ଓଡ଼ିଶାରେ ଲାଗିଛି ଆନ୍ଧ୍ରର ଫଳକ

ଗୁଣପୁର,୧୦।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଆନ୍ଧ୍ର ସୀମାନ୍ତ ମାରମା ପଞ୍ଚାୟତ କାମନାଗୁଡା ଏବଂ ତୋଟାଗୁଡା ଅଞ୍ଚଳରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥାର ଫଳକ ଲାଗିଛି। ଆନ୍ଧ୍ରର କେତେଜଣ ଲୋକ ଆସି ଏପରି କରିଥିବା ଜଣାପଡ଼ିଛି। ଏହି ଫଳକଗୁଡିକ ଅନେକ ଦିନ ହେବ ଲାଗିଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡ଼ିବା ବିଡ଼ମ୍ବନାର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥି ପୂର୍ବରୁ ଆନ୍ଧ୍ର ପକ୍ଷରୁ ମାରମା ପଞ୍ଚାୟତ କତାଗୁଡ଼ା ଇରିଡିଘାଟି ଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହେବା ପରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ ପୁଣି ଉକ୍ତ ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ଯୋଜନାର ଫଳକ ଲାଗିବା ଆଉ ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ଭିତରେ ପ୍ରବେଶକରି ବାରମ୍ବାର ବିଭ୍ରାଟ କରାଯାଉଥିବାବେଳେ ପ୍ରଶାସନର ଏଥିପ୍ରତି କିପରି ନଜର ପଡ଼ୁନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଫଳକ ଲଗାଯିବା ସମ୍ପର୍କରେ ଗୁଣପୁର ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନାହିଁ। ଏହି ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜରେ ଝୁଲୁଛି ଲକ୍ଷ୍ମୀ ବସ

ବାଲେଶ୍ୱର,୨ା୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଵଖୁଣ୍ଟା ଥାନା ଅଧୀନ ଫାଣ୍ଡି ଛକ ଓଭରବ୍ରିଜରେ ସୋମବାର ରାତିରେ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବ୍ରିଜର ସାଇଡ...

ଯୁବକକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ନଦୀପଠାରେ ଫିଙ୍ଗିଦେଲେ

ବାରଙ୍ଗ/ଭୁବନେଶ୍ୱର,୨ା୧୨(ଲିଙ୍ଗରାଜ ରାଉତ/ସୂର୍ଯ୍ୟକାନ୍ତ ବେହେରା): ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଗୋଡକୁ କଣା କରି ରକ୍ତାକ୍ତ ପରେ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ...

ଜାପାନରେ ଚମକିଲେ କଳାହାଣ୍ଡି ପୁଅ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ଜାପାନରେ ଚମକିଛନ୍ତି କଳାହାଣ୍ଡିର ପୁଅ ଅନିରୁଦ୍ଧ ନାଏକ। ଜାପାନର କାଇଟୋ ସାଙ୍ଗିଓ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିକାଲ ସୋସାଇଟି (ଜେଏସ୍‌ଏସ୍‌)ର ଶହେ ବର୍ଷ ପୂର୍ତ୍ତି...

ରାସ୍ତାରେ ଖଞ୍ଜିଥିଲେ ୧୦ କେଜି ଶକ୍ତିଶାଳୀ ଆଇଇଡି ବୋମା: ଆଉ ତା’ପରେ…

ମାଲକାନଗିରି,୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ସୁରକ୍ଷା ବାହିନୀ ୪ ଆଇଇଡି ବୋମା ଠାବ କରି ନିଷ୍କ୍ରିୟ କରିଛନ୍ତି। ପ୍ରଥମଥର ପାଇଁ ମାଓବାଦୀମାନେ ୧୦ କି.ଗ୍ରା....

ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ସୂଚନାଦାତା ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି,୨।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ରବିବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ବିଜାପୁର ଜିଲା ଭୈରମଗଡ଼ ଥାନା ତାଲେର ଗ୍ରାମ...

ମୃତ୍ୟୁ ପୂର୍ବରୁ କହିଯାଇଥିଲେ ବାପା: ମାଟି ତଳୁ ବାହାରୁଛି ଗୁପ୍ତଧନ 

କୋରାପୁଟ/ନାରାୟଣପାଟଣା,୨ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): ଦିନ ମଜୁରୀ କରି ସଞ୍ଚିତ ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ବାପା। ମୃତ୍ୟୁ ପୂର୍ବରୁ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ତାଙ୍କ...

ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ

ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ...

ରାଜ୍ୟରେ ଖାଲି ପଡିଛି ହଜାର ହଜାର ଡାକ୍ତର-ପୋଲିସ ପଦବୀ; ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୧: ରାଜ୍ୟରେ ରହିଛି ଉତ୍କଟ ସ୍ଥିତିରେ ରହିଛି ଡାକ୍ତର ଏବଂ ପୋଲିସ କର୍ମୀଙ୍କ ଅଭାବ। ବିଭିନ୍ନ ଜିଲାରେ ହଜାର ହଜାର ସଂଖ୍ୟାରେ ପଦବୀ ଖାଲି ପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri