Posted inଜାତୀୟ

NEET ପେପର ଲିକ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ହାତରେ ଲାଗିଲା ଏହି ବଡ଼ ପ୍ରମାଣ

ନୂଆଦିଲ୍ଲୀ,୨୭ା୬: ନିଟ୍‌ ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମହାରାଷ୍ଟ୍ରରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପେପର ଲିକ୍‌ ମାମଲାର ତଦନ୍ତ କରୁଥିବା ଲାଟୁର ପୋଲିସ କେବଳ ନିଟ୍‌ ନୁହେଁ ବରଂ ଗ୍ରେଡ୍‌ ସି ଏବଂ ଗ୍ରେଡ୍‌ ବି ନିଯୁକ୍ତି ପରୀକ୍ଷାରେ ବି ହାଜର ପ୍ରାର୍ଥୀଙ୍କ ପାଇଁ ହଲ୍‌ ଟିକେଟ ଜବତ କରିଛି। ଏହା ସୂଚାଇ ଦେଉଛି ଯେ, ପେପର ଲିକ୍‌ରେ ଅଭିଯୁକ୍ତ କେବଳ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଂପୃକ୍ତ ନୁହନ୍ତି  ବରଂ ସରକାରୀ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଜଡ଼ିତ ଅଛନ୍ତି।

ପୋଲିସ ସନ୍ଦେହ କରୁଛି ଯେ,ନିଟ୍‌ ପେପର ଲିକ୍‌ର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ଗୁଣ୍ଡେ ମେଡିକାଲ ପ୍ରବେଶିକା ପରୀକ୍ଷା ତଥା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷାରେ କଳଙ୍କ ଲଗାଇଛନ୍ତି। ଗଙ୍ଗାଧର ହିଁ ମାଷ୍ଟରମାଇଣ୍ଡ୍‌। ଲାଟୁର ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ନିଟ୍‌ ପେପର ଲିକ୍‌ ମାମଲାରେ ପଳାତକ ଅଭିଯୁକ୍ତ ଗଙ୍ଗାଧର ଗୁଣ୍ଡେ ଶିକ୍ଷକ ଏବଂ ଏଜେଣ୍ଟଙ୍କ ମଧ୍ୟରେ ସାଧାରଣ ଲିଙ୍କ। ଏହି ସମୟରେ ଗଙ୍ଗାଧରଙ୍କ ସ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶ ପୋଲିସ ଗଙ୍ଗାଧରଙ୍କୁ ଗିରଫ କରିଛି। ସେ କହିଛନ୍ତି, ଜୁନ୍‌ ୨୫ରୁ ସେ ଗଙ୍ଗାଧରଙ୍କ ସହ କଥାବାର୍ତ୍ତା କରିପାରିନାହାନ୍ତି।

ମହାରାଷ୍ଟ୍ରର ଲାଟୁର ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବିହାର ରାଜ୍ୟର କିଛି ଲୋକଙ୍କ ସହ ଗଙ୍ଗାଧର ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ କହିଛି, ବିହାରର ଯେଉଁମାନଙ୍କ ସହ ଗଙ୍ଗାଧର ଯୋଗାଯୋଗ କରୁଥିଲେ ସେମାନେ ହେଉଛନ୍ତି ନିଟ୍‌ ଛାତ୍ର କିମ୍ବା ଦଲାଲ ଯେଉଁମାନଙ୍କର ପେପର ଲିକ୍‌ ସହିତ ସଂଯୋଗ ରହିଛି। ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଅଧିକାରୀ କହିଛନ୍ତି, ତଦନ୍ତ ସମୟରେ ପୋଲିସ କିଛି ହ୍ବାଟ୍ସଆପ୍‌ ଚାଟ ଏବଂ କଣ୍ଟାକ୍ଟ ନମ୍ବର ପାଇଥିଲା, ଯାହା ସ୍ପଷ୍ଟ କରିଛି ଯେ, ଗଙ୍ଗାଧର ବିହାରର କିଛି ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ପୋଲିସ ବିହାର ପୋଲିସର ସହାୟତା ନେଇପାରେ। ତେବେ ବିହାର ପୋଲିସ ମାମଲାକୁ ଅଧିକ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଙ୍ଗାଧର ମହାରାଷ୍ଟ୍ରର ସାଙ୍ଗଲିର ବାସିନ୍ଦା। ସେ ବର୍ତ୍ତମାନ ଗୁରୁଗାଓଁରେ ରୁହନ୍ତି ଏବଂ ସେଠାରେ ଏକ ଅଟୋମୋବାଇଲ କମ୍ପାନୀରେ କାମ କରନ୍ତି।

ପ୍ରାଥମିକ ଅନୁସନ୍ଧାନ ବେଳେ ପୋଲିସ ଅଭିଯୁକ୍ତଙ୍କଠାରୁ ୮ ଜଣ ନିଟ୍‌ ଛାତ୍ରଙ୍କ ହଲ୍‌ ଟିକେଟ ଜବତ କରିଥିଲା, କିନ୍ତୁ ଗିରଫ ପରେ ଆଉ ୪ଟି ହଲ୍‌ ଟିକେଟ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ହ୍ବାଟ୍ସଆପ ଚାଟରେ ପୋଲିସ ବର୍ତ୍ତମାନ ମୋଟ୍‌ ୧୨ଟି ହଲ୍‌ ଟିକେଟ ଜବତ କରିଛି। ଜଣେ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଗ୍ରେଡ୍‌ ସି ଏବଂ ଗ୍ରେଡ୍‌ ବି ପରୀକ୍ଷା ପାଇଁ ହଲ୍‌ ଟିକେଟ ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ମିଳିଛି, ଯାଞ୍ଚ ପ୍ରକ୍ରିୟା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri