Posted inଜାତୀୟ

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା ଓ ଟଙ୍କା କମାଇବା ପାଇଁ ୟୁଟ୍ୟୁବ୍‌, ଇନ୍‌ଷ୍ଟା ଏବଂ ଅନୁରୂପ ପ୍ଲାଟଫର୍ମରେ ଦିନକୁ ଲୋକେ କୋଟି କୋଟି କଣ୍ଟେଣ୍ଟ କ୍ରିଏଟ କରୁଛନ୍ତି। ଏହାକୁ ଅନ୍ୟ ଭାଷାରେ କ୍ରିଏଟର ଇକୋନୋମି ମଧ୍ୟ କୁହାଯାଉଛି। ଏହି ନିଶା ଏବେ ସେଲ୍‌ଫିକୁ ଟପିଯାଇଛି। ଲୋକେ ସେମାନଙ୍କ ମୋବାଇଲ ଡାଟାର ବଡ଼ ଅଂଶ ଶର୍ଟ ଭିଡିଓ ଏବଂ ରିଲ୍ସ ଦେଖିବାରେ ଖର୍ଚ୍ଚ କରୁଛନ୍ତି। ଭାରତୀୟଙ୍କୁ ମଧ୍ୟ ଶଟର୍‌ସ ନିଶା ଘାରିଛି। ଏକ ଅଧ୍ୟୟନ ଅନୁସାରେ ପ୍ରତ୍ୟେକ ଭାରତୀୟ ଦିନକୁ ପ୍ରାୟ ୩୮ ମିନିଟ୍‌ ଇନ୍‌ଷ୍ଟା ରିଲ୍ସ ଏବଂ ୟୁଟ୍ୟୁବ ଶଟର୍‌ସ ଦେଖୁଛନ୍ତି।

ଭାରତୀୟମାନେ ସ୍ମାର୍ଟଫୋନ୍‌ରେ ମନୋରଞ୍ଜନ ଭିତ୍ତିକ କଣ୍ଟେଣ୍ଟ ଦେଖିବା ପାଇଁ ଦିନକୁ ପ୍ରାୟ ୧୫୬ ମିନିଟ୍‌ ବ୍ୟୟ କରିଥାନ୍ତି। ସେଥିରୁ ୩୮ ମିନିଟ୍‌ କେବଳ ଇନ୍‌ଷ୍ଟା ରିଲ୍ସ, ଶର୍ଟ ଭିଡିଓ ଦେଖିଥାନ୍ତି। ବେଙ୍ଗାଲୁରୁର ରେଡ୍‌ସିର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଏଭଳି ଶର୍ଟ ଭିଡିଓ ଶୁଟିଂ ଏବଂ ଅପ୍‌ଲୋଡ୍‌ ପାଇଁ ଉଦ୍ଦିଷ୍ଟ ଆପ୍ଲିକେଶନଗୁଡ଼ିକ ଖୁବ୍‌ କମ୍‌ ସମୟରେ ବହୁସଂଖ୍ୟାରେ ୟୁଜର୍ସଙ୍କୁ ନିଜ ପ୍ଲାଟ୍‌ଫର୍ମକୁ ଆଣିପାରୁଛନ୍ତି। ୨୦୨୫ ସୁଦ୍ଧା ଇନ୍‌ଷ୍ଟା, ୟୁଟ୍ୟୁବ୍‌ ସମେତ ଅନ୍ୟ ଆପ୍‌ଗୁଡ଼ିକରେ ମାସିକ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ୬୦ କୋଟିକୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି, ଯାହା କି ମୋଟ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ୬୭%। ଏଥିସହ ୨୦୩୦ ସୁଦ୍ଧା ୧୯ ବିଲିୟନ ଡଲାର ( ପ୍ରାୟ ୧୫,୬୩,୪୬,୬୩,୦୦,୦୦୦ ଟଙ୍କା)ର ମନିଟାଇଜେଶନ ସୁଯୋଗ ମିଳିବ। ଏବେ ବଜାରରେ ମୋଜ୍‌, ଜୋଶ୍‌, ରୋପୋସୋ, ଏମ୍‌ଏକ୍ସ ଟକାଟକ୍‌, ଚିଙ୍ଗାରି ଆଦି ଶର୍ଟ ଭିଡିଓ ଆପ୍‌ର ମଧ୍ୟ ବହୁଳ ବ୍ୟବହାର ହେଉଛି। ବିଶେଷକରି ଭାରତରେ ଏହି ଆପ୍‌ଗୁଡ଼ିକରେ ୟୁଜର୍ସଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କ୍ରିଏଟରମାନେ ଅଧିକରୁ ଅଧିକ ଭିଡିଓ କରି ସେଥିରୁ ଅର୍ଥ ଉପାର୍ଜନ କରିପାରୁଛନ୍ତି।

ଭାରତରେ ଅନୂ୍ୟନ ୮ କୋଟି କ୍ରିଏଟର ସେମାନଙ୍କ କଣ୍ଟେଣ୍ଟ୍‌ ପୋଷ୍ଟ କରୁଛନ୍ତି। ହେଲେ କେବଳ ଦେଢ଼ ଲକ୍ଷ ବୃତ୍ତିଗତ ୟୁଜର୍ସ ହିଁ ସେମାନଙ୍କ ଚ୍ୟାନେଲକୁ ମନିଟାଇଜ୍‌ କରିପାରିଛନ୍ତି। ଅଭିନବ ଭିଡିଓ ଓ ଫଲୋଅର୍ସଙ୍କ ସଂଖ୍ୟା ଆଧାରରେ କ୍ରିଏଟରମାନେ ମାସକୁ ୧୬ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଯେଉଁମାନଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ସେମାନେ ମାସକୁ ୨ ଲକ୍ଷରୁ ୫୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ହେଲେ ଏହି ସଂଖ୍ୟା ମୋଟ କ୍ରିଏଟରଙ୍କ ୧%ରୁ ବି କମ୍‌। ତେବେ ଏହା କ୍ରିଏଟରଙ୍କ ପାଇଁ ଯେତିକି ଲାଭଦାୟକ ହେଉଛି ଲୋକଙ୍କ ପାଇଁ ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଅଭିନବ ତଥା ନୂଆ ଧରଣର ଶର୍ଟ ଭିଡିଓ କ୍ଲିପ୍‌ ଶୁଟିଂ ପାଇଁ ଲୋକେ ସର୍ବସାଧାରଣ ସ୍ଥାନ ଯେପରି ମଲ୍‌, ମେଟ୍ରୋ କୋଚ୍‌, ଟ୍ରାଫିକ୍‌ ଛକ, ରାସ୍ତା, ମନ୍ଦିର, ରେଳଷ୍ଟେଶନ ଆଦିରେ ଶୁଟିଂ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା...

ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର...

ସାକିନାକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ,୨।୬: ସାକିନାକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ମୁମ୍ବାଇ ସେସନ୍ସ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଏହାକୁ ଏକ ବିରଳ...

ଆଇଏଏସ୍‌ ପରିଚୟ ଦେଇ ପୋଲିସ କନ୍‌ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ

ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍‌ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ...

ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…

ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ...

ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି...

ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା...

ନିୟନ୍ତ୍ରଣ ରେଖାର ୩ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର, ୨୩।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ...

Advertisement
Archives

Model This Week