ନେସ୍‌କୋ, ଓ୍ବେସ୍‌କୋ, ସାଉଥ୍‌କୋ ନେବ ଟାଟା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ହାତେଇବା ପରେ ଟାଟା ପାଓ୍ବାର କର୍ପୋରେଶନ ଲିମିଟେଡ ଅନ୍ୟ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେଷ୍ଟର୍ନ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ଓ୍ବେସ୍‌କୋ), ସାଉଥ୍‌ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ସାଉଥ୍‌କୋ) ଏବଂ ନର୍ଥ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ(ନେସ୍‌କୋ)କୁ ନିଜ ଅଧୀନକୁ ନେବା ଲାଗି ବିଡ୍‌ ଦାଖଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ଟାଟା ପାଓ୍ବାର ୩ଟି ବଣ୍ଟନ କମ୍ପାନୀକୁ ହାତେଇବାକୁ ଟେଣ୍ଡର ପକାଇଥିବା ବେଳେ ଇଣ୍ଡିଆ ପାଓ୍ବାର ସାଉଥ୍‌କୋ ଏବଂ ଓ୍ବେସ୍‌କୋ ପାଇଁ ଆବେଦନ କରିଛି । ତେବେ ନେସ୍‌କୋ ପାଇଁ ଟାଟା ପାଓ୍ବାର ଏକମାତ୍ର ଘରୋଇ ସଂସ୍ଥା ଭାବେ ଟେଣ୍ଡର ପକାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେସୁକୁ ହାତେଇବା ପାଇଁ ଟାଟା ପାଓ୍ବାର ଏବଂ ଇଣ୍ଡିଆ ପାଓ୍ବାର ଟେଣ୍ଡର ପକାଇଥିଲେ। ତେବେ ଇଣ୍ଡିଆ ପାଓ୍ବାର ଓହରିଯିବା ପରେ ଟାଟା ପାଓ୍ବାର ଏକମାତ୍ର ବିଡର ଭାବେ ସେସୁକୁ ହାତେଇ ନେଇଥିଲା। ଏବେ ପୁଣି ସେହି ପୁରୁଣା ଫର୍ମୁଲା ପକାଇ ଟାଟା ପାଓ୍ବାର ବଣ୍ଟନ କମ୍ପାନୀଗୁଡିକୁ ନେବାକୁ ମସୁଧା ଚଳାଇଛି।
ଟାଟା ପାଓ୍ବାର ୨୦୨୦ ଜୁନ୍‌ ପହିଲାରୁ ଏକ ମାତ୍ର ବିଡର ଭାବେ ସେସୁକୁ ହାତେଇ ନେଇଛି। ସେସୁର ଦାୟିତ୍ୱ ନେବା ପରଠାରୁ ଘନ ଘନ ବିଦ୍ୟୁତ୍‌ କାଟ ସହିତ ଗ୍ରାହକମାନେ ବିଦ୍ୟୁତ୍‌ ବିଲ୍‌ ଆଦାୟରେ ବିଭିନ୍ନ ଅନିୟମିତତା ନେଇ ଆପତ୍ତି ଉଠାଉଛନ୍ତି। ସେସୁ ଗ୍ରାହକମାନେ ବିଦ୍ୟୁତ୍‌ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ବେଳେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି )ପୁଣି ୩ଟି ବଣ୍ଟନ କମ୍ପାନୀକୁ ଉକ୍ତ ଘରୋଇ ସଂସ୍ଥା ହାତରେ ଟେକି ଦେବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ଓଇଆର୍‌ସିର ଏଭଳି ପଦକ୍ଷେପକୁ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ କଡା ବିରୋଧ କରିଛି। ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି ଯେ, ରିଲାଏନ୍ସ କମ୍ପାନୀ ଦୀର୍ଘ ୧୫ ବର୍ଷ ୩ ବଣ୍ଟନ କମ୍ପାନୀକୁ ନେଇ ଲୁଟ କରି ଚାଲିଗଲା। କମ୍ପାନୀଗୁଡିକ ଋଣ ଭାରରେ ବୁଡି ରହିଛନ୍ତି। ନିକଟରେ ଟାଟାକୁ ସେସୁକୁ ହସ୍ତାନ୍ତର କରାଯାଇଛି। ସେସୁ ଗ୍ରାହକମାନେ ଠିକ୍‌ ସେବା ପାଉ ନ ଥିବା ବେଳେ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ଏପରି ସ୍ଥଳେ ୩ଟି ବଣ୍ଟନ କମ୍ପାନୀଙ୍କୁ କେଉଁ ଉଦ୍ଦେଶ୍ୟରେ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ଗତ ଶତାବ୍ଦୀର ୮୦ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଓଲଟା ଫଳ ଦର୍ଶାଉଛି। ଟିକସଦାତାଙ୍କ ଅର୍ଥରେ ଗଢି ଉଠିଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀଗୁଡ଼ିକ ଲୁଟ କରି ରାଜ୍ୟ ଛାଡି ପଳାଉଛନ୍ତି। ୧୯୯୯ର ଉକ୍ତ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀର ପରିଚାଳନା ଦାୟିତ୍ୱ ରିଲାଏନ୍ସ ଏନର୍ଜି( ବିଏସ୍‌ଇଏସ୍‌)କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ୧୫ ବର୍ଷ ପରେ ବହୁ ବାଦ ବିବାଦ ଓ ଆଇନଗତ ଲଢ଼େଇ ପରେ ୨୦୧୫ ରିଲାଏନ୍ସ ଏନର୍ଜି ଲାଇସେନ୍ସକୁ ରଦ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?