ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ

କର୍ଲାମୁଣ୍ଡା,୧ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଏହି ଗ୍ରାମର କରୁଣା ବାଗ ତାଙ୍କ ସ୍ତ୍ରୀ ମଲ୍ଲୀ ବାଗ,ବଡ଼ ଝିଅ ନୟନୀ(୨୨) ପୁଅ ପପୁ (୧୫) ସାନ ଝିଅ ଅଙ୍କିତା(୧୨)ଙ୍କୁ ନେଇ ସଂସାର। ସେ ମଜୁରୀ କାମ କରି ପରିବାର ପୋଷଣ କରୁଥିଲେ। ତେବେ କରୁଣା କରୋନା ସମୟରେ ରୋଗରେ ଆକ୍ରାନ୍ତ ହୋଇ ୨୦/୦୫/୨୦୨୧ରେ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ବିୟୋଗ ପରେ ତିନି ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ଚଳୁଥିଲେ ମଲ୍ଲୀ। ଏଥିରେ ବି ଦଇବ ସହିଲାନି। ପରିବାର ବୋଝ ଉପରେ ଭାବି ଭାବି ରୋଗରେ ପୀଡ଼ିତ ହୋଇ ଶେଷରେ ଗତ ମାସ ୭ ତାରିଖରେ ଆରପାରିକୁ ଚାଲିଗଲେ ମଲ୍ଲୀ। ଏବେ ଝିଅ ନୟନୀଙ୍କ କାନ୍ଧରେ ଭଉଣୀ-ଭାଇଙ୍କ ବୋଝ। ଅର୍ଥ ଅଭାବରୁ ପପୁ ଯୁକ୍ତ ଦୁଇରେ ନାମ ଲେଖାଇ ପାରି ନ ଥିବା ଜଣାପଡ଼ିଛି। ଏନେଇ ବିଡିଓ ସିଦ୍ଧେଶ୍ୱର ମେହେରଙ୍କ ସହିତ ଆଲୋଚନା କରିବା ପରେ ଏହି ତିନି ଭଉଣୀ-ଭାଇଙ୍କ ପାଇଁ ସରକାରଙ୍କ ଯାହା ବ୍ୟବସ୍ଥା ରହିଛି। ତାକୁ ନିଶ୍ଚୟ ପାଇବେ ବୋଲି କହିଛନ୍ତି। ଅନ୍ୟ ପଟେ ଏହି ୩ ଭଉଣୀ-ଭାଇଙ୍କ ଦାୟିତ୍ୱ ନେବାକୁ କେହି ନ ଥିବାରୁ ତୁରନ୍ତ ସରକାରୀ ସହଯୋଗ ଯୋଗାଇ ଦେବାକୁ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ ପ୍ରଶାସନଠାରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ...

ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ...

୫ବର୍ଷ ହେଲା ଚୁଆ ପାଣି ଉପରେ ଭରସା

ଖୋର୍ଦ୍ଧା ଅଫିସ,୧୭ା୪: ଗ୍ରାମାଞ୍ଚଳରେ ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ। ଏଥିଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ...

ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ...

ଲକ୍‌ଡାଉନ୍‌ ବୃଦ୍ଧିକୁ ଗଜପତି ମହାରାଜାଙ୍କ ସ୍ବାଗତ

ପୁରୀ ଅଫିସ, ୧୦।୪: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ଅବଧି ଆସନ୍ତା ୧୪...

ଚୋରା କାଠ ଜବତ

ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା...

କନିଅରଫଳ ଖାଇ ମହିଳାଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୪।୧୨ ( ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ପଟିଲ ଗ୍ରାମର ସରସ୍ବତୀ ପଲେଇ(୪୫) ନାମ୍ନୀ ଜଣେ ମହିଳା କନିଅର ଫଳ ଖାଇବାରୁ...

ଭୟଭୀତ ନ ହେବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର...

Advertisement
Archives

Model This Week