ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି । ନ୍ୟାର୍ଯ୍ୟ ଅଧିକାର ନ ମିଳିଲେ ସର୍ବହରା ଖଣି ଶ୍ରମିକମାନେ ରାଜରାସ୍ତାରେ ବସିବେ ବୋଲି ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍ ୟୁନିୟନ ପକ୍ଷରୁ ଏଭଳି ଚରମ ଚେତାବନୀ ମିଳିଛି। ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରଭାବଶାଳୀ ଖଣି ସଙ୍ଗଠନ ଏବଂ ଲୋଡିଂ ଠିକାଦାର ସ୍ଥାନୀୟ ଶ୍ରମିକମାନଙ୍କୁ ଶୋଷଣ ଓ ଅବହେଳା କରୁଥିବାବେଳେ ଏହି ୱାର୍କସ୍ ୟୁନିୟନର ଆବିର୍ଭାବ ଖଣି ପ୍ରଭାବିତଙ୍କୁ ଆଲୋକର ଆଶା ଦେଖାଇଛି । ହେଲେ ଗତାନୁଗତିକ ଭାବେ ଅନ୍ୟ ସଙ୍ଗଠନ ଭଳି ପରବର୍ତ୍ତୀ ସମୟରେ ଏହି ୟୁନିୟନ କର୍ତ୍ତୃପକ୍ଷ ଅର୍ଥ ଲୋଭରେ ଯଦି ଖଣି କମ୍ପାନୀ ସହ ହାତ ମିଳାଏ ତେବେ ସ୍ଥାନୀୟ ଲୋକଙ୍କ ସହ ପ୍ରତାରଣା ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଏହାବାଦ୍ ପଡୋଶୀ କେନ୍ଦୁଝର ଜିଲାରେ ଥିବା ଲୁହାପଥର ଖଣି ଖାଦାନରେ ମଧ୍ୟ ଯାଜପୁର ଜିଲାର କିଛି ଲୋକ ନିର୍ଭର କରିଥାନ୍ତି ା ଏହାର ସୁଯୋଗରେ ଖଣି ଶ୍ରମିକ ଓ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଲଢିବାର ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ପ୍ରଭାବଶାଳୀ ଖଣି ସଙ୍ଗଠନ ଗଢି ଉଠିଛି। ପରବର୍ତ୍ତୀ ସମୟରେ ଏହି ସଙ୍ଗଠନ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାଧୁ ମେଣ୍ଟ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ପାଇଁ କାଳ ହୋଇଛି। ଏହି ସଙ୍ଗଠନର କେତେଜଣ କର୍ମକର୍ତ୍ତା ଅସାଧୁ ଉପାୟରେ ଏବେ କୋଟିପତି ସାଜିଛନ୍ତି। ଯିଏ ତାଙ୍କ ରାଜନୈତିକ ଦଳକୁ ସମର୍ଥନ କରୁଛି ସେହି ଲୋକ ନିଯୁକ୍ତି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାବେଳେ ଅନ୍ୟମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଖଣିରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶୀକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ପାଇଁ ତା’ର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଏହି ପ୍ରଭାବିତ ଅଞ୍ଚଳବାସୀଙ୍କ ପଛରେ ଖଣି ସଙ୍ଗଠନଗୁଡିକ ପ୍ରଭାବୀ ଭାବେ ଆନ୍ଦୋଳନ କିମ୍ବା ଦାବି ଉପସ୍ଥାପନ କରି ପାରୁ ନ ଥିବାରୁ ପ୍ରାଚୂର୍ଯ୍ୟ ଥାଇ ବି ଅଞ୍ଚଳବାସୀ ଶ୍ରୀହୀନ ଜୀବନଯାପନ କରୁଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରି ସାରିଛନ୍ତି ା ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପାଶୁପାଳନ ଉପରେ ନିର୍ଭରଶୀଳ ହେଉଥିଲେ। ତେବେ ଖଣି ଉତ୍ତୋଳନ ହେବାପରେ ସେଠାରେ କାମ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ ା ଏବେ ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ ା ଏଥିରେ ନିର୍ଭରଶୀଳ ପରିବାର ସହ ପ୍ରତ୍ୟେକ କ୍ଷେତ୍ରରେ ବେରୋଜଗାର ସ୍ଥିତି ସୃଷ୍ଟି ହୋଇଛି ା ଅଧିକାଂଶ ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି ା
ଏହିକ୍ରମରେ ରବିବାର ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କସ୍ ୟୁନିୟନର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ୟୁନିୟନର ସଭାପତି ସୁରେଶ ପ୍ରଧାନ ଓ ସମ୍ପାଦକ ଶଙ୍କର ସିଧୁ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ ସାରୁଆବିଲି ଅଞ୍ଚଳରେ ଛଟେଇ ହୋଇ ବେସାହାରା ହୋଇଯାଇଥିବା ଶ୍ରମିକମାନେ ତାଙ୍କର ନାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ। ସେମାନେ ଆହୁରି କହିଥିଲେ ଯେ, ଗତ ତିନି ବର୍ଷ ହେଲା ନିରନ୍ତର ଦାବି କରିଆସୁଥିବା ଶ୍ରମିକମାନେ ବର୍ତ୍ତମାନ ସର୍ବହରା ହୋଇ ବସିଛନ୍ତି । ଏକାଧିକ ଖଣି କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଛଟେଇ ଖଣି ଶ୍ରମିକଙ୍କୁ ଆଜି ଯାଏ ପୁନଃ ନିଯୁକ୍ତି ମିଳୁ ନାହିଁ। ଏହି ଅଞ୍ଚଳର ପ୍ରାୟ ୧୦ଟି ଗ୍ରାମର ଲୋକମାନେ ଏହା ପୂର୍ବରୁ ସେହି ଖାଦାନଗୁଡିକରେ କାମ କରୁଥିଲେ। କେବଳ କେଇ ଜଣଙ୍କୁ ବାଦ ଦେଲେ ବାକି ସମସ୍ତେ ଏବେବି ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶ୍ରମିକମାନେ ପେଷି ହେଉଛନ୍ତି। ଖଣି ମାଲିକମାନେ ଖଣି ସଙ୍ଗଠନର ସହାୟତାରେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଖଣିକାର୍ଯ୍ୟ କରି ଚାଲିଛନ୍ତି। ୧୦ ବର୍ଷ ପୂର୍ବେ ଯେଉଁ ଖଣି ଶ୍ରମିକ ମାନେ ଯେତିକି ଦରମା ପାଉଥିଲେ ବର୍ତ୍ତମାନ ସେହି ଶ୍ରମିକମାନେ ତାହାର ଦୁଇ ତୃତୀୟାଂଶ କମ ଦରମା ପାଉଛନ୍ତି। ସମାବେଶରେ ସାରୁଆବିଲି ଅଞ୍ଚଳର ନୃସିଂହ ମହାନ୍ତ, ସୁରେଶ ପ୍ରଧାନ, ବିଜୟ ମୁଣ୍ଡା, ଶଙ୍କର ମାରାଣ୍ଡି, ବ୍ରଜବନ୍ଧୁ ରାଉତ, ଜୟସେନ ମେହେର, ରାଜ କିଶୋର ମହାନ୍ତ, ରମାକାନ୍ତ ମହାନ୍ତ ଏବଂ ଶଙ୍କର ସିଧୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଭାବିତ ଶ୍ରମିକଙ୍କ କଥା ଯଦି ଖଣି କମ୍ପାନୀ କର୍ତ୍ତୃପକ୍ଷ ନ ବୁଝନ୍ତି ସେମାନେ ରାଜରାସ୍ତା ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି
କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…
କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ
ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…
ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ
ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…
ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…
‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍
ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…
୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ
ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…
ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…
ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…
ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍ସିଏଲ୍ର ପ୍ରଶଂସନୀୟ…
ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

