ପକ୍ଷୀଙ୍କ ପାଇଁ ବସା

କେନ୍ଦୁଝର, ୩।୮(ଡି.ଏନ.ଏ.)- ପୃଥିବୀରେ ବାସ କରିବାର ଅଧିକାର କେବଳ ମଣିଷର ନୁହେଁ ସମସ୍ତ ଜୀବଙ୍କର ରହିଛି। ନିଜକୁ ସବୁବେଳେ ଶ୍ରେଷ୍ଠ ଭାବେ ଘୋଷଣା କରୁଥିବା ମଣିଷର ନିଜ ଜାଣତରେ ହେଉ ବା ଅଜାଣତରେ ଅନେକ ସରଳ ଜୀବଙ୍କୁ ଶେଷ କରୁଛି ପ୍ରତି କ୍ଷଣରେ। ତେବେ ସଭ୍ୟତାର କ୍ରମବିକାଶ ହେଉ ବା ବିଲୁପ୍ତିର ଧାରାରେ ଏବେ ବହୁ ପକ୍ଷୀଙ୍କ ବସା ଆଉ ଦେଖିବାକୁ ମିଳୁ ନାହିଁ। ତେବେ ଏଭଳି ସମୟରେ କୃତ୍ରିମ ଉପାୟରେ ପକ୍ଷୀଙ୍କ ପାଇଁ ବସା ତିଆରି ଉଦ୍ୟମ ଚାଲିଛି।
ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲାର ପାଟଣା ବ୍ଲକରେ। ‘ପିକକ’ ଅନୁଷ୍ଠାନ ସହଯୋଗରେ ଏହି ପକ୍ଷୀବସା ତିଆରି କରାଯାଉଥିବାବେଳ ପକ୍ଷୀମାନେ ଏହାକୁ ଆଦରି ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ବ୍ଲକର ଜଡିଚାତର ଗ୍ରାମର କେତେଜଣ ଯୁବକଙ୍କୁ ନେଇ ବିର୍ସା ମୁଣ୍ଡା ଇକୋ ସେଭର ଗ୍ରୁପ୍‌ ଗଠିତ ହୋଇଛି। ଏହି ଗ୍ରୁପ୍‌ର ସଦସ୍ୟମାନେ ଆଖପାଖ ଅଞ୍ଚଳରେ ପକ୍ଷୀବସା ନିର୍ମାଣ କରୁଛନ୍ତି। ବିଭିନ୍ନ ସ୍ଥାନରୁ କାଠିକୁଟା ସଂଗ୍ରହ କରି ବସା ତିଆରି ହେଉଥିବାବେଳ ସୁରକ୍ଷିତ ସ୍ଥାନରେ ଏହା ଲଗାଯାଉଛି। ପକ୍ଷୀମାନେ ବି ଏଠାକୁ ଆସି ରହୁଥିବା ଦେଖିବାକୁ ମିଳୁଛି। ଗାଁରେ ପକ୍ଷୀମାନେ ଆଉ ଦେଖାଯାଉ ନ ଥିବାବେଳେ ଏବେ ଧୀରେ ଧୀରେ ଏହି ବସା ନିକଟରେ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଛି ବୋଲି କୁହନ୍ତି ସତ୍ୟନାରାୟଣ ମହାନ୍ତ। ୨୫ଟି ଗ୍ରାମରେ ଏହି ପକ୍ଷୀବସା ନିର୍ମାଣ ଚାଲିଥିବାବେଳେ ୨୩୫ଟି ବସା ତିଆରି ସରିଛି। ଏହି ଯୁବଗୋଷ୍ଠୀ ପକ୍ଷରୁ ବନୀକରଣ କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?