![](https://www.dharitri.com/wp-content/uploads/2022/04/cricket.jpg)
ନୂଆଦିଲ୍ଲୀ,୧୯।୪: କ୍ରିକେଟଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେଦରଲ୍ୟାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟ କିପର୍ ରଆନ୍ କ୍ୟାମ୍ପବେଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଶନିବାର ତାଙ୍କୁ ହୃଦ୍ଘାତ ହେବା ପରେ ୟୁକେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଏହି ୫୦ ବର୍ଷୀୟ କ୍ରିକେଟରଙ୍କ ଆଇସିୟୁରେ ଚିକିତ୍ସା ଜାରି ରହିଛି।
ପିଲାମାନଙ୍କ ସହ ବଗିଚାରେ ଖେଳୁଥିବା ସମୟରେ କ୍ୟାମ୍ପବେଲଙ୍କୁ ହୃଦ୍ଘାତ ହୋଇଥିଲା। ମଙ୍ଗଳବାର ସେ କୋମାରେ ଥିବା ଜଣାପଡ଼ିଛି। ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ପରିବାରଲୋକେ ଚିନ୍ତିତ ଅଛନ୍ତି।
୨୦୧୭ରେ ନେଦରଲ୍ୟାଣ୍ଡ କ୍ରିକେଟ ଟିମ୍ର କୋଚ୍ ଭାବେ କ୍ୟାମ୍ପବେଲଙ୍କୁ ନିଯୁକ୍ତ କରାଯାଇଥିଲା। ନିଜଟରେ ନ୍ୟୁଜିଲାଣ୍ଡ ଗସ୍ତରେ ସେ ସୀମିତ ଓଭର ସିରିଜ୍ ପାଇଁ ମଧ୍ୟ ଏହି ଦଳ କୋଚିଂ ଦେଇଥିଲେ। ସପ୍ତାହେ ପୂର୍ବେ ସେ ପରିବାରଲୋକଙ୍କୁ ଭେଟିବାକୁ ସେ ନିଜ ସହର ପର୍ଥ ଯାଇଥିଲେ। ସେଠାରୁ ସେ ପୁଣିଥରେ ୟୁରୋପ ଫେରି ଆସିଥିଲେ।