Posted inଖେଳ

ଡାଇମଣ୍ଡ ଲିଗ୍‌ ସିରିଜ: ସ୍ବର୍ଣ୍ଣ ବିଜୟ ଲକ୍ଷ୍ୟରେ ନୀରଜ

ଜୁରିଚ୍‌, ୩୧।୮: ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ମିଟ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ନୂଆ ବିଶ୍ୱ ଚାମ୍ପିୟନ ଭାରତର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରିରଖି ସ୍ବର୍ଣ୍ଣ ପଦକ ବିଜୟ ଲକ୍ଷ୍ୟରେ ରହିଛନ୍ତି। ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଗତ ରବିବାର ୮୮.୧୭ ମିଟର ଜାଭେଲିନ୍‌ ଥ୍ରୋ କରି ନୀରଜ ପ୍ରଥମଥରପାଇଁ ଚାମ୍ପିୟନ ହୋଇଥିଲେ। ୨୦୨୨ ସଂସ୍କରଣରେ ରୌପ୍ୟ ପଦକ ହାସଲ କରିଥିବା ନୀରଜଙ୍କ ପାଇଁ ଏହାଥିଲା ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ। ଭାରତର ଏହି ସୁପରଷ୍ଟାର ଆଥଲେଟ୍‌ ବିଶ୍ୱର ତୃତୀୟ ଜାଭେଲିନ୍‌ ଥ୍ରୋୟରଭାବେ ଉଭୟ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଏହି ତାଲିକାରେ ଥିବା ଅନ୍ୟ ୨ ଆଥଲେଟ୍‌ ହେଲେ ଚେକ୍‌ ରିପବ୍ଲିକର ଜାନ୍‌ ଜେଲେଝ୍‌ନି ଓ ନରଓ୍ବେର ଆନ୍ଦ୍ରିଆସ ଥୋର୍କିଲ୍ଡସେନ। ଜେଲେଝ୍‌ନି ୧୯୯୨, ୧୯୯୬ ଓ ୨୦୦୦ରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ଏବଂ ୧୯୯୩, ୧୯୯୬ ଓ ୨୦୦୧ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ସେହିପରି ଥୋର୍କିଲ୍ଡସେନ ୨୦୦୮ ଅଲିମ୍ପିକ୍ସ ଏବଂ ୨୦୦୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ୨୫ ବର୍ଷୀୟ ନୀରଜ ଚଳିତ ସିଜନରେ ଅପରାଜେୟ ରହିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ବିଜେତା ହେବା ପୂର୍ବରୁ ସେ ଦୋହା (ମେ-୫) ଓ ଲାଉସାନେ (ଜୁନ୍‌-୩୦)ରେ ୨ଟି ଡାଇମଣ୍ଡ ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ଜିତିବାର ୪ ଦିନପରେ ନୀରଜ ଜୁରିଚ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏଠାରେ ତାଙ୍କୁ ଚେକ୍‌ ରିପବ୍ଲିକର ଜାକୁବ୍‌ ଭାଡ୍‌ଲେଚ୍‌୍‌, ବୁଦାପେଷ୍ଟରେ ବ୍ରୋଞ୍ଜ ବିଜୟୀ ଜର୍ମାନୀର ଜୁଲିଆନ ଓ୍ବେବର ଓ ୨ ଥର ବିଶ୍ୱ ଚାମ୍ପିୟନ ଗ୍ରେନାଡାର ଆଣ୍ଡରସନ ପେଟେର୍ସଙ୍କ ସହ ମୁକାବିଲା କରିବାକୁ ହେବ। ବୁଦାପେଷ୍ଟରେ ରୌପ୍ୟ ବିଜୟୀ ପାକିସ୍ତାନର ଅର୍ଶଦ ନଦିମ କିନ୍ତୁ ଜୁରିଚ୍‌ ପ୍ରତିଯୋଗିତାରେ ଭାଗ ନେବେନାହିଁ। ଗତବର୍ଷ ଡାଇମଣ୍ଡ ଲିଗ୍‌ ଟ୍ରଫି ଜିତିଥିବା ନୀରଜ ଏର୍ଷ ୨ଟି ଇଭେଣ୍ଟ ପରେ ୧୬ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଭାଡ୍‌ଲେଚ୍‌ ୩ ଇଭେଣ୍ଟରୁ ୨୧ ଓ ଓ୍ବେବର ୩ ଇଭେଣ୍ଟରୁ ୧୯ ପଏଣ୍ଟ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଚଳିତ ସିଜନରେ ସଂଘର୍ଷ କରୁଥିବା ପିଟର୍ସ ୧୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲ ରାଉଣ୍ଡରେ ସେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ଡାଇମଣ୍ଡ ଲିଗ୍‌ ସିରିଜର ଅନ୍ତିମ ଚରଣ ଜୁରିଚ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ସିଜନର ଫାଇନାଲ ଆମେରିକାର ଇୟୁଜେନେଠାରେ ସେପ୍ଟେମ୍ବର ୧୬ ଓ ୧୭ରେ ଅନୁଷ୍ଠିତ ହେବ। ସେଠାରେ ଚାମ୍ପିୟନ ହେବା ପ୍ରତିଯୋଗୀ ଡାଇମଣ୍ଡ ଲିଗ୍‌ ବିଜେତା ଘୋଷିତ ହେବ। ପଏଣ୍ଟ ଟେବୁଲର ଟପ୍‌-୬ରେ ଥିବା ପ୍ରତିଯୋଗୀ ହିଁ ଇୟୁଜେନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କରଙ୍କୁ ମଧ୍ୟ ଜୁରିଚ୍‌ ଡାଇମଣ୍ଡ ଲିଗ୍‌ ସିରିଜରେ ଆକ୍ସନରେ ଦେଖିବାକୁ ମିଳିବ। ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବାରେ ସେ ବିଫଳ ହୋଇଥିଲେ। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ୮.୪୧ ମିଟର ରହିଥିଲେ ହେଁ ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାଲିଫାଇଂ ରାଉଣ୍ଡରେ ୭.୭୪ ମିଟର ଡେଇଁ ଓଭରଅଲ୍‌ ୨୨ତମ ସ୍ଥାନରେ ରହିଥିଲେ। ଡାଇମଣ୍ଡ ଲିଗ୍‌ ସିଜନର ଲଙ୍ଗଜମ୍ପ ଷ୍ଟାଣ୍ଡିଂରେ ସେ ୨ ଇଭେଣ୍ଟରୁ ୧୦ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?