Posted inଜାତୀୟ

ଅଜିତ ଗୋଷ୍ଠୀଙ୍କ ପକ୍ଷରୁ ବିଧାୟକଙ୍କୁ କରାଯାଉଛି ଫୋନ୍‌! ଶରଦ ପାଓ୍ବାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ…

ମୁମ୍ବାଇ,୫।୭:ଏନସିପି ଦଳର ମାଲିକାନା କାହା ହାତକୁ ଯିବ ଏବଂ କାହା ପାଖରେ ଅଧିକ ବିଧାୟକ ରହିବ ଏନେଇ ମହାରାଷ୍ଟ୍ର ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହାରି ଭିତରେ ଅଜିତଙ୍କ ପାଓ୍ବାର ବୈଠକ ଡାକିଥିବାବେଳେ ବୁଧବାର ଦିନ ୧ଟାରେ ବୈଠକ ଡାକିଛନ୍ତି ଶରଦ ପାଓ୍ବାର। ୮୩ ବର୍ଷିୟ ଶରଦ ପାୱାର ତାଙ୍କ ଅଭିଜ୍ଞତା ତଥା ଲୋକଙ୍କ ମଧ୍ୟରେ ଲୋକପ୍ରିୟତାକୁ ନେଇ ବିଧାୟକଙ୍କୁ ଏକଜୁଟ କରିବାକୁ ଲାଗି ବଡିଥିବାବେଳେ ଅଜିତ ପାୱାର ନିଜ ବିଧାୟକମାନଙ୍କୁ ଦଳର ପ୍ରୋଟକଲ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଜିତଙ୍କ ପକ୍ଷରୁ ବିଧାୟକଙ୍କୁ ଫୋନ୍‌ କରାଯାଇ ବୈଠକରେ ଯୋଗଦେବାକୁ କୁହାଯାଉଛି। ଏଥିସହ ଦଳରେ ଯୋଗ ଦେଲେ ୨୪ ଲୋକସଭା ନିର୍ବାଚନ ଜିତିଲେ କ୍ଷମତା ଲୋଭ ମଧ୍ୟ ଯଚା ଯାଇଛି।

ଅଜିତଙ୍କ ଗୋଷ୍ଠୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବିଧାୟକମାନେ ଶରଦ ପାୱାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ ଏହି ସମୟରେ ଦଳର ପ୍ରୋଟକଲ ନିଷ୍ପତ୍ତି ମାନନ୍ତୁ। ଅଜିତଙ୍କ ବୈଠକରେ ଆସୁଥିବା ବିଧାୟକଙ୍କୁ ଏକ ଶପଥ ପତ୍ର ବା ହ୍ବିପ୍‌ ସ୍ବାକ୍ଷର କରାଯାଉଛି। ଅଜିତ ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ଅଛି ବୋଲି ଦାବି କରିଛନ୍ତି ସେମାନଙ୍କ ଅଜିତଙ୍କୁ ସମର୍ଥନ କରିବାର ସ୍ବାକ୍ଷର ତାଙ୍କ ପାଖରେ ଅଛି ବୋଲି ରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମତାବକ, ସେଥିମଧ୍ୟରୁ କେତେକ ବିଧାୟକ ତାଙ୍କ ଦ୍ୱାରା ଜବରଦସ୍ତି ସ୍ବାକ୍ଷାର କରାଯାଇଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri