ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି

ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା, ପାର୍କିଂ ଓ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇନାହିଁ। ପୁରାଣ କଥାବସ୍ତୁରେ ସ୍ଥଳର ମାହାତ୍ମ୍ୟ ରହିଛି। ଲୋକେ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ମାତ୍ର ମୌଳିକ ସୁବିଧା ନ ଥିବାରୁ ସ୍ଥଳ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିପାରୁନାହିଁ। ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଇ ସୌନ୍ଦର୍ଯ୍ୟ ତଥା ଉନ୍ନୟନ କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

ଚମ୍ପୁଆ ସଦର ମହକୁମାଠାରୁ ମାତ୍ର ୧୦ କି.ମି. ଦୂରରେ ଥିବା କେଶରୀ କୁଣ୍ଡ ୨୦୦୮ରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ବୈତରଣୀ ନଦୀର କୁଳୁକୁଳୁ ନାଦ ଓ ବିସ୍ତୀର୍ଣ୍ଣ ବାଲୁକା ଶଜ୍ୟା, ସବୁଜ ବନାନୀ ଭରା ପ୍ରାକୃତିକ ପରିବେଶ ସହିତ ପୁଣ୍ୟତୋୟା ଚିରସ୍ରୋତା ବୈତରଣୀ କେଶରୀ କୁଣ୍ଡକୁ ମନୋରମ କରି ଗଢ଼ି ତୋଳିଛି। ଏଥିସହ ନଦୀ ଗର୍ଭରେ ଥିବା ବିରାଟ ପଥର ଚଟାଣ ସ୍ଥଳର ସୌନ୍ଦର୍ଯ୍ୟ ବଢ଼ାଇ ଦେଉଛି। ବଣଭୋଜି ପାଇଁ ଏହା ଏକ ଉତ୍ତମ ସ୍ଥାନ ହୋଇଥିଲେ ହେଁ ଚଳିତ ମାସ ବର୍ତ୍ତମାନ ସୁଦ୍ଧା କଁା ଭଁା କିଛି ସ୍ଥାନୀୟ ବଣଭୋଜି ଦଳକୁ ଛାଡ଼ି ଦେଲେ ସେମିତି ଆଖିଦୃଶିଆ ପର୍ଯ୍ୟଟକଙ୍କ ଆଗମନ ହୋଇନାହିଁ।

ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ଭାଗ କରୁଥିବା ଏହି ନଦୀର ଗୋଟିଏ ପଟେ କେଶରୀ ଗାଁ ଓ ଅନ୍ୟପାଖରେ ସରେଇ ଗାଁ ଅବସ୍ଥିତ। ନଦୀ ଗର୍ଭରେ ଥିବା ପଥର ଚଟାଣରେ ୩ ଗୋଟି କୁଣ୍ଡ ଏହାର ମାହାତ୍ମ୍ୟ ବଢ଼ାଇଥାଏ। ବିଶେଷ ଭାବରେ ମକର ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ। ନଦୀକୁ ଓହ୍ଲାଇବା ପାଇଁ ପାହାଚ ବ୍ୟବସ୍ଥା କରାଯାଇଛି। ଏଥିସହ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିକାଶ ଅଧୀନରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ସଂଯୋଗୀ ରାସ୍ତା ଓ ଯାନବାହନ ରହଣି ସ୍ଥଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ।

ଔପନ୍ୟାସିକା ପଦ୍ମିନୀ ମିଶ୍ର କୁହନ୍ତି, ଐତିହାସିକ ଭିତ୍ତିଭୂମିରେ ରାଜା ଯଯାତି କେଶରୀ କରିଥିବା ଦଶାଶ୍ୱମେଧ ଯଜ୍ଞରେ କନୌଜରୁ ଆସିଥିବା ବ୍ରାହ୍ମଣମାନଙ୍କ ପରାମର୍ଶରେ ନଦୀ ତଟରେ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଏହି ସ୍ଥାନକୁ ଦ୍ୱିତୀୟ ଗଙ୍ଗା ଭାବେ ଗ୍ରହଣ କରି ଶ୍ରାଦ୍ଧ ଓ ଅସ୍ତି ବିସର୍ଜନ କାର୍ଯ୍ୟ କରାଯାଇ ପିତୃ ପୁରୁଷଙ୍କୁ ଅର୍ପଣ କରାଯାଇଥାଏ। ବିଶେଷ ଭାବରେ ଏଠାରେ ଥିବା ତିନି ଗୋଟି କୁଣ୍ଡରେ ସ୍ନାନକଲେ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ସେ କହିଥିଲେ। ସ୍ଥାନୀୟ ଅଧିବାସୀ ବିଧୁଭୂଷଣ ପତିଙ୍କ କହିବା ଅନୁଯାୟୀ, ଏଠାରେ ଆମୋଦ ପ୍ରମୋଦର ବ୍ୟବସ୍ଥା ନାହିଁ। ଏପରିକି ପିଇବା ପାଣି, ରାସ୍ତାଘାଟର ଉନ୍ନତି ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଓ ପର୍ଯ୍ୟଟକ ରହିବା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ପର୍ଯ୍ୟଟକ ଏଠାକୁ ଆସୁ ନାହାନ୍ତି। ଏଥିପ୍ରତି ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହା ଏକ ଉନ୍ନତ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri