ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି

ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା, ପାର୍କିଂ ଓ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇନାହିଁ। ପୁରାଣ କଥାବସ୍ତୁରେ ସ୍ଥଳର ମାହାତ୍ମ୍ୟ ରହିଛି। ଲୋକେ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ମାତ୍ର ମୌଳିକ ସୁବିଧା ନ ଥିବାରୁ ସ୍ଥଳ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିପାରୁନାହିଁ। ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଇ ସୌନ୍ଦର୍ଯ୍ୟ ତଥା ଉନ୍ନୟନ କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

ଚମ୍ପୁଆ ସଦର ମହକୁମାଠାରୁ ମାତ୍ର ୧୦ କି.ମି. ଦୂରରେ ଥିବା କେଶରୀ କୁଣ୍ଡ ୨୦୦୮ରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ବୈତରଣୀ ନଦୀର କୁଳୁକୁଳୁ ନାଦ ଓ ବିସ୍ତୀର୍ଣ୍ଣ ବାଲୁକା ଶଜ୍ୟା, ସବୁଜ ବନାନୀ ଭରା ପ୍ରାକୃତିକ ପରିବେଶ ସହିତ ପୁଣ୍ୟତୋୟା ଚିରସ୍ରୋତା ବୈତରଣୀ କେଶରୀ କୁଣ୍ଡକୁ ମନୋରମ କରି ଗଢ଼ି ତୋଳିଛି। ଏଥିସହ ନଦୀ ଗର୍ଭରେ ଥିବା ବିରାଟ ପଥର ଚଟାଣ ସ୍ଥଳର ସୌନ୍ଦର୍ଯ୍ୟ ବଢ଼ାଇ ଦେଉଛି। ବଣଭୋଜି ପାଇଁ ଏହା ଏକ ଉତ୍ତମ ସ୍ଥାନ ହୋଇଥିଲେ ହେଁ ଚଳିତ ମାସ ବର୍ତ୍ତମାନ ସୁଦ୍ଧା କଁା ଭଁା କିଛି ସ୍ଥାନୀୟ ବଣଭୋଜି ଦଳକୁ ଛାଡ଼ି ଦେଲେ ସେମିତି ଆଖିଦୃଶିଆ ପର୍ଯ୍ୟଟକଙ୍କ ଆଗମନ ହୋଇନାହିଁ।

ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ଭାଗ କରୁଥିବା ଏହି ନଦୀର ଗୋଟିଏ ପଟେ କେଶରୀ ଗାଁ ଓ ଅନ୍ୟପାଖରେ ସରେଇ ଗାଁ ଅବସ୍ଥିତ। ନଦୀ ଗର୍ଭରେ ଥିବା ପଥର ଚଟାଣରେ ୩ ଗୋଟି କୁଣ୍ଡ ଏହାର ମାହାତ୍ମ୍ୟ ବଢ଼ାଇଥାଏ। ବିଶେଷ ଭାବରେ ମକର ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ। ନଦୀକୁ ଓହ୍ଲାଇବା ପାଇଁ ପାହାଚ ବ୍ୟବସ୍ଥା କରାଯାଇଛି। ଏଥିସହ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିକାଶ ଅଧୀନରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ସଂଯୋଗୀ ରାସ୍ତା ଓ ଯାନବାହନ ରହଣି ସ୍ଥଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ।

ଔପନ୍ୟାସିକା ପଦ୍ମିନୀ ମିଶ୍ର କୁହନ୍ତି, ଐତିହାସିକ ଭିତ୍ତିଭୂମିରେ ରାଜା ଯଯାତି କେଶରୀ କରିଥିବା ଦଶାଶ୍ୱମେଧ ଯଜ୍ଞରେ କନୌଜରୁ ଆସିଥିବା ବ୍ରାହ୍ମଣମାନଙ୍କ ପରାମର୍ଶରେ ନଦୀ ତଟରେ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଏହି ସ୍ଥାନକୁ ଦ୍ୱିତୀୟ ଗଙ୍ଗା ଭାବେ ଗ୍ରହଣ କରି ଶ୍ରାଦ୍ଧ ଓ ଅସ୍ତି ବିସର୍ଜନ କାର୍ଯ୍ୟ କରାଯାଇ ପିତୃ ପୁରୁଷଙ୍କୁ ଅର୍ପଣ କରାଯାଇଥାଏ। ବିଶେଷ ଭାବରେ ଏଠାରେ ଥିବା ତିନି ଗୋଟି କୁଣ୍ଡରେ ସ୍ନାନକଲେ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ସେ କହିଥିଲେ। ସ୍ଥାନୀୟ ଅଧିବାସୀ ବିଧୁଭୂଷଣ ପତିଙ୍କ କହିବା ଅନୁଯାୟୀ, ଏଠାରେ ଆମୋଦ ପ୍ରମୋଦର ବ୍ୟବସ୍ଥା ନାହିଁ। ଏପରିକି ପିଇବା ପାଣି, ରାସ୍ତାଘାଟର ଉନ୍ନତି ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଓ ପର୍ଯ୍ୟଟକ ରହିବା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ପର୍ଯ୍ୟଟକ ଏଠାକୁ ଆସୁ ନାହାନ୍ତି। ଏଥିପ୍ରତି ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହା ଏକ ଉନ୍ନତ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ସୁଆମ ଶାସନରେ ହରିହାଟ, ଗୀତାପାଠ ସହ…

ପାଟଣା,୨୩ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସୁଆମ ଶାସନ ମଣ୍ଡପରେ ହରିହାଟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଣ୍ଡପରେ ରାମ, ଲକ୍ଷ୍ମଣ, ସୀତା…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?