Posted inଜାତୀୟ

ଏନ୍‌ଇଇଟି ବିଭ୍ରାଟ: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୨ା୬: ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, କର୍ନାଟକ ଓ ଅନ୍ୟାନ୍ୟ ରାଜ୍ୟରେ ବିକ୍ଷୋଭ ହୋଇଥିଲା। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ରାଜଧାନୀରେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଦୁର୍ନୀତି ବିରୋଧରେ ବିକ୍ଷୋଭରେ ଅନୁଷ୍ଠିତ ବିକ୍ଷୋଭରେ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ। ନରେନ୍ଦ୍ର ମୋଦି ସରକାରରେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଏହା ସେମାନଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ମାତାପିତାଙ୍କ ଆଶାଆକାଂକ୍ଷା ଉପରେ ଆକ୍ରମଣ। ପିଲାମାନଙ୍କ ପ୍ରତି ଅନ୍ୟାୟ ହେବାକୁ ଦିଆଯିବ ନାହିଁ। ‘ପେପର ଲିକ୍‌’ ସରକାରଙ୍କୁ ମୁଣ୍ଡ ନୋଇଁବାକୁ ପଡ଼ିବ ବୋଲି କଂଗ୍ରେସ କହିଛି। ପଞ୍ଜାବରେ ପିସିସି ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗଙ୍କ ନେତୃତ୍ୱରେ ବିକ୍ଷୋଭ ହୋଇଥିବାବେଳେ କର୍ନାଟକରେ ଏନ୍‌ଏସ୍‌ୟୁଆଇ ଏବଂ ଯୁବକଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନ୍‌ଇଇଟି ଏବଂ ୟୁଜିସି-ନେଟ୍‌ ପ୍ରସଙ୍ଗକୁ ନେଇ ପାଟନାରେ ବିହାରର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ।
ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ମେ’ ୫ରେ ହୋଇଥିବା ଏନ୍‌ଇଇଟି ପରୀକ୍ଷାରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଭାଗ ନେଇଥିଲେ। ତେବେ ଜୁନ୍‌ ୪ରେ ରେଜଲ୍ଟ ଆସିବା ପରେ ବ୍ୟାପକ ଅନିୟମିତତା ହୋଇଥିବା ପଦାକୁ ଆସିଥିଲା। ୬୭ ଜଣ ପିଲାଙ୍କୁ ପୂର୍ଣ୍ଣ ମାର୍କ ଦିଆଯାଇ ର଼୍ୟାଙ୍କ୍‌ ଓ୍ବାନ୍‌ରେ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ଥିଲେ। ଏହି ମାମଲାରେ ପାଟନାରୁ ଗିରଫ ହୋଇଥିବା ଅନୁରାଗ ଯାଦବ ନାମକ ଛାତ୍ରଙ୍କ କହିବା ଅନୁଯାୟୀ ତାଙ୍କୁ ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ମିଳିଥିଲା। ପେପର ଲିକ୍‌ରେ ସମ୍ପୂକ୍ତ ଛାତ୍ରୀଛାତ୍ରମାନେ ପାଟନାର ଏନ୍‌ଏଚ୍‌ଏଆଇ ଗେଷ୍ଟହାଉସ୍‌ରେ ରହିଥିଲେ। ତେଣୁ ପ୍ରଶ୍ନପତ୍ର ଲିକ୍‌ ସହ ରାଜନୈତିକ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ପରୀକ୍ଷା ପୂର୍ବଦିନ କେତେଜଣ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଯୋଗାଡ଼ କରାଯାଇଥିଲା। ପ୍ରତି ପ୍ରଶ୍ନପତ୍ର ପାଇଁ ସେମାନଙ୍କୁ ୩୦ରୁ ୩୨ ଲକ୍ଷ ଟଙ୍କା ଲେଖାଏ ଦେବାକୁ ପଡ଼ିଥିଲା ବୋଲି ଗିରଫ ପରୀକ୍ଷାର୍ଥୀ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର

ଡେରାଡୁନ୍‌,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍‌ କହିଛନ୍ତି,...

କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ

ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍‌ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ...

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬...

ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ...

ବଡ଼ ରାଜନୈତିକ ହଲଚଲ, ମୋଦିଙ୍କୁ ଭେଟିଲେ ଶାହା: ଚାଲିଛି ଭାଜପାର ମନ୍ଥନ

ନୂଆଦିଲ୍ଲୀ,୧୭।୭: ଉତ୍ତରପ୍ରଦେଶର ରାଜନୈତିକ ପରିସ୍ଥିତିକୁ ନେଇ ରାଜଧାନୀ ଲକ୍ଷ୍ନୌରୁ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପାର ମନ୍ଥନ ଚାଲିଛି। ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର...

୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ...

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ...

ଆସାମରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ‘ଜୀବନ ଏବଂ ମୃତ୍ୟୁର ବିଷୟ’: ହିମନ୍ତ ବିସ୍ୱଶର୍ମା

ନୂଆଦିଲ୍ଲୀ,୧୭।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱଶର୍ମା ବୁଧବାର କହିଛନ୍ତି ଯେ ତାଙ୍କ ରାଜ୍ୟରେ ପରିବର୍ତ୍ତିତ ଜନସଂଖ୍ୟା ଏକ ବଡ଼ ଚିନ୍ତାର ବିଷୟ। ଆସାମରେ ମୁସଲମାନ ଜନସଂଖ୍ୟାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri