ରଣବୀର, ସମୟଙ୍କୁ ଏନ୍‌ସିଡବ୍ଲ୍ୟୁ ସମନ

ନୂଆଦିଲ୍ଲୀ/ମୁମ୍ବାଇ, ୧୨।୨: ୟୁଟ୍ୟୁବ୍‌ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ର ଏକ ଏପିଶୋଡ୍‌ରେ ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ରଣବୀର ଏବଂ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ସମୟ ରୈନାଙ୍କ ସହ
‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଶୋ’ ସହ ଜଡ଼ିତ ଅନ୍ୟମାନଙ୍କୁ ମଙ୍ଗଳବାର ସମନ ଜାରି କରିଛି। ଶୁଣାଣି ପାଇଁ ଆସନ୍ତା ୧୭ରେ ନୂଆଦିଲ୍ଲୀସ୍ଥିତ ଏନ୍‌ସିଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଶୋ’ରେ ରଣବୀର ଗେଷ୍ଟ୍‌ ପାନେଲିଷ୍ଟ ଭାବେ ଯୋଗ ଦେଇଥିବା ସମ୍ପୂର୍ଣ୍ଣ ଏପିଶୋଡ୍‌କୁ ମଙ୍ଗଳବାର ୟୁଟ୍ୟୁବ୍‌ ହଟାଇ ଦେଇଛି। ସୋମବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ସଦସ୍ୟ ପ୍ରିୟଙ୍କ କାନୁନଗୋ ଉକ୍ତ ବିବାଦୀୟ ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ୟୁଟ୍ୟୁବ୍‌କୁ ଅନୁରୋଧ କରିଥିଲେ।
ରଣବୀରଙ୍କ ଅଶ୍ଳୀଳ ମନ୍ତବ୍ୟ ମାମଲା ମଙ୍ଗଳବାର ସଂସଦରେ ପହଞ୍ଚିଛି। ସଂସଦରେ ଅନେକ ଏମ୍‌ପି ରଣବୀରଙ୍କୁ ସମାଲୋଚନା କରିଛନ୍ତି। ତେଣୁ ଏମ୍‌ପିମାନଙ୍କ ଅଭିଯୋଗ ଆଧାରରେ ରଣବୀରଙ୍କୁ ସମନ ଜାରି କରିବା ପାଇଁ ସଂସଦୀୟ ଆଇଟି ପାନେଲ ଚିନ୍ତା କରୁଛି। ଏହି ବିବାଦ ସମ୍ବନ୍ଧିତ କିଛି ପ୍ରଶ୍ନର ଉତ୍ତର ରଖିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ଗଠିତ ସଂସଦୀୟ ପାନେଲ ଖବ୍‌ଶୀଘ୍ର ରଣବୀରଙ୍କୁ ସମନ ପଠାଇପାରେ। ଘଟଣାକୁ ନେଇ ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍‌ ମଙ୍ଗଳବାର ରଣବୀରଙ୍କ ଘରେ ପହଞ୍ଚିଛି। ପ୍ରକାଶ ଯେ, ସୋମବାର ମହାରାଷ୍ଟ୍ର ମହିଳା କମିଶନଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ରଣବୀର ଓ ସମୟଙ୍କ ସମେତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅର୍ପୂବା ମୁଖିଜା ଏବଂ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?