ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ

କଟକ ଅଫିସ୍‌, ୩।୨: କଟକ ଖାନ୍‌ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍‌। ପ୍ରସ୍ତାବିତ ୧୨ଏକର ପରିମିତ ବସ୍‌ ଟର୍ମିନାଲ ପ୍ରକଳ୍ପ ମଧ୍ୟରେ ଥିବା କାଳୀ ମନ୍ଦିରକୁ ନ ଭାଙ୍ଗିବା ପାଇଁ ମଙ୍ଗଳବାର ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ସ୍ଥାନୀୟ କେତେଜଣ ବାସିନ୍ଦାଙ୍କ ଦ୍ୱାରା କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଅଦାଲତ ସ୍ଥାନୀୟ ପ୍ରଶାସନକୁ ଉକ୍ତ ପ୍ରକଳ୍ପ ସ୍ଥାନ ଉପରେ ଥିବା ମନ୍ଦିରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୩ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନ୍‌ନଗରଠାରେ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ। ୬୫କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ବ୍ୟୟ ଅଟକଳ କରାଯାଇଛି। ଏଥିରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରହିବା ସହ ୩ମହଲା ବିଶିଷ୍ଟ ଟର୍ମିନାଲ ରହିବ। ଏକକାଳୀନ ୧୮୦ ବସ୍‌, ୨୪୭ ଗାଡ଼ି ପାର୍କିଂ, ଗାଡ଼ି ମରାମତି ଏବଂ ରକ୍ଷଣାବେକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିବ। ଏବେ ହାଇକୋର୍ଟ ବସ୍‌ ଟର୍ମିନାଲ୍‌ ଉପରେ ସ୍ଥଗିତାଦେଶ ଜାରି କରିବା ପରେ ଏହାର ଭବିଷ୍ୟତ ନିର୍ମାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ସପ୍ତାହରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବସ୍‌ ଟର୍ମିନାଲ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଖାନ୍‌ନଗରରେ ବସ୍‌ ଟର୍ମିନାଲ ପ୍ରକଳ୍ପ ନିର୍ମାଣ କରିବା ନେଇ ନିଷ୍ପତ୍ତି ରାଜ୍ୟ ସଚିବାଳୟରେ ନିଆଯାଇଛି। ଏହି ନିଷ୍ପତ୍ତି ନେବା ସମୟରେ ସ୍ଥାନୀୟ ଏମ୍‌ପି ଭାବରେ ତାଙ୍କର ମତାମତ ନିଆଯାଇ ନ ଥିଲା। ପ୍ରସ୍ତାବିତ ସ୍ଥାନରେ ବସ୍‌ ଟର୍ମିନାଲ୍‌ ନିର୍ମାଣ କରାଗଲେ ମନ୍ଦିର ସହ ଏକ ବୃହତ୍‌ ଗ୍ରନ୍ଥାଗାର ଏବଂ ପଡ଼ିଆ ଉଚ୍ଛେଦ ହେବ। ଏପରି କି ଏହି ପ୍ରକଳ୍ପ ନିମନ୍ତେ ସ୍ଥାନୀୟ ଲୋକଙ୍କ ମତାମତ ମଧ୍ୟ ନିଆଯାଇ ନ ଥିବା ଭର୍ତ୍ତୃହରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri