Posted inଜାତୀୟ

ନିଟ ଅନିୟମିତତା: ଧର୍ମେନ୍ଦ୍ରଙ୍କ ଘରକୁ ଘେରାଉ କଲେ ଛାତ୍ର, ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୨୦।୬: ନିଟ ଏବଂ ୟୁଜିସି-ନେଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ଦେଶ ଉଠୁଛି ପଡୁଛି। ଏହାକୁ ନେଇ ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUI ଛାତୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଛାତ୍ର ସଂଘ କଂଗ୍ରେସର ଅଟେ। ମିଳିଥିବା ସୂଚନା ଅନୁଯାୟୀ, ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ପୋଲିସ ଉଠାଇ ନେଇଛି।

ଗୁରୁବାର ସକାଳେ ନିଟ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ ନେଇ ବଡ଼ ଖୁଲାସା କରିଛନ୍ତି। ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ସ୍ବୀକାର କରିଛନ୍ତି।

ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ୟାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଲିକ ପ୍ରଶ୍ନପତ୍ର ମିଳିଥିଲା। ଯାହା କି, ନିଟ୍ର ବାସ୍ତବିକ ପ୍ରଶ୍ନପତ୍ର ସହ ପୁରା ସମାନ ଥିଲା। ୟାଦବ ଏପରି ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଏକ ସ୍ବିକାରୋକ୍ତି ପତ୍ର ଦେଇଛନ୍ତି। ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏହି ସ୍ବିକାରୋକ୍ତିରେ କହିଛନ୍ତି, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ ପେପର୍ର ସବୁ ବ୍ୟବସ୍ଥା କରିଥିଲେ।

ସୂଚନାଥାଉ କି, ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦% ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୩୨ ସପ୍ତାହର ଗର୍ଭ ନଷ୍ଟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୧୬।୭: ୩୨ ସପ୍ତାହର ଗର୍ଭ ନଷ୍ଟ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଅସ୍ବାଭାବିକ ଭ୍ରୂଣ...

ଏନ୍‌ଇଇଟି-ୟୁଜି: ଏନ୍‌ଟିଏ ଆବେଦନର ଶୁଣାଣି ୧୮ରେ

ନୂଆଦିଲ୍ଲୀ,୧୬ା୭(ପି.ଟି.): ଶୁଣାଣିରେ ସୁବିଧା ପାଇଁ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଏନ୍‌ଇଇଟି-ୟୁଜି ବିବାଦ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆବେଦନ...

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା

ନୂଆଦିଲ୍ଲୀ,୧୬ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ...

ଭୋଜଶାଳାରୁ ମିଳିଛି ୯୪ ଭଗ୍ନ ମୂର୍ତ୍ତି

ଇନ୍ଦୋର/ନୂଆଦିଲ୍ଲୀ,୧୬ା୭: ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ...

ସଗାରେଟ୍‌ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା

ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସିଗାରେଟ ଧରିଥିବା ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଦାବି କରୁଛନ୍ତି ଯେ,...

ଟ୍ରମ୍ପଙ୍କ ଜୀବନ ବଞ୍ଚାଇଛନ୍ତି ଭଗବାନ ଜଗନ୍ନାଥ: ଜାଣନ୍ତୁ ଏମିତି କାହିଁକି କହିଲେ ଇସ୍କନ ଭକ୍ତ

କୋଲକାତା,୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। କେତେକ ଟ୍ରମ୍ପଙ୍କ ସୁରକ୍ଷା ସହ ଜଡିତ...

ଲେବଲ କ୍ରସିଂରେ କାର୍‌କୁ ଧକ୍କା ଦେଲା ଟ୍ରେନ୍‌

କୋଲକାତା,୧୫।୭: ପଶ୍ଚିମବଙ୍ଗ ଖରଦାହ ଏକ ଲେବଲ କ୍ରସିଂରେ ଏକ ଛାତିଥରା ଘଟଣା ଘଟିଛି। ଏକ କାର୍‌ ଲେବଲ କ୍ରସିଂ ଅତିକ୍ରମ କରି ଟ୍ରାକ ପାଖରେ ଛିଡ଼ା...

କେଦାରନାଥରୁ ୨୨୫ କିଲୋ ସୁନା ଚୋରି: ଶଙ୍କରାଚାର୍ଯ୍ୟ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀର ବୁରାରୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ଜ୍ୟୋର୍ତିମଠଙ୍କ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri