ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ ଶନିବାର କମେଡିଆନ୍ ଭାରତି ସିଂଙ୍କ ଘରେ ଏନ୍‌ସିବି ଚଢାଉ କରିଛି । ଚଢାଉ ସମୟରେ ଭାରତିଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ ହୋଇଥିବା ବିଶେଷ ସୂତ୍ରର ମିଳିଥିବା ସୂଚନାରୁ ଜଣାପଡିଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇ ଯାଇଥିବା ଡ୍ରଗ୍ସ ମାମଲାରେ ଏବେ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ କଲାଭଳି କିଛି ବ୍ୟକ୍ତି ବିଶେଷଙ୍କ ନାଁ ସାମ୍ନାକୁ ଆସିଛି । ଏଥିରେ ଏବେ ଯୋଡି ହୋଇଯାଇଛି ‘ଦ କପିଲ ଶର୍ମା ଶୋ’ର କମେଡିଆନ୍ ଭାରତି ସିଂଙ୍କ ନାମ । କେବଳ ସେତିକି ନୁହେଁ ଭାରତିଙ୍କ ସହ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ନାଁରେ ବି ଏନ୍‌ସିବି ସମନ ଜାରି କରିଥିବା କୁହାଯାଉଛି । ଅନ୍ଧେରି ସ୍ଥିତ ଭାରତିଙ୍କ ଘରେ ଏବେ ଏନ୍‌ସିବି ଚଢାଉ କରିଛି । ଏମାନେ ଖୁବଶୀଘ୍ର ମୁମ୍ବାଇ ସ୍ଥିତ ଏନ୍‌ସିବି କାର୍ଯ୍ୟାଳୟେର ପହଞ୍ଚିବେ ବୋଲି ଜଣାପଡିଛି । ନିକଟରେ ଏହି ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ବି ଏନ୍‌ସିବି ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୩୦।୮: ଆସନ୍ତା ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ...

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ...

ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ରେ ନେଗେଟିଭ୍‌ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ...

ରାଜଧାନୀରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୧୯ ।୧୦ ରାଜଧାନୀ ଦିଲ୍ଲୀରେ ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଏହା ଦୀର୍ଘ ୬୧ ବର୍ଷର ଦୁଇଟି ରେକର୍ଡକୁ ଭାଙ୍ଗିଥିବା...

ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌...

କେବଳ ଭାଜପା ହିଁ ରାଜ୍ୟର ବିକାଶ କରିପାରିବ: ଅମିତ ଶାହା

ଥିରୁଭାନନ୍ତପୁରମ,୭।୩: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପୂରା ଦମ୍‌ରେ ମୈଦାନକୁ ଓହ୍ଲାଇଛି। ରହିବାର କୋଲକତାରେ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ପ୍ରଚାର...

ସରକାର ଗଠନ ନେଇ ଶାହଙ୍କ ସଙ୍କେତ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ହରିୟାଣାରେ ଭାଜପା ସରକାର ଗଠନ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍‌ ଶାହ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ...

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

Advertisement
Archives

Model This Week