ନେପାଳ ଅଭିମୁଖେ ଭାରତୀୟ ବାୟୁସେନାର ୩ ମହାବଳୀ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ!

କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା ଯୋଗୁ ଗାଁ ପରେ ଗାଁ, ରାସ୍ତା ଏବଂ ପୋଲ ସବୁ ଭାସିଯାଇଛି। ଏହି ବିପର୍ଯ୍ୟୟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏଭଳି କଠିନ ସମୟରେ ଭାରତ ନିଜ ପଡ଼ୋଶୀ ଦେଶ ନେପାଳର ହାତ ଧରିଛି। ଭାରତୀୟ ବାୟୁସେନା ସହାୟତା ପାଇଁ ଆଗେଇ ଆସିଛି ଏବଂ ଜରୁରୀ ରିଲିଫ ସାମଗ୍ରୀ ନେଇ ବିମାନଗୁଡ଼ିକ ନେପାଳ ଅଭିମୁଖେ ବାହାରିଛି। ବାୟୁସେନାର ଏହି ବିମାନଗୁଡ଼ିକ ନେପାଳ ପାଇଁ କୌଣସି ଦେବଦୂତଠାରୁ କମ୍‌ ନୁହେଁ।

ଭାରତୀୟ ବାୟୁସେନାର ତିନିଟି ସବୁଠାରୁ ଶକ୍ତିଶାଳୀ ଏବଂ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J, C-17 ଏବଂ C-130 ପ୍ରସ୍ତୁତ ରହିଛି। C-130J ବିମାନ ୧୦ ଟନ ଜରୁରୀ ରିଲିଫ ସାମଗ୍ରୀ ଏବଂ ଔଷଧ ନେଇ ନେପାଳ ଅଭିମୁଖେ ବାହାରିଛି।

ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ଏବେ C-17 ଏବଂ C-130 ବିମାନ ପଠାଯିବ। ଏହି ବିମାନ ମାଧ୍ୟମରେ ରିଲିଫ ସାମଗ୍ରୀ ପଠାଯିବ। ଏଥିସହ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ହେଲିକପ୍ଟରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏହି ତିନୋଟି ବିମାନ ଅତ୍ୟନ୍ତ ଶକ୍ତିଶାଳୀ। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ରନୱେ ନଥିବା ସ୍ଥାନରେ ମଧ୍ୟ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ଏଗୁଡ଼ିକ ବେଶ୍‌ ସହାୟକ ହୋଇଥାଏ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri