ଅଣଦେଖା ଜଳଭଣ୍ଡାର

ପୁରାତନ ଯୁଗରୁ ନଦୀ ମାନବ ଜୀବନଜୀବିକା ଓ ପରିବେଶ ସୁରକ୍ଷାର ପ୍ରମୁଖ ଅଙ୍ଗ ଭାବେ ରହିଆସିଛି। ସମ୍ପ୍ରତି ଆଧୁନିକ ଯୁଗରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନଦୀଜଳର ବ୍ୟାପକ ବ୍ୟବହାର କରାଯାଉଛି। ଏହିସବୁ ଲକ୍ଷ୍ୟ ହାସଲ କରିବାରେ ଜଳଭଣ୍ଡାରରେ ଗଚ୍ଛିିତ ଜଳର ଭୂମିକା ଅଧିକ। କିନ୍ତୁ ନିକଟରେ ଜାତିସଂଘର ଜଳ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କିତ ୟୁନିଭର୍ସିଟି ଇନ୍‌ଷ୍ଟିିଚ୍ୟୁଟ(ୟୁଏନୟୁ-ଆଇଏନ୍‌ଡବ୍ଲ୍ୟୁଇଏଚ୍‌) ଦ୍ୱାରା ଜଳଭଣ୍ଡାରର ଜଳଧାରଣ କ୍ଷମତାକୁ ନେଇ ପ୍ରକାଶିତ ତଥ୍ୟ ଉଦ୍‌ବେଗଜନକ । ଏଥିତ୍ରେ କୁହାଯାଇଛି ଯେ, ପୃଥିବୀର ପ୍ରାୟ ୫୦ ହଜାର ଜଳଭଣ୍ଡାର ଶଯ୍ୟା ମାଟି, ବାଲି ଗୋଡ଼ିରେ ପୋତି ହୋଇଯିବା ଯୋଗୁ ଏଗୁଡ଼ିକର ଜଳଧାରଣ କ୍ଷମତା ୧୩ରୁ ୧୯ ପ୍ରତିଶତ ହ୍ରାସ ପାଇଛି। ଫଳରେ ୧୫୦ ଦେଶର ୪୭,୪୦୩ ବୃହତ୍‌ ଡ୍ୟାମ୍‌ର ମୂଳ ଜଳଧାରଣ କ୍ଷମତା ୬,୩୧୬ ବିଲିୟନ ଘନ ମିଟର ହ୍ରାସ ପାଇ ୨୦୫୦ ସୁଦ୍ଧା ୪,୬୬୫ ବିଲିୟନ ଘନମିଟରରେ ପହଞ୍ଚିବ। ହ୍ରାସ ପାଇବାକୁ ଥିବା ୧,୬୫୧ ବିଲିୟନ ଘନ ମିଟର ଜଳ ଭାରତ, ଚାଇନା, ଇଣ୍ଡୋନେସିଆ, ଫ୍ରାନ୍ସ ଓ କାନାଡା ବର୍ଷକୁ ବ୍ୟବହାର କରୁଥିବା ଜଳ ପରିମାଣ ସହ ସମାନ। ଉଲ୍ଲେଖଯୋଗ୍ୟ ଯେ, ଏସିଆ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକରେ ସବୁଠୁ ଅଧିକ ନଦୀବନ୍ଧ ରହିଛି । ୨୦୫୦ ସୁଦ୍ଧା ଉକ୍ତ ନଦୀବନ୍ଧଗୁଡ଼ିକର ଜଳଧାରଣ କ୍ଷମତା ଏକ ଚତୁର୍ଥାଂଶ ହ୍ରାସ ପାଇବ ବୋଲି ରିପୋର୍ଟରୁ ପ୍ରକାଶ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଞ୍ଚଳରେ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଉକ୍ତ ରିପୋର୍ଟ ସ୍ପଷ୍ଟ କରିଛି ଯେ, ନଦୀଶଯ୍ୟା ପୋତି ହୋଇଯିବା କାରଣରୁ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ୨୬ ପ୍ରତିଶତ ଜଳଧାରଣ କ୍ଷମତା ହରାଇବ। ୨୦୧୫ରେ ମଧ୍ୟ କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭାରତର ୫୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୧୫୦ ବୃହତ୍‌ ଜଳଭଣ୍ଡାର ମଧ୍ୟରୁ ଏକ ଚତୁର୍ଥାଂଶ ସେମାନଙ୍କ ମୂଳ ଜଳଧାରଣ କ୍ଷମତାର ୩୦ ପ୍ରତିଶତ ହରାଇ ସାରିଲେଣି। ଉକ୍ତ ଦୁଇ ରିପୋର୍ଟକୁ ଦେଖିଲେ ଭାରତ ଭବିଷ୍ୟତରେ ଗମ୍ଭୀର ଜଳ, ପରିବେଶ ଓ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳୁଛି। ସଦ୍ୟତମ ହାଇଡ୍ରୋଲୋଜି ସର୍ଭେ ଅନୁଯାୟୀ ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦର ଜଳଧାରଣ କ୍ଷମତା ୨୪ ପ୍ରତିଶତ କମିଛି; ଯାହାର ପରିଣାମ ଏହାର ଅବବାହିକାରେ ଦେଖିବାକୁ ପାଉଛୁ।
୨୦୫୦ ବେଳକୁ ଭାରତର ଲୋକସଂଖ୍ୟା ୧୬୦ କୋଟିକୁ ଟପିଯିବ ଏବଂ ସବୁ ଦିଗରୁ ଜଳ ଆବଶ୍ୟକତା ପୂରଣ କରିବା ଏକ ଆହ୍ବାନ ହୋଇପାରେ। କାରଣ ନଦୀଜଳ ଭାରତର ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ସଞ୍ଚାଳକ। ସେହିଭଳି ଜଳଭଣ୍ଡାରରେ ଜଳ ପରିମାଣ କମିଲେ ଖାଦ୍ୟ, ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଆର୍ଥିକ ସୁରକ୍ଷା ଅତ୍ୟଧିକ ପ୍ରଭାବିତ ହେବ। ଗ୍ରମୀଣ ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଭାରତରେ ଉଭୟ ଭୂପୃଷ୍ଠ ଓ ଭୂଗର୍ଭର ମୋଟ ୬୩୪ ବିଲିୟନ ଘନ ମିଟର ଜଳ ଶକ୍ତି, ଖାଦ୍ୟ, ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଛି ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଉଛି। କିନ୍ତୁ ଏହି ଆବଶ୍ୟକତା ବୃଦ୍ଧି ପାଇବା ଓ ଅନ୍ୟ ପକ୍ଷରେ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିବା ନଶ୍ଚିତ ଭବିଷ୍ୟତ ପାଇଁ ବିପଦ। ବାସ୍ତବରେ ଭାରତରେ ଡ୍ୟାମ୍‌ଗୁଡ଼ିକ ସୁଦୃଢ ହୋଇପାରୁନାହିଁ। ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଭାରତର ନଦୀବନ୍ଧଗୁଡ଼ିକରେ ସେଡିମେଣ୍ଟେଶନ ସାଇନ୍ସକୁ କମ୍‌ ଗୁରୁତ୍ୱ ଦିଆଯାଉଛି। ଅର୍ଥାତ ଭାରତରେ ନଦୀଶଯ୍ୟା ଓ ଜଳଭଣ୍ଡାରଗୁଡ଼ିକକୁ ଦୀର୍ଘଦିନ ଧରି ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାହୋଇଆସୁଛି। ୨୦୨୧ର ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ୫,୨୬୪ ବୃହତ୍‌ ଡ୍ୟାମ୍‌ ଅଛି ଓ ଆଉ ୫୦୦ ନିର୍ମାଣ ଜାରି ରହିଛି। ଏହାବାଦ୍‌ ଅନେକ ହଜାର ମଧ୍ୟମ ଓ କ୍ଷୁୁଦ୍ର ଜଲଭଣ୍ଡାର କାର୍ଯ୍ୟକ୍ଷମ ଅଛି। ତଥାପି ଏବେ ଆମେ ଆବଶ୍ୟକ ପାନୀୟ ଜଳ ଯୋଗାଇବା ଲାଗି ଅକ୍ଷମ। ଜନସଂଖ୍ୟା ବୃଦ୍ଧି, ଆର୍ଥିକ ଅଭିବୃଦ୍ଧି, ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଓ ସହରୀକରଣ ଆଦି ଜଳନୀତିର ପ୍ରମୁଖ ଅଂଶ ହୋଇଛି। ଏ କ୍ଷେତ୍ରରେ ୨୦୧୮ରେ ନୀତି ଅୟୋଗଙ୍କ ଆକଳନ କହେ ଯେ, ୨୦୩୦ ସୁଦ୍ଧା ଭାରତର ଜଳ ଯୋଗାଣ ଚାହିଦା ୨ଗୁଣ ବଢ଼ିଯିବ। ତେବେ ଜଳଭଣ୍ଡାରରେ ଜଳ ବିନା ଯଦି ଧୋଇଲା ବାଲିମାଟି ଭର୍ତ୍ତି ହେବ ତେବେ ଭାରତ ଜଳବାୟୁ ପରିବର୍ତ୍ତନର ଆହ୍ବାନଗୁଡ଼ିକୁ ମୁକାବିଲା କରି ଶତତ ବିକାଶ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡ଼ିବ। ଏହାକୁ ଲକ୍ଷ୍ୟକରି ଏବେଠାରୁ ଅତିରିକ୍ତ ଜଳ ଗଚ୍ଛିତ କରିବା ଲଗି ନୂଆ ଯୋଜନା କରିବାକୁ ହେବ। ଏଥିରେ ଛୋଟ ଡ୍ୟାମ୍‌ ନିର୍ମାଣ, ବର୍ଷା ଜଳ ଅମଳ ଓ ଭୂତଳ ଜଳ ସ୍ତର ରିଚାର୍ଜ କରିବା କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?