ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଏଥିମଧ୍ୟରୁ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର ଏବଂ ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ ଦେବାକୁ ଘୋଷଣା କରାଯାଇଛି। ୪ଟି ଉତ୍ତମ ଯୁଦ୍ଧ ସେବା ମଡେଲ, ୫୩ ଅତି ବିଶିଷ୍ଟ ସେବା ପଦକ, ୧୩ ଯୁଦ୍ଧ ସେବା ପଦକ ମିଳିବ। ଏହା ବ୍ୟତୀତ ୧୨୨ ବିଶିଷ୍ଟ ସେବା ପଦକ, ୮୧ ସେନା ପଦକ (ଗାଲାଣ୍ଟ୍ରି), ୨ଟି ବାୟୁ ସେନା ପଦକ, ୪୦ ସେନା ପଦକ, ୮ନୌସେନା ପଦକ, ୧୪ ବାୟୁ ସେନା ପଦକ ଆଦି ସାମିଲ ରହିଛି। ଗତ ବର୍ଷ ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ମଧ୍ୟ ପରମ ବିଶିଷ୍ଟ ସେବା ପଦକ ପାଇବେ।
ସୂଚନାଯୋଗ୍ୟ, ଜାନୁଆରୀ ୨୬ ପରେଡରେ ହରିୟାଣାର ପ୍ରଜ୍ଞାପନ ମେଢକୁ ଏଥର ସ୍ବତନ୍ତ୍ର ଭାବରେ ଉପସ୍ଥାପନ କରାଯିବ। ଏଥିରେ ନୀରଜ ଚୋପ୍ରାଙ୍କ ପ୍ରତିକୃତି ଦେଖିବାକୁ ମିଳିବ। ରାଜ୍ୟ ସୂଚନା ଲୋକସମ୍ପର୍କ ଏବଂ ଭାଷା ବିଭାଗ ଏ ସମ୍ପର୍କରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri