Posted inଜାତୀୟ

NEET ବିବାଦ: ଆକ୍ସନ ମୋଡରେ ପୋଲିସ୍‌, ଦୁଇ ଶିକ୍ଷକଙ୍କୁ ପଚରାଉଚରା

ନୂଆଦିଲ୍ଲୀ, ୨୩।୬: NEET ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିପକ୍ଷ ଦଳ ସରକାରଙ୍କୁ ଏଥିପାଇଁ ଦାୟୀ କରି ରାସ୍ତାକୁ ଓହ୍ଲାଉଛନ୍ତି । ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ବିହାର ସମେତ ଅନ୍ୟ ରାଜ୍ୟରୁ ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରୁଛି । ଏହି ମାମଲାରେ ବିହାର କନେକ୍ସନ ରହିଥିବା ବେଳେ ଏବେ ମହାରାଷ୍ଟ୍ରର କନେକ୍ସନ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ଲାତୁର ଅଞ୍ଚଳରୁ ଦୁଇଜଣ ଶିକ୍ଷକଙ୍କୁ ହେପାଜତକୁ ନେଇ ପଚରାଉଚରା କରିଛି ଏଟିଏସ୍‌ । ଏହି ଦୁଇଜଣ ଜିଲା ପରିଷଦ ସ୍କୁଲରେ କାର୍ଯ୍ୟରତ ଅଛନ୍ତି । ସେମନଙ୍କୁ ଅନେକ ସମୟ ଜେରା କରିବା ପରେ ଏଟିଏସ୍‌ ଛାଡ଼ିଛି । ଆବଶ୍ୟକ ପଡ଼ିଲେ ପୁଣି ଡକାଯିବ ବୋଲି କହିଛି ।

ଶୁକ୍ରବାର ଏହି ମାମଲାରେ ଜଡ଼ିତ ଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ନିଟ୍‌ ମାମଲାରେ ମୋଟ ୧୮ ଜଣଙ୍କୁ ଗିରଫ କରାଗଲାଣି । ମିଳିଥିବା ସୂଚନା ଅନୁସାରେ ଏହି ୫ ଜଣଙ୍କୁ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ ଗିରଫ କରାଯାଇଛି । ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପାଟନା ନିଆଯାଇଛି । ପୂର୍ବରୁ ରାଞ୍ଚିରୁ ବାପ-ପୁଅ ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

ସୂଚନା ଥାଉକି, ଏହି ପେପର ଲିକ୍‌ ଘଟଣା ଏକ ଫୋନ୍‌ କଲ୍‌ ପରେ ସନ୍ଦେହ ଘେରକୁ ଆସିଥିଲା ବୋଲି ଜଣାପଡ଼ିଛି । ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ପାଟନା ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ ନକହି ୪ ଅପରାଧୀ ଏକ ଏସ୍‌ୟୁଭିରେ ତାଙ୍କର ଠିକଣା ସ୍ଥଳକୁ ଯାଉଥିବା କହିଥିଲେ । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ଏହି ଫୋନ୍‌ କଲ୍‌ ହିଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଧରାପାକାଇ ଦେଇଥିବା କୁହାଯାଉଛି ।

ପାଟନାର ଶାସ୍ତ୍ରୀ ନଗର ପୋଲିସ ଟିମ୍‌ ଫୋନ୍‌ରେ ମିଳିଥିବା ଏହି ସୂଚନାକୁ ନେଇ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଏସ୍‌ୟୁଭିରେ ଥିବା ୪ ଜଣ ଲୋକଙ୍କୁ ଧରିଥିଲା । ସେମାନଙ୍କୁ ଯେତେବେଳେ ପୋଲିସ୍‌ ଜୋର ଦେଇ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ସେମାନେ ପୋଲିସକୁ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନିଟ୍‌ ୟୁଜି ଦେବା ପାଇଁ ୩୦ ପରୀକ୍ଷାର୍ଥୀ ରହିଥିଲେ । ଏମାନେ ନିଟ୍‌ ପ୍ରଶ୍ନ ଏବଂ ତାର ଉତ୍ତର ପାଇଁ ୩୦ ରୁ ୫୦ ଲକ୍ଷ ଲେଖାଏଁ ଦେଇଥିବା କୁହାଯାଉଛି । ସେମାନଙ୍କୁ ରାମକୃଷ୍ଣ ନଗରରେ ରଖାଯାଇଥିବା ପୋଲିସ କହିଛି । ରାତି ସାରା ସେମାନଙ୍କୁ ପ୍ରଶ୍ନ ଉତ୍ତର ମନେରଖିବାକୁ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?