Posted inଜାତୀୟ

ନାଭିଗେଶନ ଉପଗ୍ରହ ଏନଭିଏସ-୧ର ହେବ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୫ : ନାଭିଗେଶନ ଉପଗ୍ରହ ଏନଭିଏସ-୧ର ସୋମବାର ଉତକ୍ଷେପଣ କରାଯିବ। ଏହା ଦ୍ୱାରା ନାବିକ ଏବଂ ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସୋମବାର ପୂର୍ବାହ୍ନ ୧୦ଟା ୪୨ରେ ଜିଓଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଯାନ (ଜିଏସଏଲଭି) ରୁ ନାଭିଗେଶନ ଉପଗ୍ରହ ‘ନାଭିକ’ ଏନଭିଏସ-୧ ଉତକ୍ଷେପଣ କରିବ। ଏହି ଉପଗ୍ରହ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ଏବଂ ପରିବହନ ସେବା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ସ୍‌। ଆମେରିକାରର ଗ୍ଲୋବାଲ ପୋଜିସନ ସିଷ୍ଟମ (ଜିପିଏସ) ଭଳି ଏହା କାର୍ଯ୍ୟ କରିବ। ଏହା ପୃଥିବୀ, ବାୟୁ ଏବଂ ସମୁଦ୍ର ପରିବହନ, ଅବସ୍ଥାନ ଭିତ୍ତିକ ସେବା, ବ୍ୟକ୍ତିଗତ ଗତିଶୀଳତା, ଉତ୍ସ ମନିଟରିଂ, ସର୍ବେକ୍ଷଣ ଏବଂ ଜିଓଡେସି, ବୈଜ୍ଞାନିକ ଅନୁସନ୍ଧାନ, ସମୟ ବିସ୍ତାର କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବାକୁ ସକ୍ଷମ ହେବ।
ଏହି ସାଟେଲାଇଟର ଓଜନ ୨୨୩୨ କିଲୋଗ୍ରାମ। ଶ୍ରୀହାରିକୋଟାଠାରେ ଅବସ୍ଥିତ ସତୀଶ ଧାୱନ କେନ୍ଦ୍ରରେ ଏହାକୁ ନିର୍ମାଣ କରାଯାଇଛି।
ଉତକ୍ଷେପଣର ୨୦ ମିନିଟ ପରେ, ରକେଟ ଉପଗ୍ରହକୁ ଜିଓଷ୍ଟେସନାରୀ ଟ୍ରାନ୍ସଫର୍‌ କକ୍ଷପଥରେ ପ୍ରାୟ ୨୫୧ କିଲୋମିଟର ଉଚ୍ଚରେ ସ୍ଥାପନ କରିବ। ଏହା ୧୫୦୦ କିଲୋମିଟର ଅଞ୍ଚଳରେ ପ୍ରକୃତ ସମୟ ସ୍ଥିତି ଏବଂ ସମୟ ସେବା ପ୍ରଦାନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri