‘ସୁସ୍ଥ ସମାଜ ଗଠନରେ ନେହେରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧୬ା୧୧: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ‘ନେହେରୁଙ୍କ ପରିକଳ୍ପିତ ଭାରତ, କେତେ ବାସ୍ତବ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗଦେଇ ନେହେରୁଙ୍କୁ ଜଣେ ବିଦ୍ୱାନ, ବିଜ୍ଞ ରାଜନୀତିଜ୍ଞ ଓ ଉତ୍ସର୍ଗୀକୃତ ସ୍ବାଧୀନତା ସଂଗ୍ରାମୀ ବୋଲି କହିବା ସହିତ ସ୍ବାଧୀନତାପ୍ରାପ୍ତି ପରେ ସମ୍ବିଧାନ ପ୍ରଣୟନ, ସୁସ୍ଥ ସମାଜ ଗଠନ, ରାଜନୈତିକ ସମସ୍ୟା ସମାଧାନ ଦିଗରେ ତାଙ୍କର ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ, ଅଧ୍ୟାପିକା ସୁଜାତା ସିଂ ନେହେରୁଙ୍କ ଧର୍ମନିରପେକ୍ଷ ନୀତି, ଶିଶୁ ପ୍ରୀତି ଓ ଅର୍ଥନୀତି ଉପରେ ଆଲୋକପାତ କରିବା ସହିତ ସେ ଜଣେ ବିଜ୍ଞ, ବିଚକ୍ଷଣ ବୁଦ୍ଧିସମ୍ପନ୍ନ ଲେଖକ ବୋଲି କହିଥିଲେ। ମୁଖ୍ୟବକ୍ତା ପ୍ରାକ୍ତନ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଳ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ଆସୋସିଏଶନର ସଭାପତି ଅଭିମନ୍ୟୁ ଗୌଡ଼, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ପ୍ରଧାନ ଓ ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ସ୍ବାଧୀନତା ଆନ୍ଦୋଳନରେ ନେହେରୁଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ।

ଉକ୍ତ କ କାର୍ଯ୍ୟକ୍ରମରେ ଉଲା ସେଠୀ, ଯୁବ କଂଗ୍ରେସ ନେତା ସୁକାନ୍ତ କୁମାର ଦିଗାଲ, ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ, ପ୍ରସନ୍ନ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ମୁଖ୍ୟ କିରାଣି ତାରିଣୀ ଚରଣ ନାୟକ, ବରିଷ୍ଠ ସରକାରୀ ଆଇନଜୀବୀ ରଞ୍ଜିତ କୁମାର ତ୍ରିପାଠୀ, ପ୍ରତାପ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଗୌଡ଼, ଭାସ୍କର ସାମଲ, ସୁରେନ୍ଦ୍ର ବେହେରା ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

ରସଗୋଲା କାହାର, ଓଡ଼ିଶାର ନା ପଶ୍ଚିମବଙ୍ଗର: ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ

କୋଲକାତା,୪।୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ ୧୫ ବର୍ଷ ଧରି ଶାସନ କରୁଥିବା…

ଧୋତି-କୁର୍ତ୍ତା ପିନ୍ଧି ଧମାକାଦାର ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଭାଜପାର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ସମାବେଶକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ।…

୫ ପ୍ରତିଶ୍ରୁତି ପୂରଣ କରିବାକୁ ପଶ୍ଚିମବଙ୍ଗ ଲୋକଙ୍କୁ କଥା ଦେଲେ ପ୍ରଧାନମନ୍ତ୍ରୀ: କହିଲେ ପ୍ରଥମ ବୈଠକରେ ହିଁ କରାଯିବ ଲାଗୁ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୯୩ ଆସନରୁ ୨୦୪ ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଏକ ବିଜୟ…

ମେସିଙ୍କ ଯୋଗୁ ହାରିଗଲେ ମମତା ଦିଦି! ପରାଜୟ ପରେ ଟିଏମସିକୁ ଟ୍ରୋଲିଂ, ଜାଣନ୍ତୁ କାହିଁକି…

କୋଲକାତା,୪।୫: କିଛି ମାସ ପୂର୍ବରୁ, ଫୁଟବଲ ଆଇକନ ଲିଓନେଲ ମେସି ଭାରତ ଗସ୍ତ କରିଥିଲେ। ସାରା ଦେଶରେ ତାଙ୍କର ଗସ୍ତ ସୁରୁଖୁରୁରେ ଚାଲିଥିବାବେଳେ, କୋଲକାତାରେ ବ୍ୟାପକ ଉତ୍ତେଜନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ୍‌: ସ୍ବାଧୀନତା ପରେ ପ୍ରଥମଥର ପାଇଁ…

ଥିରୁଭାନନ୍ତପୁରମ୍‌,୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ଯଦିଓ ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଚାଲିଛି। ଧାରା ଅନୁସାରେ, ବାମପନ୍ଥୀମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ…

ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri