ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା ଶନିଙ୍କ ମଧ୍ୟରେ ନବପଞ୍ଚମ ଯୋଗ ଗଠିତ ହେବ। ପଞ୍ଚାଙ୍ଗ ଅନୁସାରେ, ସେପ୍ଟେମ୍ବର ୧ ମଙ୍ଗଳବାର ଦିନ ପଡ଼ୁଛି ଏବଂ ବ୍ରହ୍ମମୁହୂର୍ତ୍ତରେ ରାତି ୩ଟା ୩୯ ମିନିଟରେ ଗୁରୁ ଓ ଶନି ପରସ୍ପରଠାରୁ ୧୨୦ ଡିଗ୍ରୀ ଦୂରତାରେ ଅବସ୍ଥିତ ରହିବେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଦୁଇଟି ଗ୍ରହ ପରସ୍ପରଠାରୁ ପଞ୍ଚମ ଏବଂ ନବମ ଭାବରେ ଅବସ୍ଥିତ ହୁଅନ୍ତି, ସେତେବେଳେ ନବପଞ୍ଚମ ଯୋଗ ଗଠିତ ହୁଏ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଗୁରୁ-ଶନିଙ୍କ ଏହି ନବପଞ୍ଚମ ଯୋଗ କ୍ୟାରିୟର, ଧନ ଏବଂ ଶିକ୍ଷା ପାଇଁ ଶୁଭ ବୋଲି ବିବେଚନା କରାଯାଏ। ଏହା ଦ୍ୱାରା ସଠିକ ନିଷ୍ପତ୍ତି ନେବାର କ୍ଷମତା ବଢ଼ିବା ସହ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ଚାକିରି ଏବଂ ବ୍ୟବସାୟରେ ନୂଆ ଦାୟିତ୍ୱ, ସ୍ଥିରତା ଓ ଉନ୍ନତିର ସୁଯୋଗ ମିଳିପାରେ। ଏଥିସହିତ ନିବେଶ, ଆର୍ଥିକ ସ୍ଥିତି ଏବଂ ସାମାଜିକ ସମ୍ମାନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନର ସଙ୍କେତ ରହିଛି।

ଯଦିଓ ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ, ତେବେ ୫ଟି ରାଶି ପାଇଁ ସେପ୍ଟେମ୍ବର ମାସଟି ବିଶେଷ ଲାଭଦାୟକ ରହିପାରେ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ କେଉଁଗୁଡ଼ିକ…

କର୍କଟ ରାଶିର ଲୋକଙ୍କ ପାଇଁ ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ ବେଶ ବିଶେଷ ସାବ୍ୟସ୍ତ ହୋଇପାରେ। କ୍ୟାରିୟରରେ ଅଟକି ରହିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଚାକିରିରେ ବରିଷ୍ଠ ଅଧିକାରୀ ଆପଣଙ୍କ ପରିଶ୍ରମକୁ ଧ୍ୟାନ ଦେଇପାରନ୍ତି। ନୂଆ ଦାୟିତ୍ୱ ମିଳିବା ଦ୍ୱାରା ଆପଣଙ୍କ ପ୍ରୋଫାଇଲ ମଜବୁତ ହେବ। ବ୍ୟବସାୟରେ ପୁରୁଣା ସମ୍ପର୍କ ମାଧ୍ୟମରେ ଭଲ ସୁଯୋଗ ମିଳିପାରେ। ଆୟ ବଢ଼ାଇବା ପାଇଁ ନୂଆ ରାସ୍ତା ଖୋଲିପାରେ। ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ମଧ୍ୟ ଫେରି ମିଳିବାର ଆଶା ରହିଛି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସଠିକ ଦିଗ ମିଳିବ। ଜରୁରୀ ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ପ୍ରସ୍ତୁତିରେ ଆତ୍ମବିଶ୍ୱାସ ବଢ଼ିବ। ପ୍ରେମ ସମ୍ପର୍କରେ ସାଥୀଙ୍କ ସମର୍ଥନ ମିଳିବ। ପରିବାରରେ ମଧ୍ୟ ଆପଣଙ୍କ ମତକୁ ଗୁରୁତ୍ୱ ଦିଆଯିବ। ପୂରା ମାସ ତରବରିଆ ନିଷ୍ପତ୍ତି ନନେଇ ଭାବିଚିନ୍ତି ନିଷ୍ପତ୍ତି ନେବା ଲାଭଦାୟକ ହେବ।

ବିଛା ରାଶିର ଲୋକଙ୍କ ପାଇଁ ଏହି ନବପଞ୍ଚମ ଯୋଗ ପରିଶ୍ରମର ଭଲ ଫଳ ଦେଇପାରେ। କ୍ୟାରିୟରରେ ପୁରୁଣା କୌଣସି ଯୋଜନା ପୁଣି ଆରମ୍ଭ ହୋଇପାରେ। ଚାକିରିରେ କାମର ଚାପ ରହିବ, କିନ୍ତୁ ଏହାର ଲାଭ ମଧ୍ୟ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ସାମ୍ନାକୁ ଆସିବ। ବ୍ୟବସାୟରେ ବଡ଼ କ୍ଲାଏଣ୍ଟ କିମ୍ବା ନୂଆ ଡିଲ ମିଳିବାର ସଙ୍କେତ ରହିଛି। ଆୟ ସହିତ ସଞ୍ଚୟ ବଢ଼ାଇବାର ସୁଯୋଗ ମିଳିବ। ପୁରୁଣା ନିବେଶରୁ ଆଶାଠାରୁ ଅଧିକ ଲାଭ ମିଳିପାରେ। ପ୍ରେମ ସମ୍ପର୍କରେ ବିଶ୍ୱାସ ମଜବୁତ ହେବ। ଜୀବନସାଥୀଙ୍କ ସହ ଭବିଷ୍ୟତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଯୋଜନା ହୋଇପାରେ। ଛାତ୍ରଛାତ୍ରୀମାନେ ଗବେଷଣା ଏବଂ କଠିନ ବିଷୟରେ ଭଲ ପ୍ରଦର୍ଶନ କରିପାରନ୍ତି। ପୂରା ମାସ ର୍ଧଯ୍ୟ ଏବଂ ସଠିକ ସମୟରେ ସଠିକ ନିଷ୍ପତ୍ତି ଆପଣଙ୍କ ବଡ଼ ଶକ୍ତି ହେବ।

ମୀନ ରାଶି ପାଇଁ ଗୁରୁ-ଶନିଙ୍କ ଏହି ଯୋଗ ବିଶେଷ ପ୍ରଭାବଶାଳୀ ରହିପାରେ। କ୍ୟାରିୟରରେ ସ୍ଥିରତା ଆସିବାର ସଙ୍କେତ ରହିଛି। ଚାକିରିରେ ନୂଆ ଭୂମିକା କିମ୍ବା ଦାୟିତ୍ୱ ମିଳିପାରେ। ଦୀର୍ଘ ସମୟ ଧରି ଚାଲିଥିବା କୌଣସି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବା ଦିଗରେ ଆଗକୁ ବଢ଼ିବ। ବ୍ୟବସାୟରେ ଭାବିଚିନ୍ତି ନିଆଯାଇଥିବା ନିଷ୍ପତ୍ତି ଲାଭ ଦେଇପାରେ। ଆୟର କୌଣସି ସ୍ଥାୟୀ ଉତ୍ସ ମଜବୁତ ହୋଇପାରେ। ଟଙ୍କାକୁ ନେଇ ପୁରୁଣା ଚିନ୍ତା କିଛି ମାତ୍ରାରେ କମିବ। ଛାତ୍ରଛାତ୍ରୀଙ୍କୁ ସଠିକ ମାର୍ଗଦର୍ଶନ ମିଳିବାରୁ ପାଠପଢ଼ା ସହଜ ହେବ। ପ୍ରେମ ସମ୍ପର୍କରେ ନିଜ ଭାବନା ଖୋଲାଖୋଲି ପ୍ରକାଶ କରିବା ଦ୍ୱାରା ସମ୍ପର୍କ ଆହୁରି ମଜବୁତ ହେବ। ଅବିବାହିତ ଲୋକଙ୍କର କୌଣସି ବିଶେଷ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବଢ଼ିପାରେ। ପୂରା ମାସ ଶୃଙ୍ଖଳା ବଜାୟ ରଖିବା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିପାରେ।

ବୃଷ ରାଶି ପାଇଁ ସେପ୍ଟେମ୍ବର ମାସ କ୍ୟାରିୟର ଏବଂ ଧନ ସମ୍ପର୍କରେ ନୂଆ ଦିଗ ଦେଇପାରେ। ଚାକିରିରେ ଦାୟିତ୍ୱ ବଢ଼ିପାରେ। ଏହା ସହିତ କର୍ମକ୍ଷେତ୍ରରେ ଆପଣଙ୍କ ପରିଚୟ ମଧ୍ୟ ମଜବୁତ ହେବ। ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ଆପଣଙ୍କ ପାଇଁ ବେଶ ଉପଯୋଗୀ ହୋଇପାରେ। ବ୍ୟବସାୟରେ ଦୂର ସ୍ଥାନର ଗ୍ରାହକ କିମ୍ବା ନୂଆ ବଜାରରୁ ଲାଭ ମିଳିପାରେ। ଆୟ ବଢ଼ାଇବାର ପ୍ରୟାସର ଫଳ ଧୀରେ ଧୀରେ ଦେଖାଯିବ। ହଠାତ୍‌ କୌଣସି ଜରୁରୀ ପେମେଣ୍ଟ ମିଳିବାରୁ ଆର୍ଥିକ ଚାପ କମିପାରେ। ପ୍ରେମ ସମ୍ପର୍କରେ ଛୋଟ କଥାକୁ ନେଇ ଜିଦ କରିବାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ଟଙ୍କା କିମ୍ବା ଘର ସମ୍ପର୍କିତ ଯୋଜନା ହୋଇପାରେ। ଛାତ୍ରୀଛାତ୍ରମାନେ ରୁଟିନ କରି ପାଠପଢ଼ିଲେ ଭଲ ଫଳ ପାଇପାରିବେ। ସଠିକ ବଜେଟ ଏବଂ ନିୟମିତ ସଞ୍ଚୟ ପୂରା ମାସ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ରହିବ।

ଧନୁ ରାଶିର ଲୋକଙ୍କ ପାଇଁ ଏହି ଯୋଗ କ୍ୟାରିୟରରେ ଆଗକୁ ବଢ଼ିବାର ମଜବୁତ ସଙ୍କେତ ଦେଇପାରେ। ଚାକିରିରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ନେଇ ଆଲୋଚନା ଆଗକୁ ବଢ଼ିପାରେ। କୌଣସି ବରିଷ୍ଠ ବ୍ୟକ୍ତି କିମ୍ବା ମେଣ୍ଟରଙ୍କ ପରାମର୍ଶ ଆପଣଙ୍କୁ ସଠିକ ନିଷ୍ପତ୍ତି ନେବାରେ ସହାୟତା କରିବ। ବ୍ୟବସାୟରେ କାମର ପରିସର ବଢ଼ାଇବାର ସୁଯୋଗ ମିଳିପାରେ। ନୂଆ କ୍ଲାଏଣ୍ଟ କିମ୍ବା ବଡ଼ ଅର୍ଡର ଆୟ ବଢ଼ାଇପାରେ। ଦୀର୍ଘଦିନ ଧରି ଭାବୁଥିବା କୌଣସି କାମ ଏବେ ଆରମ୍ଭ କରିପାରନ୍ତି। ଛାତ୍ରୀଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ କ୍ୟାରିୟର ପ୍ଲାନିଂ ଉପରେ ଭଲ ଧ୍ୟାନ ଦେଇପାରିବେ। ପ୍ରେମ ସମ୍ପର୍କରେ ସାଥୀଙ୍କ ସହ ଭବିଷ୍ୟତକୁ ନେଇ ଗୁରୁତର ଆଲୋଚନା ହୋଇପାରେ। ସୋସିଆଲ ସର୍କଲରେ ଆପଣଙ୍କ ପରିଚୟ ବଢ଼ିବା ସହ ଉପଯୋଗୀ ସମ୍ପର୍କ ସୃଷ୍ଟି ହୋଇପାରେ। ପୂରା ମାସ ନିଜ ଶକ୍ତିକୁ ସଠିକ ଲକ୍ଷ୍ୟ ଦିଗରେ ଲଗାଇବା ଆପଣଙ୍କ ପାଇଁ ସବୁଠାରୁ ବଡ଼ ଲାଭ ସାବ୍ୟସ୍ତ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?