ବିତର୍କ ଲୋଡ଼ା

ଆକାର ପଟେଲ

 

ଏବକାର ସଂଖ୍ୟାବହୁଳବାଦ ରାଜନୀତିର ସମ୍ଭାବ୍ୟ ଗତିକୁ ନେଇ ଆମର ଉତ୍ସୁକତା ପଛରେ ଦୁଇଟି ଲକ୍ଷ୍ୟ ରହିଛି। ଏହା ମଧ୍ୟ ଜଣାଶୁଣା ଯେ, ଶେଷରେ କେବଳ ଗୋଟିଏ ସ୍ଥାନରେ ଆମେ ଶୀଘ୍ର ପହଞ୍ଚିପାରିବା। କିନ୍ତୁ ଆଉ ଏକ ଦୃଷ୍ଟିକୋଣ ଅଛି ଯାହା ଉପରେ ବିଚାର କରିବା ଉଚିତ। କିଛି ସପ୍ତାହ ତଳେ ନ୍ୟାୟପାଳିକା ଉପରେ ନ୍ୟାଶନାଲ ଲ’ ସ୍କୁଲର ପୂର୍ବତନ ମୁଖ୍ୟ ପ୍ରଫେସର ମୋହନ ଗୋପାଳଙ୍କ ବକ୍ତବ୍ୟ ‘ଲାଇଭ୍‌ ଲ’ରେ ପ୍ରକାଶ ପାଇଥିଲା। ବିଚାରପତିମାନେ ସମ୍ବିଧାନ ବଦଳରେ ଧର୍ମରେ ଆଇନର ଉତ୍ସ ପାଇବା ଧାରା ବଢୁଛି ବୋଲି ତାଙ୍କ ଶୀର୍ଷକର ସାରାଂଶ ଥିଲା। ୨୦୦୪ରୁ ଏଯାବତ ସୁପ୍ରିମକୋର୍ଟରେ ନିଯୁକ୍ତ ସମସ୍ତ ବିଚାରପତିଙ୍କ ରେକର୍ଡ ଅନୁଧ୍ୟାନକରି ସେ ଏଭଳି କହିଥିଲେ। ଏହି ସମୟ ମଧ୍ୟରେ ନିଯୁକ୍ତ ୧୧୧ ବିଚାରପତିଙ୍କ ମଧ୍ୟରୁ ଉପା ଶାସନ କାଳରେ ୫୬ ଏବଂ ଏବକାର ଭାଜପା ଶାସନ ଅମଳରେ ୫୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବିଚାରପତିମାନେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ନା ପକ୍ଷପାତୀ ହୋଇଛନ୍ତି ତାହା ଉପରେ ସେ ଅନୁଧ୍ୟାନ କରିଥିଲେ। ତାଙ୍କ ନିଷ୍କର୍ଷ ଥିଲା, ଉପା ସରକାର ବେଳେ ୬ ଜଣ ବିଚାରପତି ସମ୍ବିଧାନବିତ୍‌ ଥିଲେ। ଅର୍ଥାତ୍‌ ସେମାନେ କେବଳ ସମ୍ବିଧାନର ଉତ୍କୃଷ୍ଟତାକୁ ବିଶ୍ୱାସ କରୁଥିଲେ ଓ ଅନ୍ୟ କୌଣସି ଆଇନର ଉତ୍ସକୁ ଭରସା କରୁ ନ ଥିଲେ। ଏନ୍‌ଡିଏ ଶାସନକାଳରେ ବି ଏଭଳି ବିଚାରପତିଙ୍କ ସଂଖ୍ୟା ବଢ଼ି ୯ରେ ପହଞ୍ଚିଥିଲା। ସେମାନଙ୍କ ରାୟଗୁଡ଼ିକୁ ସମୀକ୍ଷା କରି ସେ ଜାଣିପାରିଥିଲେ ଯେ, ସମ୍ବିଧାନକୁ ଛାଡ଼ି ଯେଉଁମାନେ ଆଇନକ୍‌ୁ ଖୋଜିଛନ୍ତି ସେମାନେ ତାହା ହିନ୍ଦୁ ଧର୍ମୀୟ ପୁସ୍ତକରୁ ପାଇଛନ୍ତି। ଉପା ସମୟରେ ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ ଏଭଳି କେହି ନ ଥିଲା ବେଳେ ଏନ୍‌ଡିଏ ଦ୍ୱାରା ଏଭଳି ୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଏମାନଙ୍କ ମଧ୍ୟରୁ ଏବେ ୫ ଜଣ ବେଞ୍ଚରେ ଅଛନ୍ତି। ଏମାନେ ସମ୍ବିଧାନ ବାହାରେ ଧର୍ମରେ ଆଇନର ଉତ୍ସ ଖୋଜି ରାୟ ପ୍ରଦାନ କରିଛନ୍ତି। ଅଯୋଧ୍ୟା ମାମଲାରେ ରାୟ ଆଇନର ଆଗକୁ ଚାଲିଗଲା ଏବଂ ସୁପ୍ରିମକୋର୍ଟଙ୍କ ହିଜାବ ରାୟ କ୍ଷେତ୍ରରେ ବି ଧର୍ମୀୟ ପୁସ୍ତକରେ ଏହାର ଅଧିକାରକୁ ଦେଖାଯାଇଛି।
ପ୍ରଫେସର ଗୋପାଳଙ୍କ ସିଦ୍ଧାନ୍ତ କହେ, ଦୁଇଟି ପର୍ଯ୍ୟାୟରେ ୨୦୪୭ ସୁଦ୍ଧା ଏକ ହିନ୍ଦୁ ରାଷ୍ଟ୍ର ସଫଳ ହେବ ବୋଲି ସେ ଲକ୍ଷ୍ୟ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମ୍ବିଧାନ ବାଦ୍‌ ଧର୍ମୀୟ ଉତ୍ସକୁ ଦେଖୁଥିବା ବିଚାରପତିଙ୍କୁ ନିଯୁକ୍ତ ଦେଇ ଏହା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନେ କେବଳ ଧର୍ମୀୟ ଆଇନକୁ ଉତ୍ସ ଭାବେ ଚିହ୍ନଟ କରିବେ, ସେମାନଙ୍କ ନିଯୁକ୍ତି ଦ୍ୱାରା ଏହା ଘଟିବ। ହିନ୍ଦୁ ରାଷ୍ଟ୍ର କେବଳ ସମ୍ବିଧାନକୁ ତ୍ୟାଗ କରିଦେଲେ ଆସିବ ନାହିଁ, ବରଂ ହିନ୍ଦୁ ଡକ୍ୟୁମେଣ୍ଟ ଭାବେ ସମ୍ବିଧାନର ପୁନଃ ବ୍ୟାଖ୍ୟା ଦ୍ୱାରା ସମ୍ଭବ ହେବ। ହିଜାବ୍‌ ରାୟ ଏହାର ଏକ ଉଦାହରଣ ଥିଲା ବୋଲି ପ୍ରଫେସର ଗୋପାଳ କହନ୍ତି। ସେହି ରାୟ କହେ, ସମ୍ବିଧାନ ଉପରେ ଧର୍ମ ଲାଗୁ କରାଯାଇଛି, କାରଣ ପ୍ରସ୍ତାବନାରେ ଧର୍ମନିରପେକ୍ଷ ପାଇଁ ଯେଉଁ ହିନ୍ଦୀ ଖଣ୍ଡବାକ୍ୟ ବ୍ୟବହାର କରାଯାଇଛି ତାହା ଧର୍ମ-ନିରପେକ୍ଷ ନୁହେଁ, ବରଂ ପନ୍ଥ-ନିରପେକ୍ଷ, ଯାହା ଏକ ଗୋଷ୍ଠୀ ବା ସମ୍ପ୍ରଦାୟକୁ ସୂଚିତ କରେ। ସେହି ଦୃଷ୍ଟିରୁ ସମ୍ବିଧାନ ଧର୍ମନିରପେକ୍ଷ ନୁହେଁ; ଏଠି ଧର୍ମ କହିଲେ ବୁଝାଏ କେବଳ ସନାତନ ଧର୍ମ। ହିଜାବ ରାୟ କହେ, ”ସମ୍ବିଧାନରେ ପନ୍ଥ ନିରପେକ୍ଷ ଶବ୍ଦର ବ୍ୟବହାର ‘ଧର୍ମନିରପେକ୍ଷ’ ଓ ‘ପନ୍ଥ ନିରପେକ୍ଷ’ ମଧ୍ୟରେ ଥିବା ପ୍ରଭେଦକୁ ସାମ୍‌ନାକୁ ଆଣିଛି। ‘ପନ୍ଥ’ କିମ୍ବା ଗୋଷ୍ଠୀ କହିଲେ ଯେକୌଣସି ନିର୍ଦ୍ଦିଷ୍ଟ ବିଶ୍ୱାସ, ଉପାସନା ପଦ୍ଧତି କିମ୍ବା ଈଶ୍ୱରଙ୍କ ସ୍ବରୂପ ପ୍ରତି ଭକ୍ତିର ସଙ୍କେତ। କିନ୍ତୁ ଧର୍ମ ହେଉଛି ପରମ ବା ପୂର୍ଣ୍ଣ ତଥା ଶାଶ୍ୱତ ମୂଲ୍ୟବୋଧର ପ୍ରତୀକ, ଯାହାକୁ ପ୍ରକୃତିର ନିୟମ ଭଳି କେବେ ବି ପରିବର୍ତ୍ତନ କରାଯାଇପାରିବ ନାହିଁ। ଧର୍ମ କଲ୍ୟାଣକୁ ବଜାୟ ରଖେ, ଧରି ରଖେ ଏବଂ ଫଳାଫଳ ପ୍ରଦାନ କରେ। ଏହା ପ୍ରଜା ନାଗରିକ ଏବଂ ବିଶେଷକରି ପୂରା ସମାଜର ଉତ୍‌ଥାନ ପାଇଁ ଅଭିପ୍ରେତ।“ ଏଣୁ ସାମ୍ବିଧାନିକ ବିଧି ହେଉଛି ଧର୍ମ। କର୍ନାଟକ ସ୍କୁଲଗୁଡ଼ିକରେ ହୋମକୁ ଅନୁମତି ଦିଆଯାଏ, କିନ୍ତୁ ହିଜାବକୁ ନାହିଁ। କାରଣ ସମଗ୍ର ମାନଜାତିର ମଙ୍ଗଳ ପାଇର୍ଁ ହିଜାବ ହେଉଛି ସମ୍ପ୍ରଦାୟ ଓ ହୋମ ହେଉଛି ଧର୍ମ।
ପ୍ରଫେସର ଗୋପାଳ କହିଛନ୍ତି, ଏନ୍‌ଡିଏ ଅମଳରେ ସମ୍ବିଧାନବିତ୍‌ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କେବଳ କଲେଜିୟମର ସକ୍ରିୟତା ଯୋଗୁ ହୋଇଛି। ଭାଜପା ଦେଶକୁ ଯେଉଁ ଦିଗରେ ନେଉଛି ତାହା ପ୍ରତି କଲେଜିୟମ ଆଖି ବନ୍ଦ କରି ନ ଥିବାରୁ ଏହା ଘଟିଛି। ଏଭଳି ପ୍ରତିରୋଧ ନିକଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ଓ ସରକାରଙ୍କ ମଧ୍ୟରେ ଲଢେଇରୁ ସ୍ପଷ୍ଟ ହେଉଛି। ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ସେ ସୂଚିତ କରିଛନ୍ତି, ସେ ସମ୍ପର୍କରେ ସଂକ୍ଷେପରେ ଦର୍ଶାଯାଇପାରେ। ପ୍ରଥମରେ, ଭାରତକୁ ଶାସନ କରୁଥିବା କିଛି ମୁଷ୍ଟମେୟ ନେତା ସମ୍ବିଧାନ ଗୁରୁତ୍ୱ ଦେଇଥିବା ଧର୍ମନିରପେକ୍ଷ, ଏକତା ଏବଂ ଏଭଳି ଅନେକର ମୂଲ୍ୟକୁ ବିରୋଧ କରିଛନ୍ତି। କ୍ଷମତା ଦଖଲ ପାଇଁ ପ୍ରାଥମିକ ପ୍ରତିରୋଧ ସମ୍ବିଧାନରୁ ଆରମ୍ଭ ହୋଇଛି। ଏଣୁ ଭାଜପାର ସବୁ ଶକ୍ତି ସେଠାରେ କେନ୍ଦ୍ରୀଭୂତ ହୋଇଛି। ଶେଷରେ ଦଖଲ କରାଇବାରେ ନ୍ୟାୟପାଳିକା ଆଜ୍ଞାକାରୀ ପାଲଟିଛି। ତେବେ ଭାରତର ଏବକାର ସଂଖ୍ୟାବହୁଳବାଦ ଲକ୍ଷ୍ୟର ଶେଷ ପରିଣତି କ’ଣ? ହିନ୍ଦୁତ୍ୱ କ’ଣ ଆଭ୍ୟନ୍ତରୀଣ ବିକାଶ ବଦଳରେ କେବଳ ନିର୍ଯାତନା ଦେବା ଭୂମିକା ନିଭାଉଛି। ପ୍ରଫେସର ଗୋପାଳ ତାଙ୍କ ଘଟଣାକୁ ବର୍ଣ୍ଣନା କରିବା ଲାଗି ଅଯୋଧ୍ୟା ଓ ହିଜାବ ରାୟକୁ ବ୍ୟବହାର କରିଛନ୍ତି। ସେ ଯାହା କହୁଛନ୍ତି ଯଦି ସତ ଧରାଯାଏ, ତେବେ ନ୍ୟାୟିକ ବ୍ୟାଖ୍ୟା ମାଧ୍ୟମରେ ସୃଷ୍ଟି କରାଯାଉଥିବା ହିନ୍ଦୁ ରାଷ୍ଟ୍ର ମଧ୍ୟ ଜାତି ଏବଂ ଚତୁର୍ବର୍ଣ୍ଣ ଭଳି ବିଷୟଗୁଡ଼ିକୁ କିଭଳି ସମାଧାନ କରିବ ତାହା ଦେଖିବା କୌତୂଳପ୍ରଦ ହେବ। ସ୍ପଷ୍ଟ କରିବାକୁ ଯାଇ ପ୍ରଫେସର ଗୋପାଳ ସଂଖ୍ୟାଲଘୁଙ୍କ ଉପତ୍ୀଡ଼ନକୁ ବି ତାଙ୍କ ସିଦ୍ଧାନ୍ତରୁ ବାଦ୍‌ ଦେଇନାହାନ୍ତି। ତାଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ, ଠିକ୍‌ ଓ ପ୍ରତ୍ୟକ୍ଷ ଏବଂ ଏହା ୟୁଟ୍ୟୁବ୍‌ରେ ଉପଲବ୍ଧ। ଏହାକୁ ଶୁଣିବା ଦରକାର, ବୁଝିବା ସହ ଏ ସମ୍ପର୍କରେ ବିତର୍କ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri