ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ ଇରାନୀ ରାୟ ବିଜେଡିରେ ମିଶି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସହ କାମ କରିବା ଓ ମନ୍ଦିରରେ ନିୟମ କରାଇ ବିଜେଡି ଭୋଟ ବ୍ୟାଙ୍କ ବଢ଼ାଇବାର ଶପଥ କରିବା ନୟାଗଡ଼ ରାଜନୈତିକ ସ୍ଥିତିକୁ ରୋଚକ କରିଛି । ସେପଟେ ଭଲ ପ୍ରାର୍ଥୀ ଦେବା ଆଳରେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରି ସମୟ ଗଡାଇ ଚାଲିବା ଘଟଣା ଦଳର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜେଡିର ଗଡ଼ ଭାବେ ନୟାଗଡ଼ ପରିଚିତ ହୋଇ ଆସିଛି । ୨୦୦୦ରୁ ବିଜେଡି ନିଜର ସ୍ଥିତି ବଜାୟ ରଖିଛି । ୧୯୯୦ରେ ଜନତା ଦଳ ଟିକେଟ୍‌ରେ ଭାଗବତ ବେହେରା ବିଧାୟକ ହୋଇଥିଲେ ।
୧୯୯୫ ନିର୍ବାଚନରେ ଭାଗବତ ବେହେରାଙ୍କୁ କଂଗ୍ରେସର ସୀତାକାନ୍ତ ମିଶ୍ର ପରାସ୍ତ କରି କଂଗ୍ରେସର ସ୍ଥିତିକୁ ମଜଭୁତ କରିଥିଲେ । ତେବେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହେବାରୁ ୨୦୦୦ରେ ଭାଗବତ ବେହେରା ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ ।
ଏହା ପରଠାରୁ କଂଗ୍ରେସର ସ୍ଥିତି ନୟାଗଡ଼ରେ ଆଉ ଭଲ ନାହିଁ । ଏବେ ଦଳକୁ ଭଲ ପ୍ରାର୍ଥୀ ବି ମିଳୁ ନାହାନ୍ତି । ଭାଗବତ ବେହେରାଙ୍କ ପରଲୋକ ପରେ ସ୍ତ୍ରୀ ମନ୍ଦାକିନୀ ବେହେରା ଉପ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜେଡି ଗଡ଼କୁ ସୁରକ୍ଷା ଦେଇଥିଲେ । ତେବେ ୨୦୦୪ ନିର୍ବାଚନରେ ମନ୍ଦାକିନୀ ଆଉ ବିଜେଡି ଟିକେଟ୍‌ ପାଇ ନ ଥିଲେ । ୨୦୦୪ରେ ବିଜେଡି ପ୍ରାର୍ଥୀ ଭାବେ ଅରୁଣ ସାହୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ ପରଠାରୁ ଅରୁଣ ସାହୁ ଲଗାତର ବିଜୟୀ ହୋଇ ଆସୁଛନ୍ତି । ଅରୁଣଙ୍କ ନାଁରେ ଅପବାଦର ସ୍ବର ଉଠିଥିଲେ ହେଁ ପରାଜୟର ସ୍ବାଦ ଏଯାବତ ଚାଖି ନାହାନ୍ତି ।
ଅରୁଣ ସାହୁ ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ଲଗାତର ୪ଥର ବିଜୟୀ ହୋଇ ଜିଲାରେ ଅପ୍ରତିଦ୍ୱନ୍ଦ୍ୱି ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୨୦୧୯ ନିର୍ବାଚନରେ ଅରୁଣଙ୍କ ସହ ଭାଜପା ନେତ୍ରୀ ଇରାନୀ ରାୟଙ୍କ ଘମାଘୋଟ ଲଢ଼େଇ ହୋଇଥିଲା।
୨୦୨୪ରେ ପୁଣି ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଇରାନୀ ନିଜର ସଙ୍ଗଠନ କରିଥିଲେ ।
ହେଲେ ନିର୍ବାଚନ ପୂର୍ବରୁ ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ରଣନୀତି ଇରାନୀଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଥିଲା । ପ୍ରତ୍ୟୁଷା ଭାଜପା ଟିକେଟ୍‌ ହାତେଇ ନେଇଥିବାବେଳେ ଇରାନୀ ଦଳବଦଳ କରିବାକୁ ବାଧ୍ୟ ହୋଇଥିଲେ ।
ଇରାନୀ ବିଜେଡିରେ ସାମିଲ ହୋଇ ବିରୋଧି ଅରୁଣଙ୍କ ସହ ମିଶି ଭାଜପାକୁ ହରାଇବାକୁ ଲାଗି ପଡିଛନ୍ତି । ସେପଟେ ଭାଜପା ନେତ୍ରୀ ପୁରୀ ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହାୟତାରେ ବାଇକ୍‌ ରାଲି କରାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ ବିଜେଡି ଗଡ଼କୁ ଭାଙ୍ଗି ଭାଜପାର ପତାକା ଉଡାଇବାକୁ ପ୍ରତ୍ୟୁଷା ଉଦ୍ୟମ ଜାରି ରଖିଛନ୍ତି । ତେବେ ଅରୁଣ ପଛରେ ପଡି ନାହାନ୍ତି । ପୁରୀ ଏମ୍‌ପି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଇରାନୀ ରାୟଙ୍କୁ ନେଇ ଦଳୀୟ ସଭା କରାଇ ନିଜର ସ୍ଥିତିକୁ ପ୍ରଦର୍ଶନ କରିଛନ୍ତି ।
ତେବେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ଓ ବିଜେଡି ପାଇଁ କାମ କରିବା ପରି ପ୍ରସଙ୍ଗକୁ ଭିତ୍ତି କରି ଦୂତିକେଶ୍ୱର ମନ୍ଦିରରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜେଡିର ଜଣେ ଜିଲା ପରିଷଦ ସଭ୍ୟ ନିୟମ କରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭାଜପା ନେତ୍ରୀ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଇ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାବେଳେ ଅରୁଣ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ଏବେଠାରୁ ମହାସଂଗ୍ରାମ ଆରମ୍ଭ ହୋଇ ସାରିଲାଣି । ଉଭୟେ ବିଜୟୀ ହେବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?