ମା’ଙ୍କ ଲାଗି ବ୍ରହ୍ମପୁର ଉତ୍ସବମୁଖର

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି। ଦେବୀଙ୍କ ସ୍ବାଗତରେ ଉତ୍ସବ ମୁଖର ହୋଇ ଉଠିଛି ରେଶମ ସହର। ସୋମାବାରରୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜେଲ ରୋଡ଼ ମା’ ଦକ୍ଷିଣେଶ୍ୱର କାଳୀ ପୀଠରେ ନବରାତ୍ର ପୁଜା ଆରମ୍ଭ ହୋଇଛି। ପୂର୍ବାହ୍ନରେ ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମାର୍କେଣ୍ଡେଶ୍ୱର ପୋଖରୀରୁ ଜଳ ସଂଗ୍ରହ କରିଥିଲେ। ଜଳ କଳସ ଶୋଭାଯାତ୍ରାରେ ଆସି ମନ୍ଦିର ସମ୍ମୁଖ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। ମନ୍ଦିର ପରିଚାଳନା କମିଟି ମୁଖ୍ୟ ହେମନ୍ତ କୁମାର ସାବତ ଓ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ। ପଣ୍ଡିତ ଅକ୍ଷୟ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ମହାସପ୍ତମୀ ଓ ମହାଷ୍ଟମୀରେ ସନ୍ଧିପୂଜା ସମେତ ବିଭନ୍ନ ନୀତି କାନ୍ତି ସହ କାଳୀଙ୍କ ରାଜରାଜେଶ୍ୱରୀ ବେଶ ଓ ପୂର୍ଣ୍ଣାହିତ ଦିଆଯିବ। ସେହିପରି ବିଜିପୁର, ଆଙ୍କୁଲି, ଆମ୍ବପୁଆ ସମେତ ବିଭିନ୍ନ କାଳୀ ମନ୍ଦିର, ଠାକୁରାଣୀ ମନ୍ଦିର,ଦେବୀ ମନ୍ଦିର ଓ ପୁଜା ମଣ୍ଡପ ମାନଙ୍କରେ ନବରାତ୍ର ପୁଜା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ଉଚ୍ଛେଦ ଜାରି, ୧୪୪ ଧାରା ବଳବତ୍ତର

ବଇଣ୍ଡା, ୧୨ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଦୋକାନ ଓ ବାସଗୃହ ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦ୍ୱିତୀୟ ଦିନରେ...

ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌...

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ...

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ...

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)-ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପାଉଚ ବିକ୍ରି...

ବେସରକାରୀ କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ଶିଶୁ ଶ୍ରମିକ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ଆଇନକୁ ଆଖିଠାର। ଆଇନକୁ ନାହିଁ ଡରଭୟ। ଡହଡହ ଖରାରେ କେନ୍ଦୁପତ୍ର ଫଡିରେ କାମ କରୁଛନ୍ତି ଛୋଟ ଛୋଟ ପିଲା। ତାହା ପୁଣି ମାତ୍ର...

ଡାକ୍ତର ଜଣେ ସୈନିକ: ରାଜ୍ୟପାଳ

ବଲାଙ୍ଗୀର ଅଫିସ, ୧୧ା୪: ଯେତେବେଳେ ଶରୀର କଥା ଉଠେ ସେତେବେଳେ ଡାକ୍ତର ଜଣେ ସୈନିକ। ଯେତେବେଳେ ମନ କଥା ଉଠେ ସେତେବେଳେ ଡାକ୍ତର ଜଣେ ମନୋବିଜ୍ଞାନୀ।...

ପ୍ଲାଷ୍ଟିକ୍‌ ମୁକ୍ତ ହେବ ବେଳାଭୂମି

ଛତ୍ରପୁର,୨୪ା୧୦(ଡି.ଏନ୍‌.ଏ.): ବେଳାଭୂମିରେ ପ୍ଲାଷ୍ଟିକ ଓ ପଲିଥିନ ପଡ଼ିରହି ଏହା ପରିବେଶ ଉପରେ କୁ-ପ୍ରଭାବ ପକାଉଛି। ଜୈବ ବିବିଧତା ନଷ୍ଟ ହେଉଛି। ଏଥିପାଇଁ ବେଳାଭୂମି ଓ ପର୍ଯ୍ୟଟନ...

Advertisement
Archives

Model This Week