Posted inଜାତୀୟ

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା ଓ ଟଙ୍କା କମାଇବା ପାଇଁ ୟୁଟ୍ୟୁବ୍‌, ଇନ୍‌ଷ୍ଟା ଏବଂ ଅନୁରୂପ ପ୍ଲାଟଫର୍ମରେ ଦିନକୁ ଲୋକେ କୋଟି କୋଟି କଣ୍ଟେଣ୍ଟ କ୍ରିଏଟ କରୁଛନ୍ତି। ଏହାକୁ ଅନ୍ୟ ଭାଷାରେ କ୍ରିଏଟର ଇକୋନୋମି ମଧ୍ୟ କୁହାଯାଉଛି। ଏହି ନିଶା ଏବେ ସେଲ୍‌ଫିକୁ ଟପିଯାଇଛି। ଲୋକେ ସେମାନଙ୍କ ମୋବାଇଲ ଡାଟାର ବଡ଼ ଅଂଶ ଶର୍ଟ ଭିଡିଓ ଏବଂ ରିଲ୍ସ ଦେଖିବାରେ ଖର୍ଚ୍ଚ କରୁଛନ୍ତି। ଭାରତୀୟଙ୍କୁ ମଧ୍ୟ ଶଟର୍‌ସ ନିଶା ଘାରିଛି। ଏକ ଅଧ୍ୟୟନ ଅନୁସାରେ ପ୍ରତ୍ୟେକ ଭାରତୀୟ ଦିନକୁ ପ୍ରାୟ ୩୮ ମିନିଟ୍‌ ଇନ୍‌ଷ୍ଟା ରିଲ୍ସ ଏବଂ ୟୁଟ୍ୟୁବ ଶଟର୍‌ସ ଦେଖୁଛନ୍ତି।

ଭାରତୀୟମାନେ ସ୍ମାର୍ଟଫୋନ୍‌ରେ ମନୋରଞ୍ଜନ ଭିତ୍ତିକ କଣ୍ଟେଣ୍ଟ ଦେଖିବା ପାଇଁ ଦିନକୁ ପ୍ରାୟ ୧୫୬ ମିନିଟ୍‌ ବ୍ୟୟ କରିଥାନ୍ତି। ସେଥିରୁ ୩୮ ମିନିଟ୍‌ କେବଳ ଇନ୍‌ଷ୍ଟା ରିଲ୍ସ, ଶର୍ଟ ଭିଡିଓ ଦେଖିଥାନ୍ତି। ବେଙ୍ଗାଲୁରୁର ରେଡ୍‌ସିର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଏଭଳି ଶର୍ଟ ଭିଡିଓ ଶୁଟିଂ ଏବଂ ଅପ୍‌ଲୋଡ୍‌ ପାଇଁ ଉଦ୍ଦିଷ୍ଟ ଆପ୍ଲିକେଶନଗୁଡ଼ିକ ଖୁବ୍‌ କମ୍‌ ସମୟରେ ବହୁସଂଖ୍ୟାରେ ୟୁଜର୍ସଙ୍କୁ ନିଜ ପ୍ଲାଟ୍‌ଫର୍ମକୁ ଆଣିପାରୁଛନ୍ତି। ୨୦୨୫ ସୁଦ୍ଧା ଇନ୍‌ଷ୍ଟା, ୟୁଟ୍ୟୁବ୍‌ ସମେତ ଅନ୍ୟ ଆପ୍‌ଗୁଡ଼ିକରେ ମାସିକ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ୬୦ କୋଟିକୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି, ଯାହା କି ମୋଟ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ୬୭%। ଏଥିସହ ୨୦୩୦ ସୁଦ୍ଧା ୧୯ ବିଲିୟନ ଡଲାର ( ପ୍ରାୟ ୧୫,୬୩,୪୬,୬୩,୦୦,୦୦୦ ଟଙ୍କା)ର ମନିଟାଇଜେଶନ ସୁଯୋଗ ମିଳିବ। ଏବେ ବଜାରରେ ମୋଜ୍‌, ଜୋଶ୍‌, ରୋପୋସୋ, ଏମ୍‌ଏକ୍ସ ଟକାଟକ୍‌, ଚିଙ୍ଗାରି ଆଦି ଶର୍ଟ ଭିଡିଓ ଆପ୍‌ର ମଧ୍ୟ ବହୁଳ ବ୍ୟବହାର ହେଉଛି। ବିଶେଷକରି ଭାରତରେ ଏହି ଆପ୍‌ଗୁଡ଼ିକରେ ୟୁଜର୍ସଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କ୍ରିଏଟରମାନେ ଅଧିକରୁ ଅଧିକ ଭିଡିଓ କରି ସେଥିରୁ ଅର୍ଥ ଉପାର୍ଜନ କରିପାରୁଛନ୍ତି।

ଭାରତରେ ଅନୂ୍ୟନ ୮ କୋଟି କ୍ରିଏଟର ସେମାନଙ୍କ କଣ୍ଟେଣ୍ଟ୍‌ ପୋଷ୍ଟ କରୁଛନ୍ତି। ହେଲେ କେବଳ ଦେଢ଼ ଲକ୍ଷ ବୃତ୍ତିଗତ ୟୁଜର୍ସ ହିଁ ସେମାନଙ୍କ ଚ୍ୟାନେଲକୁ ମନିଟାଇଜ୍‌ କରିପାରିଛନ୍ତି। ଅଭିନବ ଭିଡିଓ ଓ ଫଲୋଅର୍ସଙ୍କ ସଂଖ୍ୟା ଆଧାରରେ କ୍ରିଏଟରମାନେ ମାସକୁ ୧୬ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଯେଉଁମାନଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ସେମାନେ ମାସକୁ ୨ ଲକ୍ଷରୁ ୫୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ହେଲେ ଏହି ସଂଖ୍ୟା ମୋଟ କ୍ରିଏଟରଙ୍କ ୧%ରୁ ବି କମ୍‌। ତେବେ ଏହା କ୍ରିଏଟରଙ୍କ ପାଇଁ ଯେତିକି ଲାଭଦାୟକ ହେଉଛି ଲୋକଙ୍କ ପାଇଁ ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଅଭିନବ ତଥା ନୂଆ ଧରଣର ଶର୍ଟ ଭିଡିଓ କ୍ଲିପ୍‌ ଶୁଟିଂ ପାଇଁ ଲୋକେ ସର୍ବସାଧାରଣ ସ୍ଥାନ ଯେପରି ମଲ୍‌, ମେଟ୍ରୋ କୋଚ୍‌, ଟ୍ରାଫିକ୍‌ ଛକ, ରାସ୍ତା, ମନ୍ଦିର, ରେଳଷ୍ଟେଶନ ଆଦିରେ ଶୁଟିଂ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?