ନେଫ୍‌ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ ୮ ବିରୋଧୀ ଦଳ ଏହି ୭୧ ବର୍ଷୀୟ ଷ୍ଟ୍ରଙ୍ଗ୍‌ମ୍ୟାନଙ୍କ ନିରବଚ୍ଛିନ୍ନ ୧୨ ବର୍ଷ ଶାସନର ଅନ୍ତ ଘଟାଇଛନ୍ତି। କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁଯାୟୀ, ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍‌ଟାଲି ବେନେଟ ଦେଶର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ୨ ବର୍ଷ ପଦ ସମ୍ଭାଳିବେ। ପର ୨ ବର୍ଷ ପାଇଁ ସେ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍‌ ଏଟିଡ୍‌ ପାର୍ଟି ଅଧ୍ୟକ୍ଷ ୟେର୍‌ ଲେପିଡଙ୍କୁ ଶାସନ ଗାଦି ଛାଡ଼ିଦେବେ। ନେଫ୍‌ଟାଲି ପ୍ରଧାନମନ୍ତ୍ରୀ ରହିବା ସମୟରେ ଲେପିଡ୍‌ ବହିର୍ବ୍ୟାପାର ମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି।
ବିରୋଧୀ ଦଳ ନେତା ୟେର୍‌ ଲେପିଡ୍‌ ନେସେଟ୍‌ରେ ଆସ୍ଥାଭୋଟ ଜିତିଛନ୍ତି। ୧୨୦ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଜଣେ ଏମ୍‌ପି ମତଦାନରୁ ବିରତ ରହିଥିବାବେଳେ ଲେପିଡ୍‌ଙ୍କ ସପକ୍ଷରେ ୬୦ ଓ ବିରୋଧରେ ୫୯ ଖଣ୍ଡ ଭୋଟ ପଡ଼ିଛି। ବିଭିନ୍ନ ବିଚାରଧାରାର ଦଳକୁ ନେଇ ଗଠିତ ଅଭୂତପୂର୍ବ ମେଣ୍ଟ ସରକାରରେ ୨୭ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା। ବିଦାୟୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ସେ ବିରୋଧୀ ଆସନରେ ବସିବେ ଏବଂ ଏହି ବିପଜ୍ଜନକ ସରକାରର ପତନ ଘଟାଇ ପୁଣି କ୍ଷମତାକୁ ଫେରିବେ। ତେବେ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ନେତାନ୍ୟାହୁଙ୍କ ହାତରୁ କ୍ଷମତା ଖସିବା ପରେ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରକାଶ ଯେ, ଟେକ୍ନୋଲୋଜି ମିଲିୟନେୟାର ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନେଫ୍‌ଟାଲି ପୂର୍ବରୁ ଏଲିଟ୍‌ ମିଲିଟାରୀ କମାଣ୍ଡୋ ୟୁନିଟ୍‌ରେ ଟେକ୍‌ ଏଣ୍ଟରପ୍ରିନ୍ୟୁର ଭାବେ କାର୍ଯ୍ୟ କରିଥିଲେ। ଏକଦା ନେତାନ୍ୟାହୁଙ୍କ ଘନିଷ୍ଠ ସହଯୋଗୀ ବିବେଚନା କରାଯାଉଥିବା ଏହି ନେତା ପ୍ରଧାନମନ୍ତ୍ରୀଙ୍କ ଲିକୁଡ୍‌ ପାର୍ଟି ଛାଡ଼ିବା ପରେ ଦକ୍ଷିଣପନ୍ଥୀ ଧର୍ମୀୟ ଇହୁଦୀ ହୋମ୍‌ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୩ ସାଧାରଣ ନିର୍ବାଚନରେ ନେଫ୍‌ଟାଲି ପ୍ରଥମ ଥର ପାଇଁ ବିଜୟୀ ହୋଇ ପାର୍ଲାମେଣ୍ଟକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?