ନଦୀରେ ଫସିଥିବା ୧୦ଜଣଙ୍କୁ କୂଳକୁ ଆଣିଲା ଏନ୍‌ଡିଆର୍‌ଏଫ୍‌

ଜଗତ୍‌ସିଂହପୁର ଅଫିସ, ୨୭।୫: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ଜପା ପଞ୍ଚାୟତର ଦାଶମଠ ନିକଟ ନଦୀରେ ମଙ୍ଗଳବାର ସନ୍ଧ୍ୟାରେ ୧୦ ଜଣ ଫସି ଯାଇଥିଲେ। ସେମାନେ ମାଛ ଧରିବାକୁ କିମ୍ବା ଚିଙ୍ଗୁଡି ଘେରିରୁ ଫେରୁଥିଲେ। ଡଙ୍ଗା ଓଲଟି ପଡ଼ିବାରୁ ପାଣିରେ ସେମାନେ ଅଟକି ରହିଥିଲେ। ଏ ସମ୍ପର୍କରେ ସେମାନେ ମୋବାଇଲ ଫୋନ୍‌ ଯୋଗେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ସହାୟତା ମାଗିଥିଲେ। ସରପଞ୍ଚ ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ସୂଚନା ଦେଇଥିଲେ। ବାତ୍ୟା ୟାସ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ୍ୟ ଜୀବନହାନି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ସେ ଏନ୍‌ଡିଆର୍‌ଏଫ୍‌ ଦଳ ସହାୟତାରେ ତତ୍କାଳ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବାହାରିଥିଲେ ବୋଲି ବିଡିଓ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ତହସିଲଦାର ଓ ଏନ୍‌ଡିଆର୍‌ଏଫ୍‌ ଦଳ ସହ ମିଶି ଏରସମାରୁ ଜପା ପାଖାପାଖି ୨୦ କି.ମି. ପର୍ଯ୍ୟନ୍ତ ଯିବା ପାଇଁ ସମୟ ଲାଗିଥିଲା। ଘଟଣାସ୍ଥଳରେ ପହଞ୍ଚତ୍ଲାବେଳକୁ ଅନ୍ଧାର ହୋଇଯାଇଥିଲା। ସେତେବେଳେ ପ୍ରବଳ ବର୍ଷା ଲାଗି ରହିଥିଲା। ଯେଉଁ ଗାଡ଼ିରେ ପାୱାର ବୋଟ୍‌ ଯାଇଥିଲା ତାହା ନଦୀ ପର୍ଯ୍ୟନ୍ତ ଯାଇପାରି ନ ଥିଲା। ପରେ ଆଉ ଏକ ଗାଡ଼ି ବ୍ୟବସ୍ଥା କରି ସେଥିରେ ବୋଟ୍‌ ନିଆଯାଇଥିଲା। ଏହାପରେ ଏନ୍‌ଡିଆର୍‌ଏଫ୍‌ ଦଳ ନଦୀରେ ବୋଟ୍‌ ପ୍ରସ୍ତୁତ କରି ଫସିଥିବା ଲୋକଙ୍କ ନିକଟରେ ପହଞ୍ଚତ୍ ଉଦ୍ଧାର କରି କୂଳକୁ ଆଣିଥିଲା। ସମସ୍ତେ ସୁରକ୍ଷିତ ଭାବେ କୁଞ୍ଜକୋଠି ନଦୀପାର୍ଶ୍ୱରେ ପହଞ୍ଚତ୍ ଗଁାକୁ ଫେରିଥିଲେ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଓ ବିଡିଓଙ୍କ ତ୍ୱରିତ ପଦକ୍ଷେପ ପାଇଁ ୧୦ଜଣଙ୍କ ଜୀବନ ବଞ୍ଚତ୍ଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri