨,୮୦,୦୦୦ ସିମୁଲେସନକୁ ଆଧାର କରି ଏହି ଲୁକ୍କାୟିତ ଏବଂ ଶସ୍ତା ମାର୍ଗର ସନ୍ଧାନ ମିଳିଛି। ପ୍ରସିଦ୍ଧ ପତ୍ରିକା ‘ଆଷ୍ଟ୍ରୋଡାଇନାମିକ୍ସ’ରେ ଏହି ଗବେଷଣା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି।
ସାଧାରଣତଃ ମହାକାଶ ଯାନଗୁଡ଼ିକ ଗତି କରିବା ପାଇଁ ‘ଇଣ୍ଟରପ୍ଲାନେଟାରି ଟ୍ରାନ୍ସପୋର୍ଟେଶନ ନେଟୱର୍କ’ ବା ପ୍ରାକୃତିକ ମାଧ୍ୟାକର୍ଷଣ ପଥ ଉପରେ ନିର୍ଭର କରନ୍ତି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀର ନିକଟତର ପାର୍ଶ୍ୱ ଦେଇ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ଅପେକ୍ଷା, ଏହାର ବିପରୀତ ପାର୍ଶ୍ୱ ଦେଇ ଗତି କଲେ ଅଧିକ ମାଧ୍ୟାକର୍ଷଣ ବଳ ମିଳିଥାଏ। ଏହି ନୂତନ ମାର୍ଗ ଦ୍ୱାରା ପୂର୍ବରୁ ଜଣାଥିବା ସବୁଠାରୁ ଶସ୍ତା ମାର୍ଗ ତୁଳନାରେ ପ୍ରତି ସେକେଣ୍ଡରେ ପ୍ରାୟ ୫୮.୮୦ ମିଟର ବେଗର ଇନ୍ଧନ ସଞ୍ଚୟ କରାଯାଇପାରିବ। ବ୍ରାଜିଲସ୍ଥିତ ସାଓ ପାଓଲୋ ବିଶ୍ୱବିଦ୍ୟାଳୟର ସହଗବେଷକ ଭିଟୋର ମାର୍ଟିନ୍ସ ଡି ଓଲିଭେରା କହିଛନ୍ତି, ‘କେବଳ ପୃଥିବୀର ନିକଟତର ମାର୍ଗ ସହଜ ବୋଲି ଭାବିବା ଅନୁଚିତ। ଆଧୁନିକ ପ୍ରଣାଳୀର ବ୍ୟବହାର ଦ୍ୱାରା ଏଭଳି ଅନେକ ଅକୁହା ଓ ଅନାଲୋଚିତ ସମାଧାନ ସାମ୍ନାକୁ ଆସିପାରିବ।’
ଏହି ନୂତନ ପଥର ଅନ୍ୟ ଏକ ବଡ଼ ସୁବିଧା ହେଉଛି ନିରନ୍ତର ଯୋଗାଯୋଗ। ପୂର୍ବରୁ ଆର୍ଟେମିସ୍‌-୨ ମିଶନ ସମୟରେ ମହାକାଶଯାନଟି ଚନ୍ଦ୍ରର ଠିକ୍‌ ପଛ ପଟକୁ ଚାଲିଯିବା ଯୋଗୁ ପୃଥିବୀ ସହ କିଛି ସମୟ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତାବିତ ଏହି ନୂଆ କକ୍ଷପଥ ଯୋଗୁ ଯୋଗାଯୋଗରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ପର୍ତ୍ତୁଗାଲର କୋଇମ୍ବ୍ରା ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଆଲାନ କାର୍ଡେକ ଡି ଆଲମେଡା ଜୁନିୟର କହିଛନ୍ତି, ଏହି ପ୍ରଣାଳୀକୁ ଆଗାମୀ ଦିନରେ ଅନ୍ୟ ମହାକାଶ ଅଭିଯାନରେ ବ୍ୟବହାର କରାଯାଇପାରିବ। ତେବେ ବୈଜ୍ଞାନିକମାନଙ୍କ ମତରେ, ଏହା ଚୂଡ଼ାନ୍ତ ସମାଧାନ ନୁହେଁ। ବର୍ତ୍ତମାନର ମଡେଲରେ କେବଳ ପୃଥିବୀ ଓ ଚନ୍ଦ୍ରର ମାଧ୍ୟାକର୍ଷଣକୁ ହିସାବକୁ ନିଆଯାଇଛି। ଆଗାମୀ ଦିନରେ ଯଦି ଏଥିରେ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବକୁ ସାମିଲ କରାଯାଏ, ତେବେ ଭବିଷ୍ୟତରେ ଏହାଠାରୁ ଆହୁରି ଅଧିକ ସହଜ ଏବଂ ଶସ୍ତା ମାର୍ଗ ମିଳିପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ…

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri