ନେଶର ରାମିଲା ହୋମୋ

ଜେରୁଜେଲମ୍‌,୨୭ା୬: ଇସ୍ରାଏଲ୍‌ର ରାମିଲା ସହରରେ ହେବ୍ର୍ୟୁ ୟୁନିଭର୍ସିଟି ଅଫ୍‌ ଜେରୁଜେଲମ୍‌ର ପ୍ରତ୍ନତତ୍ତ୍ୱ ଟିମ୍‌ ପ୍ରାକ୍‌ ଐତିହାସିକ ଯୁଗର ମଣିଷଙ୍କ ଦେହାବଶେଷ ଠାବ କରିଛିି। ହୋମୋ ଜାତୀୟ ସମେତ ଆଧୁନିକ ମଣିଷ ସହ ଏହା ମେଳ ଖାଉନାହିଁ। ଇସ୍ରାଏଲ୍‌ର ଗବେଷକମାନେ ଗୁରୁବାର ଦାବି କରିଛନ୍ତି ଯେ ସେମାନେ ଏକ ନୂଆ ପ୍ରକାର ପ୍ରାଚୀନ ମାନବର ଅସ୍ଥି ପାଇଛନ୍ତି। ମାନବ ସଭ୍ୟତା ସମ୍ପର୍କରେ ଏଥିରୁ ଅନେକ କିଛି ଜଣାପଡ଼ିବ ବୋଲି କୁହାଯାଉଛି। ରାମିଲା ସହର ନିକଟରେ ପ୍ରତ୍ନତତ୍ତ୍ୱ ଖନନ ବେଳେ ମିଳିଥିବା ଏହି ଅବଶେଷ ସମ୍ପର୍କରେ ସାଇନ୍ସ ଜର୍ନାଲରେ ଏକ ଅଧ୍ୟୟନ ପ୍ରକାଶ ପାଇଛି। ୟୋସି ଜାଇଡନରଙ୍କ ନେତୃତ୍ୱରେ ତେଲ୍‌ ଆଭିଭ ୟୁନିଭର୍ସିଟିର ନୃତତ୍ତ୍ୱବିତ୍‌ ଏବଂ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହାକୁ ‘ନେଶର ରାମିଲା ହୋମୋ ଟାଇପ୍‌’ ନାଁ ଦେଇଛନ୍ତି। ପ୍ରାୟ ୧୪୦,୦୦୦ରୁ ୧୨୦,୦୦୦ ବର୍ଷ ପୂର୍ବେ ଜୀବିତ ଥିବା ନେଶର ରାମିଲା ମାନବର ଆକୃତିରେ ଉଭୟ ନିଏଣ୍ଡରଥାଲ ଓ ପ୍ରାଚୀନ ହୋମୋର ବୈଶିଷ୍ଟ୍ୟ ରହିଛି। ଏହାର କଙ୍କାଳ ଢାଞ୍ଚା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ଥୋଡ଼ି ନ ଥିବାବେଳେ ବଡ଼ ବଡ଼ ଦାନ୍ତ ରହିଛି। ୪୦୦,୦୦୦ ବର୍ଷ ପୁରୁଣା ପ୍ରାକ୍‌ ଐତିହାସିକ ଯୁଗର ଏକ ଜୀବାଶ୍ମ ସହ ଏହାର ସମ୍ପର୍କ ଥାଇପାରେ। ନିଏଣ୍ଡରଥାଲ ମାନବ ପ୍ରଥମେ ୟୁରୋପରେ ଦେଖାଦେଇ ପରେ ଦକ୍ଷିଣକୁ ସ୍ଥାନାନ୍ତର ହୋଇଥିବା ସିଦ୍ଧାନ୍ତ ଉପରେ ଏହି ଆବିଷ୍କାର ପ୍ରଶ୍ନଚିହ୍ନ ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା

ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’...

ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ

ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ...

ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ

କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର...

ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !

ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ...

ସିରିଆ ଗାଁ ଉପରେ ଇସ୍ରାଏଲର ରକେଟ ମାଡ଼…

ଦାମାସକସ୍‌, ୩।୭ : ଲେବାନନ ସୀମା ନିକଟ ସିରିଆର ଏକ ଗାଁ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ସିରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି...

ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି...

ତାଇଓ୍ବାନର ସ୍ବାଧୀନତାକୁ ବିରୋଧ କରିବ ଚାଇନା: ଜିନପିଙ୍ଗ…

ବେଜିଂ,୧୩।୩ : କମ୍ୟୁନିଷ୍ଟ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସ୍ବାଧୀନତା ନେଇ ତାଇୱାନରେ ହେଉଥିବା ପରିବର୍ତ୍ତନକୁ ସେ...

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ...

Advertisement
Archives

Model This Week