ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ ଇରାନୀ ରାୟ ବିଜେଡିରେ ମିଶି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସହ କାମ କରିବା ଓ ମନ୍ଦିରରେ ନିୟମ କରାଇ ବିଜେଡି ଭୋଟ ବ୍ୟାଙ୍କ ବଢ଼ାଇବାର ଶପଥ କରିବା ନୟାଗଡ଼ ରାଜନୈତିକ ସ୍ଥିତିକୁ ରୋଚକ କରିଛି । ସେପଟେ ଭଲ ପ୍ରାର୍ଥୀ ଦେବା ଆଳରେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରି ସମୟ ଗଡାଇ ଚାଲିବା ଘଟଣା ଦଳର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜେଡିର ଗଡ଼ ଭାବେ ନୟାଗଡ଼ ପରିଚିତ ହୋଇ ଆସିଛି । ୨୦୦୦ରୁ ବିଜେଡି ନିଜର ସ୍ଥିତି ବଜାୟ ରଖିଛି । ୧୯୯୦ରେ ଜନତା ଦଳ ଟିକେଟ୍‌ରେ ଭାଗବତ ବେହେରା ବିଧାୟକ ହୋଇଥିଲେ ।
୧୯୯୫ ନିର୍ବାଚନରେ ଭାଗବତ ବେହେରାଙ୍କୁ କଂଗ୍ରେସର ସୀତାକାନ୍ତ ମିଶ୍ର ପରାସ୍ତ କରି କଂଗ୍ରେସର ସ୍ଥିତିକୁ ମଜଭୁତ କରିଥିଲେ । ତେବେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହେବାରୁ ୨୦୦୦ରେ ଭାଗବତ ବେହେରା ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ ।
ଏହା ପରଠାରୁ କଂଗ୍ରେସର ସ୍ଥିତି ନୟାଗଡ଼ରେ ଆଉ ଭଲ ନାହିଁ । ଏବେ ଦଳକୁ ଭଲ ପ୍ରାର୍ଥୀ ବି ମିଳୁ ନାହାନ୍ତି । ଭାଗବତ ବେହେରାଙ୍କ ପରଲୋକ ପରେ ସ୍ତ୍ରୀ ମନ୍ଦାକିନୀ ବେହେରା ଉପ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜେଡି ଗଡ଼କୁ ସୁରକ୍ଷା ଦେଇଥିଲେ । ତେବେ ୨୦୦୪ ନିର୍ବାଚନରେ ମନ୍ଦାକିନୀ ଆଉ ବିଜେଡି ଟିକେଟ୍‌ ପାଇ ନ ଥିଲେ । ୨୦୦୪ରେ ବିଜେଡି ପ୍ରାର୍ଥୀ ଭାବେ ଅରୁଣ ସାହୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ ପରଠାରୁ ଅରୁଣ ସାହୁ ଲଗାତର ବିଜୟୀ ହୋଇ ଆସୁଛନ୍ତି । ଅରୁଣଙ୍କ ନାଁରେ ଅପବାଦର ସ୍ବର ଉଠିଥିଲେ ହେଁ ପରାଜୟର ସ୍ବାଦ ଏଯାବତ ଚାଖି ନାହାନ୍ତି ।
ଅରୁଣ ସାହୁ ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ଲଗାତର ୪ଥର ବିଜୟୀ ହୋଇ ଜିଲାରେ ଅପ୍ରତିଦ୍ୱନ୍ଦ୍ୱି ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୨୦୧୯ ନିର୍ବାଚନରେ ଅରୁଣଙ୍କ ସହ ଭାଜପା ନେତ୍ରୀ ଇରାନୀ ରାୟଙ୍କ ଘମାଘୋଟ ଲଢ଼େଇ ହୋଇଥିଲା।
୨୦୨୪ରେ ପୁଣି ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଇରାନୀ ନିଜର ସଙ୍ଗଠନ କରିଥିଲେ ।
ହେଲେ ନିର୍ବାଚନ ପୂର୍ବରୁ ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ରଣନୀତି ଇରାନୀଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଥିଲା । ପ୍ରତ୍ୟୁଷା ଭାଜପା ଟିକେଟ୍‌ ହାତେଇ ନେଇଥିବାବେଳେ ଇରାନୀ ଦଳବଦଳ କରିବାକୁ ବାଧ୍ୟ ହୋଇଥିଲେ ।
ଇରାନୀ ବିଜେଡିରେ ସାମିଲ ହୋଇ ବିରୋଧି ଅରୁଣଙ୍କ ସହ ମିଶି ଭାଜପାକୁ ହରାଇବାକୁ ଲାଗି ପଡିଛନ୍ତି । ସେପଟେ ଭାଜପା ନେତ୍ରୀ ପୁରୀ ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହାୟତାରେ ବାଇକ୍‌ ରାଲି କରାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ ବିଜେଡି ଗଡ଼କୁ ଭାଙ୍ଗି ଭାଜପାର ପତାକା ଉଡାଇବାକୁ ପ୍ରତ୍ୟୁଷା ଉଦ୍ୟମ ଜାରି ରଖିଛନ୍ତି । ତେବେ ଅରୁଣ ପଛରେ ପଡି ନାହାନ୍ତି । ପୁରୀ ଏମ୍‌ପି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଇରାନୀ ରାୟଙ୍କୁ ନେଇ ଦଳୀୟ ସଭା କରାଇ ନିଜର ସ୍ଥିତିକୁ ପ୍ରଦର୍ଶନ କରିଛନ୍ତି ।
ତେବେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ଓ ବିଜେଡି ପାଇଁ କାମ କରିବା ପରି ପ୍ରସଙ୍ଗକୁ ଭିତ୍ତି କରି ଦୂତିକେଶ୍ୱର ମନ୍ଦିରରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜେଡିର ଜଣେ ଜିଲା ପରିଷଦ ସଭ୍ୟ ନିୟମ କରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭାଜପା ନେତ୍ରୀ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଇ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାବେଳେ ଅରୁଣ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ଏବେଠାରୁ ମହାସଂଗ୍ରାମ ଆରମ୍ଭ ହୋଇ ସାରିଲାଣି । ଉଭୟେ ବିଜୟୀ ହେବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଡ଼କରଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ଆହ୍ବାନ

ଡୁଙ୍ଗୁରିପାଲି ,୨୯ା୪(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏସ୍‌ସି, ଏସ୍‌ଟି ଷ୍ଟଲ ପରିସରରେ ରବିବାର ରାତି ୮ଟା ୩୦ରେ ସମ୍ବିଧାନ...

ଦିଗଶିରାରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଡୁଙ୍ଗୁରିପାଲି, ୨୯ା୪(ଦୀନବନ୍ଧୁ ସୁନା) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ପଞ୍ଚାୟତର...

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତ୍ୟୁ, ମୃତଦେହ ଜବତ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍‌.ସୁଷମା ରେଡ୍ଡୀ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ଏତଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri