ଅବହେଳିତ କଡ୍ରୁସୋରୁ ଗାଁ: ରାସ୍ତା ନାହିଁ, ଝରଣା ପାଣି ଭରସା

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ ମଧ୍ୟ ଦୁର୍ଗମ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଫଳରେ ଆଜି ମଧ୍ୟ ସେମାନେ ଅବହେଳିତ ଭାବରେ ଜୀବନଯାପନ କରୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଯୁଗସାଇପାଟଣା ପଞ୍ଚାୟତର ବଣପାହାଡ଼ ଘେରରେ ଥିବା କଡ୍ରୁସୋରୁ ଗାଁରେ। ଏହି ଗାଁରେ ୧୩ ଆଦିବାସୀ ପରିବାର ଦୀର୍ଘବର୍ଷ ହେବ ରହୁଥିବାବେଳେ ଗାଁକୁ ଯିବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଜଙ୍ଗଲିଆ ରାସ୍ତାରେ ଲୋକେ ଯା’ଆସ କରୁଛନ୍ତି। ଏପରି କି ଗାଁଠାରୁ ୩କି.ମି. ଦୂରରେ ଥିବା କଟଲଙ୍ଗ ସ୍କୁଲକୁ ଯିବାକୁ ହେଲେ ଉକ୍ତ ଜଙ୍ଗଲିଆ ରାସ୍ତା ଦେଇ କୋମଳମତି ଶିଶୁମାନଙ୍କୁ ଯିବାକୁ ପଡିଥାଏ। ବିପଦ ଆଶଙ୍କା ଥିବାରୁ ଶିଶୁଙ୍କୁ ପାଠ ପଢିବା ପାଇଁ ଛାଡିବାକୁ ଗ୍ରାମବାସୀ ଉଚିତ ମଣୁନାହାନ୍ତି। ସେହିପରି ଜରୁରିକାଳୀନ ପରିସ୍ଥିତିରେ ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଖଟିଆ ସାହାଯ୍ୟରେ ବୋହି ୪କି.ମି. କମଲେଇ ଗାଁକୁ ନେଲାପରେ ଆମ୍ବୁଲାନ୍ସ ସେବା ମିଳିଥାଏ। ସବୁଠାରୁ ଆଶ୍ୱର୍ଯ୍ୟର ବିଷୟ ହେଲା ଏହି ଗାଁରୁ ପଞ୍ଚାୟତ ମୁଖ୍ୟାଳୟ ୮୦ କି.ମି. ଓ ବ୍ଲକ କାର୍ଯ୍ୟାଳୟ ୬୪ କି.ମି. ଦୂରରେ ରହିଛି। ଫଳରେ ଗାଁ ଲୋକଙ୍କ ପାଇଁ ପଞ୍ଚାୟତରୁ ପିଡ଼ିଏସ୍‌ ସାମଗ୍ରୀ ଆଣିବା ମୁସ୍କିଲ ହୋଇପଡୁଛି। ଗାଁରେ ଦୁଇଟି ନଳକୂପ ରହିଛି। ସେଥିମଧ୍ୟରୁ ଗୋଟିଏ ଅଚଳ ହୋଇ ଦୁଇବର୍ଷ ପରେ ମଧ୍ୟ ମରାମତି ହେଉ ନ ଥିବାବେଳେ ଅନ୍ୟ ଏକ ନଳକୂପ ପାହାଡ଼ ଜାଗା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନାହିଁ। ଫଳରେ ନିକଟସ୍ଥ ଝରଣା ପାଣି ଗ୍ରାମବାସୀଙ୍କ ଭରସା ପାଲଟିଛି। ଏହି ଝରଣା ପାଣି ଏବେ ଶୋଷ ମେଣ୍ଟାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଏହି ଗାଁରେ ବିଜୁଳି ସଂଯୋଗ ହୋଇ ପାରିନି। ଯାହାଫଳରେ ଅନ୍ଧାରରେ ଜୀବନ କାଟୁଥିବା ନେଇ ଗ୍ରାମର ଇନ୍ଦ୍ର ମାଝୀ, ଡୁନି ମାଝୀ, ଡମ୍ବରୁ ମାଝୀ, ଲାକ୍ସା ମାଝୀ, ସାନ୍ଦା ମାଝୀ, ଜାମଦେଈ ମାଝୀ, ବନ ମାଝୀ, ଦୁରପି ମାଝୀ, ଲାଚନା ମାଝୀ, କମାଲ ଦେଈ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ଶୀଘ୍ର ଏହି ସମସ୍ୟା ପ୍ରତି ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?