ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର, ରକୁଲ ପ୍ରିତ ସିଂଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ପ୍ରକ୍ରିୟାକୁ ଆହୁରି ବଢାଇ ଦେଇଛି । ଶନିବାର ଦୀପିକା, ସାରା, ଶ୍ର୍‌ଦ୍ଧାଙ୍କୁ ଡ୍ରଗ୍ସ ମାମଲାକୁ ନେଇ ପଚରା ଉଚରା କରିଛି । ଏବେ ଏନ୍‌ସିବି ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର, କରିସ୍ମା ପ୍ରକାଶ, ରକୁଲପ୍ରିତ ସିଂ, ସିମୋନ ଖମ୍ବାଟା ଓ ଜୟା ଶାହାଙ୍କ ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି । ଶନିବାର ଦୀପିକା, ସାରା ଓ ଶ୍ରଦ୍ଧା କପୁରଙ୍କୁ ଅଲଗା ଅଲଗା ଭାବେ ପଚରା ଉଚରା କରାଯାଇଥିବା ବେଳେ ସାରା ଓ ଶ୍ରଦ୍ଧାଙ୍କୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡିଛି । ଏବେ ଏହି ମାମାଲରେ ଫସି ଯାଇଛି ବଲିଉଡ୍ ନିର୍ଦ୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକସନ୍ । ଏହାର କାର୍ଯ୍ୟକାରୀ ନିର୍ମାତା କ୍ଷିତିଜ ରବି ପ୍ରସାଦଙ୍କୁ ମଧ୍ୟ ଏହି ମାମଲାରେ ଶନିବାର ଗିରଫ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri