ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ ଓ ନଦୀକୂଳର ଚିତ୍ର ଦେଖିଲେ ସରକାରଙ୍କ ଡାଟା ତ୍ରୁଟିଯୁକ୍ତ ମନେହେଉଛି। ଏଭଳି ସମୟରେ ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ କରୋନା ମୃତ୍ୟୁକୁ ନେଇ ସରକାରୀ ତଥ୍ୟକୁ ଭୁଲ୍‌ ବୋଲି ଦର୍ଶାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରିବାପଣିଆ ଉପରେ ଅନ୍‌ଲାଇନ୍‌ରେ ପ୍ରଶ୍ନ ଉଠିଛି।
ଭାରତ ସରକାରଙ୍କ ଆକଳନ କହୁଛି ଯେ, ଦେଶରେ ପ୍ରାୟ ୩.୭ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କିନ୍ତୁ ବାସ୍ତବରେ ମହାମାରୀରେ ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ନ୍ୟୁୟର୍କ ଟାଇମ୍ସ ଦାବି କରିଛି। ଆମେରିକାର ଏହି ପ୍ରତିଷ୍ଠିତ ଖବରକାଗଜରେ ମେ’ ୨୫ରେ ପ୍ରକାଶିତ ‘ଜଷ୍ଟ ହାଓ ବିଗ୍‌ କୁଡ୍‌ ଇଣ୍ଡିଆଜ୍‌ ଟ୍ରୁ କୋଭିଡ୍‌ ଟୋଲ୍‌ ବି?’ ଶୀର୍ଷକ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ମିଛ କହୁଛନ୍ତି। ସରକାରୀ ରିପୋର୍ଟ ତୁଳନାରେ ପ୍ରକୃତ ମୃତ୍ୟୁସଂଖ୍ୟା ୧୪ ଗୁଣ ଅଧିକ ଅର୍ଥାତ୍‌ ୪୨ ଲକ୍ଷ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେଣି। ତିନୋଟି ନ୍ୟାଶନାଲ ସେରୋ ସର୍ଭେର ଅଧ୍ୟୟନ ଏବଂ ଅନେକ ବିଶେଷଜ୍ଞଙ୍କ ରାୟ ଉପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି। ଖବରକାଗଜ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଭାରତରେ ଠିକ୍‌ ଭାବେ ଟେଷ୍ଟିଂ କରାଯାଉ ନାହିଁ କି ରୋଗୀଙ୍କ ମୃତ୍ୟୁର ରେକର୍ଡ ମଧ୍ୟ ଉପଯୁକ୍ତ ରୂପେ କରାଯାଉ ନାହିଁ। ଏମିତିରେ ପ୍ରକୃତ ମୃତ୍ୟୁସଂଖ୍ୟା ଆକଳନ କରିବା କଷ୍ଟକର। ହସ୍ପିଟାଲଗୁଡ଼ିକ ଭର୍ତ୍ତି ହୋଇଯାଇଥିବାବେଳେ ଶ୍ମଶାନରେ ଚିତା ଲିଭୁନାହିଁ। ଏପରି କି ବହୁ ସଂଖ୍ୟକ କରୋନା ରୋଗୀ ନିଜ ଘରେ ଆଖି ବୁଜି ଦେଉଛନ୍ତି। ଗାଁଗୁଡ଼ିକରେ ହେଉଥିବା ମୃତ୍ୟୁକୁ ମଧ୍ୟ ସରକାରୀ ରିପୋର୍ଟରେ ସାମିଲ କରାଯାଉ ନାହିଁ। ଭାରତରେ ସ୍ବାଭାବିକ ଦିନଗୁଡ଼ିକରେ ମଧ୍ୟ ପ୍ରତି ୫ ମୃତ୍ୟୁ ମଧ୍ୟରୁ ୪ଟିର ତଦନ୍ତ କରାଯାଇ ନ ଥାଏ। ନ୍ୟୁୟର୍କ ଟାଇମ୍ସର କହିବା ହେଲା ଅଧା ଭାରତ କରୋନା କବଳରେ ରହିଥିବା ସାମ୍ପ୍ରତିକ ସ୍ଥିତିରେ ଅଧ୍ୟୟନରୁ ଜଣାପଡ଼ିଛି। କିନ୍ତୁ ସରକାର ଅସଲ ତଥ୍ୟରୁ ମୁହଁ ଫେରାଇ ନେଉଛନ୍ତି। ଏଥିଯୋଗୁ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଗତବର୍ଷ ମେ’ ୧୧ରୁ ଜୁନ୍‌ ୪ ମଧ୍ୟରେ ପ୍ରଥମ ସେରୋ ସର୍ଭେ କରାଯାଇଥିଲା। ଭାରତରେ ସେତେବେଳେ ୬୪.୬୦ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିଲା। ଦ୍ୱିତୀୟ ସର୍ଭେ ଅଗଷ୍ଟ ୧୮ରୁ ଡିସେମ୍ବର ୨୦ ମଧ୍ୟରେ କରାଯାଇଥିବାବେଳେ ତୃତୀୟ ସର୍ବେକ୍ଷଣ ଡିସେମ୍ବର ୧୮ରୁ ଜାନୁୟାରୀ ୬ ମଧ୍ୟରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri