Posted inଜାତୀୟ

ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କ ଦୟନୀୟ ସ୍ଥିତି ଦେଖାଇବାକୁ ବାରଣ କଲା ଏନ୍‌ସିପିସିଆର

ନୂଆଦିଲ୍ଲୀ,୭।୧୨: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ପକ୍ଷରୁ ବୁଧବାର ଏକ ନୋଟିସ୍‌ ଜାରି କରାଯାଇଛି। ଅଣ-ସରକାରୀ ସଂଗଠନଗୁଡିକୁ (ଏନ୍‌ଜିଓ) ପାଣ୍ଠି ସଂଗ୍ରହ ପାଇଁ ବିଜ୍ଞାପନରେ ଶିଶୁଙ୍କର ଦୟନୀୟ ସ୍ଥିତି ନ ଦେଖାଇବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସଂସଦରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରାଯିବା ପରେ ଏନ୍‌ସିପିସିଆର୍‌ ଏହି ନୋଟିସ ପଠାଇଥିବା ଜଣାପଡ଼ିଛି। ଏନ୍‌ଜିଓ ଦେଶ ବିଦେଶରୁ ଟଙ୍କା ସଂଗ୍ରହ କରୁଥିବା ଏନ୍‌ସିପିସିଆର୍‌ ଅଭିଯୋଗ ଆଣିଛି। ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ନୋଟିସ ଜାରି କରାଯାଇଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର ଏନ୍‌ଜିଓମାନଙ୍କୁ ନୋଟିସ କରିଛି ଯେ, ସଂସଦର ଜଣେ ସଦସ୍ୟ ଆୟୋଗଙ୍କ ଆଗରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିଭିନ୍ନ ଏନ୍‌ଜିଓ ଘରୋଇ ତଥା ଅନ୍ତର୍ଜାତୀୟ ଛାପା ଗଣମାଧ୍ୟମ, ନ୍ୟୁଜ ଚ୍ୟାନେଲ, ୱେବସାଇଟ ଏବଂ ସୋସିଆଲ ମିଡିଆରେ ଦୁର୍ବଳ ଶିଶୁଙ୍କ ଦୟନୀୟ ଅବସ୍ଥା ବିଜ୍ଞାପନ ମାଧ୍ୟମରେ ଦେଖାଇ ପ୍ରଚାର କରି ପାଣ୍ଠି ସଂଗ୍ରହ କରୁଛନ୍ତି। ତେବେ ଏଭଳି ବିଜ୍ଞାପନକୁ ନ ଦେଖାଇବା ପାଇଁ ଏନ୍‌ସିପିସିଆର୍‌ ଏନ୍‌ଜିଓଙ୍କୁ ତାଗିଦ୍‌ କରିଛନ୍ତି। ଯଦି ସେମାନେ ଏଭଳି କରିବାରେ ଧରାପଡନ୍ତି ତେବେ ଏନ୍‌ଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ସିପିସିଆର୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍‌…

ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ...

୮ ମାସ ୮ ତାରିଖ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ୮ ମାସ ୮ ତାରିଖ ଓ...

ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୫: ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ କରୋନା ସଂକ୍ରମଣ ସଖ୍ୟା ହଜାରେରୁ ଅଧିକ...

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ...

କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା...

ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍‌ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍‌ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍‌ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ...

ୟେଦୁରପ୍ପା ସରକାରଙ୍କୁ ସମର୍ଥନ ଦେବ କି ଜେଡିଏସ୍‌

ବେଙ୍ଗାଲୁରୁ,୨୭।୭: କର୍ନାଟକ ରାଜନୀତିରେ ବହୁ ସମୟ ଧରି ଲାଗି ରହିଥିବା ନାଟକ ପରେ ଶେଷରେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ତ୍ରିରଙ୍ଗା ଉଡ଼ାଇ ରେକର୍ଡ

ଜଗଦୀଶପୁର,୨୪।୪: ବିହାରର ଜଗଦୀଶପୁରରେ ଶନିବାର ୭୭,୭୦୦ ଲୋକ ଏକସଙ୍ଗେ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା) ଉଡ଼ାଇ ୧୮ ବର୍ଷ ପୂର୍ବେ ପାକିସ୍ତାନ କରିଥିବା ରେକର୍ଡକୁ ଭଙ୍ଗ...

Advertisement
Archives

Model This Week