ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସବୁ ଖାଦ୍ୟ ପଦାର୍ଥର ପ୍ରକୃତି ଭିନ୍ନ। କାହାକୁ ଖାଇଲେ ଶରୀର ଉତ୍ତାପ ହୋଇଥାଏ ତ କାହାକୁ ଖାଇଲେ ଶରୀର ଥଣ୍ଡା ହୋଇଥାଏ।

ଆଜିର ସ୍ବାସ୍ଥ୍ୟକଥାରେ କଦଳୀ ବିଷୟରେ ଆଲୋଚନା କରିବା। କଦଳୀକୁ ବିଶେଷକରି ଭୋକ ମେଣ୍ଟାଇବା ଲାଗି ଉତ୍ତମ ଖାଦ୍ୟ ଭାବେ ବିବେଚନା କରାଯାଏ। ପ୍ରତ୍ୟେହ କଦଳୀ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖନ୍ତି। କଦଳୀରେ ଭିଟାମିନ ଏ, ବି, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ। ହେଲେ କଦଳୀ ସହ ଆଉ କୌଣସି ଫଳ, ଖାଦ୍ୟ ନଚେତ ’କ୍ଷୀର ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା ସେଭଳି କିଛିି ଜିନିଷ ବିଷୟରେ ଯାହାକୁ କଦଳୀ ସହ ଖାଇବା ଉଚିତ ନୁହେଁ।

ଦହି-କଦଳୀ: କଦଳୀକୁ ଦହି ସହ ଖାଇବା ଉଚିତ ନୁହେଁ। ଏହାଦ୍ମାରା ପେଟ ସମସ୍ୟା ସୃଷ୍ଟି ହୋଇଥାଏ। ଆପଣ ଚାହିଁଲେ ଦହି ଖାଇବାର ପ୍ରାୟ ୨ ଘଣ୍ଟା ପରେ କଦଳୀ ଖାଇପାରିବେ।

କଦଳୀ-ପିଜୁଳି: ସ୍ବାସ୍ଥ୍ୟ ପାଇଁ ଉଭୟ ଭଳ ଲାଭଦାୟକ। ହେଲେ ଏହି ଦୁଇଟିକୁ ଏକାସହ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ସ୍ବାସ୍ଥ୍ୟସମସ୍ୟା ଉପୁଜି ଥାଏ। ଏହାଦ୍ୱାରା ଏସିଡୋସିସ୍‌, ପେଟରେ ଗ୍ୟାସ୍‌, ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇପାରେ।

କ୍ଷୀର-କଦଳୀ: ଗରମ ଦିନରେ ବାନାନା ସେକ୍‌ ସମସ୍ତେ ପିଇବାକୁ ଚାହିଁଥାନ୍ତି। ଏପରିକି କିଛି ଲୋକ ଓଜନ ବଢ଼ାଇବା ଲାଗି କ୍ଷୀର ସହ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ କଦଳୀ ଏବଂ କ୍ଷୀରକୁ ସେବନ କଲେ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କର ସକ୍ରିୟତା କମ୍‌ ହୋଇଥାଏ। ନାନାଦି ସମସ୍ୟା ଯେପରିକି ପେଟ ଖରାପ, ସାଇନସ୍‌ ଏବଂ ଥଣ୍ଡାକାଶ ଦେଖାଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?