ଅବହେଳାରୁ ଐତିହ୍ୟ ନଷ୍ଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ବହୁ ଐତିହ୍ୟସ୍ଥଳ। ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ମାଟିରେ ମିଶୁଛି ଐତିହାସିକ କୀର୍ତ୍ତିରାଜି। ଇତିମଧ୍ୟରେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅନେକ ଐତିହ୍ୟ ସତ୍ତା ହରାଇ ବସିଥିବାବେଳେ ଆଉ କିଛି ଧୀରେ ଧୀରେ ନଜରରୁ ଦୂରେଇ ଯିବାରେ ଲାଗିଛି। ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୂରଦୃଷ୍ଟି ଅଭାବରୁ ପୁରୁଣା ଭୁବନେଶ୍ୱରର ଏକାଧିକ କୀର୍ତ୍ତିରାଜି ଏବେ ଜବରଦଖଲ ହୋଇଚାଲିଛି। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପୁରାତନ ତଥା ଐତିହାସିକ ମଠ, ମନ୍ଦିର ଓ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ପରିବର୍ତ୍ତେ ସେସବୁକୁ ଯୋଜନାବଦ୍ଧ ଭାବେ ଧ୍ୱଂସ ମୁହଁକୁ ଠେଲି ଦିଆଯାଉଛି। ଏଥିମଧ୍ୟରେ ପୁରୁଣା ଭୁବନେଶ୍ୱରର ଐତିହ୍ୟ ସମ୍ପନ୍ନ ଗୋସାଗରେଶ୍ୱର ମନ୍ଦିର ରହିଛି। ବୈତାଳୀ ମନ୍ଦିରଠାରୁ ୨୦୦ ମିଟର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ ଭାଗରୁ ପ୍ରାୟ ୮୦୦ ମିଟର ଦୂରରେ ଥିବା ଏହି ମନ୍ଦିର ଏବେ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି। ଏଥିସହ ପରିସରରେ ଥିବା ଐତିହ୍ୟ ପୁଷ୍କରିଣୀ ଓ ଏହାକୁ ଲାଗି ତ୍ରୟୋଦଶ ଶତାବ୍ଦୀର ୧୧ ଦେବଦେବୀଙ୍କ ମନ୍ଦିର ମଧ୍ୟ ଧ୍ୱଂସାଭିମୁଖୀ ହେବାରେ ଲାଗିଛି।
୧୯୯୯ରେ ଶେଷଥର ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଗୋସାଗରେଶ୍ୱର ମନ୍ଦିରର ମରାମତି ହୋଇଥିଲା। କିନ୍ତୁ ଏହାପରଠୁ ସତେ ଯେମିତି ଏହି ଐତିହ୍ୟ ରାଜ୍ୟ ତଥା ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ଆଲୋଡ଼ା ହୋଇଯାଇଛି। ଗୋ ମୃତ୍ୟୁ ପାପରୁ ମୁକ୍ତି ପାଇଁ ଲୋକେ ଏଠାରେ ସ୍ନାନ କରିଥାନ୍ତି। ପୁଷ୍କରିଣୀର ଜଳ ପ୍ରାକୃତିକ ଝରଣା ଦ୍ୱାରା ସୃଷ୍ଟି ହୋଇଥିବାବେଳେ ଏଥିରୁ ନିର୍ଗତ ଜଳ ଉତ୍ତର ପୂର୍ବ କୋଣ ଦେଇ ବିନ୍ଦୁସାଗରରେ ମିଶିଥାଏ। ହେଲେ ଏବେ ଅଧିକ ବର୍ଷାହେଲେ ପୁଷ୍କରିଣୀ ପାଣି ନିଷ୍କାସିତ ହୋଇ ନ ପାରି ମୁଖ୍ୟ ମନ୍ଦିରର ଆଧାରକୁ ଜଳମଗ୍ନ କରି ଦେଉଛି। ପାଣିର ପ୍ରାକୃତିକ ପ୍ରବାହକୁ ରୋକିବା ପାଇଁ ଏକ ପାଚେରି ନିର୍ମାଣ କରାଯାଇଥିଲା। ହେଲେ ତାହା ଏବେ ଭାଙ୍ଗିଯାଇଥିବାରୁ ମନ୍ଦିର ମଧ୍ୟକୁ ଜଳ ପ୍ରବେଶ କରି ତାହାକୁ ଦୁର୍ବଳ କରିବାରେ ଲାଗିଛି। ସମସ୍ତ ମନ୍ଦିରର ଗର୍ଭଗୃହରୁ ମଧ୍ୟ ପାଣି ଝରୁଛି। ଏପରି କି ମଣ୍ଡପ ମଧ୍ୟ ଗୋଟିଏ ଆଡ଼କୁ ଢଳି ଗଲାଣି। ପୂର୍ବରୁ ଏହି ପୁଷ୍କରିଣୀର ଜଳକୁ ପିଇବା ପାଣି ଭାବେ ବ୍ୟବହାର କରାଯାଉଥିବାବେଳେ ଏବେ ଏହା ପ୍ରଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ମନ୍ଦିର ପରିସର କୂଅଗୁଡ଼ିକ ମଧ୍ୟ ଦୂଷିତ ଅବସ୍ଥାରେ ରହିଛି। ଏନେଇ ସ୍ଥାନୀୟ ଲୋକେ ବିଭିନ୍ନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଯଦି ତୁରନ୍ତ ରକ୍ଷଣାବେକ୍ଷଣ ଓ ମରାମତି ନ ହେଲେ ମନ୍ଦିରର ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମା’ ଜାଗେଶ୍ୱରୀ ୟୁଥ୍‌ ଆସୋସିଏଶନ ସଭାପତି ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତିି।
ସେହିଭଳି ପୁରୁଣା ଭୁବନେଶ୍ୱରର ଗଙ୍ଗା-ଯମୁନା, ବଡ଼ କୂଅ, କପିଳକୁଣ୍ଡ, ମଣିକର୍ଣ୍ଣିକା, କୁକୁ ଟେଶ୍ୱର, କେଦାରଗୌରୀ ଆଦି ବହୁ ଐତିହ୍ୟ ପୁଷ୍କରିଣୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ବୋଲି ଇନ୍‌ଟାକ୍‌ର ଅନିଲ୍‌ ଧୀର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri