Posted inଖେଳ

ନେଦରଲାଣ୍ଡ୍ସ ୨-୦ରେ ଜିତିଲା

ଦୋହା,୨୨ା୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ଚିତାକର୍ଷକ ବିଜୟ ହାସଲ କରିଛି ନେଦରଲାଣ୍ଡ୍ସ। ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ହେଁ ନେଦରଲାଣ୍ଡ୍ସ ଗୋଲକିପର ଆଣ୍ଡ୍ରିସ୍‌ ନୋପର୍ଟ ଉଭୟ ଦଳ ମଧ୍ୟରେ ଫରକ ସାଜିଥିଲେ। ଏକାଧିକ ଶଟ୍‌କୁ ସେଭ୍‌ କରିବା ସହିତ ସେ ନେଦରଲାଣ୍ଡ୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅଲ ଥୁମାମାରେ ଖେଳା ଯାଇଥିବା ମ୍ୟାଚରେ ନେଦରଲାଣ୍ଡ୍ସ ନିକଟରେ ୫୩ ଓ ସେନେଗାଲ ନିକଟରେ ୪୭ ପ୍ରତିଶତ ସମୟ ବଲ ରହିଥିଲା। ତେବେ ସେନେଗାଲ ଖେଳାଳି ୧୫ ଓ ନେଦରଲାଣ୍ଡ୍ସ ୧୦ଟି ଶଟ୍‌ ମାରିଥିଲେ। ସେନେଗାଲ୍‌ର ୪ଟି ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ଅରେଞ୍ଜ ଆର୍ମିର ୩ ଶଟ୍‌ ଟାର୍ଗେଟରେ ରହିଥିଲା। ତେବେ ଆଣ୍ଡ୍ରିସ୍‌ ନୋପର୍ଟଙ୍କ ଚମତ୍କାର ଗୋଲ ରକ୍ଷଣ କାରଣରୁ ସେନେଗାଲ ଗୋଟିଏ ବି ଗୋଲ ସ୍କୋର କରିବାରେ ସମର୍ଥ ହୋଇନଥିଲା।
ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଗୋଲଶୂନ୍ୟ ଡ୍ର ଆଡକୁ ଯାଉଥିଲା। ତେବେ ମ୍ୟାଚର ୮୪ ତମ ମିନିଟରେ କୋଡି ଗାକ୍‌ପୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଫେଙ୍କି ଡେ ଜଙ୍ଗ ଏକ ଲଙ୍ଗ ବଲ୍‌ ପାଶ୍‌ ଦେଇଥିଲେ। ସେନେଗାଲ ଗୋଲ ରକ୍ଷକ ମେଣ୍ଡି ଓ ଗାକ୍‌ପୋ ବଲ୍‌ ଆଡକୁ ଧାଇଁଥିଲେ। ଗାକ୍‌ପୋ ବଲ୍‌ ଉପରେ ନିୟନ୍ତ୍ରଣ ପାଇବା ସହିତ ଏହାକୁ ପୋଷ୍ଟ ମଧ୍ୟକୁ ପଠାଇ ଦେଇ ନେଦରଲାଣ୍ଡ୍ସକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ସେନେଗାଲ ପକ୍ଷରୁ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା। ମ୍ୟାଚଟି ଅତିରିକ୍ତ ସମୟକୁ ଯାଇଥିବା ବେଳେ ୯୦+୯ ମିନିଟରେ କ୍ଲାସେନ୍‌ ଦେଇଥିଲେ ଆଉ ଏକ ଗୋଲ୍‌। ଡିପେଙ୍କ ପାଶ୍‌କୁ କ୍ଲାସେନ୍‌ ଏକ ଜୋରଦାର ଶଟ୍‌ ମାରିଥିଲେ ହେଁ ମେଣ୍ଡି ଡାଇଭ୍‌ କରି ଏହାକୁ ଅଟକାଇ ଦେଇଥିଲେ। ମାତ୍ର ରିବାଉଣ୍ଡ ଶଟକୁ ଗୋଲ ପୋଷ୍ଟ ମଧ୍ୟକୁ ପଠାଇ ଦଳକୁ ୨-୦ରେ ବିଜୟୀ କରିଥିଲେ କ୍ଲାସେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri