ପଶ୍ଚିମ ଓଡ଼ିଶାରେ ଓଲଟପାଲଟ ହେବ ସମୀକରଣ, ନବୀନଙ୍କ ସିକ୍ରେଟ ପ୍ଲାନ

ଭୁବନେଶ୍ୱର,୧୮।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା, ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାରେ ଅଛନ୍ତି। ହିଞ୍ଜିଳି ପରେ ଏବେ ମୁଖ୍ୟମନ୍ତ୍ରୀ କଣ୍ଟାବାଂଜିରୁ ଲଢିବା ନେଇ ଘୋଷଣା କରିଛନ୍ତି।

୨୦୧୯ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢିବା ନେଇ ଘୋଷଣା କରିଥିଲେ। ଗୋଟିଏ ପାରମ୍ପରିକ ଆସନ ହିଞ୍ଜିଳି ହୋଇଥିବାବେଳେ ଅନ୍ୟଟି ବଜେପୁର ଆସନ ଥିଲା। ଦୁଇଟି ଆସନରୁ ମୁଖ୍ୟମନ୍ତ୍ରୀ ବଡ଼ ବ୍ୟବବଧାନରେ ବିଜୟୀ ହୋଇଥିଲେ। ହିଞ୍ଜିଳିରୁ ପିତାମ୍ବର ଆଚାର୍ଯ୍ୟଙ୍କ ଠାରୁ ବହୁ ପରିମାଣରେ ଭୋଟ ଜିତି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡି ଦେଇଥିଲେ। ଯେଉଁଠି ପରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇଟି ଆନସରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ୍ଟାବାଂଜି ନବୀନ କାହିଁକି ଦ୍ୱିତୀୟ ଅପସନ ଭାବେ ବାଛିଲେ।

ବଲାଙ୍ଗୀର ଜିଲା ହେଉ କି କଣ୍ଟାବାଂଜି ବିଧାନସଭା ମଣ୍ଡଳୀ ବିଜେଡିର ଗଡ଼ ନୁହେଁ। ତେବେ କାହିଁକି ବିଜେଡି ସୁପ୍ରିମୋ ଏହି ଆସନକୁ ନିଜର ଦ୍ୱିତୀୟ ଅପସନ ଭାବରେ ବାଛିଲେ? ତେବେ ୨୦୦୯ ଓ ୨୦୧୯ ନିର୍ବାଚନରେ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା କଣ୍ଟାବାଂଜିରୁ ୨-୨ ଥର ଲଢି ବିଜୟୀ ହୋଇଛନ୍ତି। ସେତେବେଳେ ସେ ବିଜେଡିର ଅୟୁବ ଖାନଙ୍କୁ ଟକ୍କର ଦେଇଥିଲେ। ଯିଏକି ମାତ୍ର ୩୮୬୮ ଭୋଟ ହାତେଇ ପାରିଥିଲେ।

ବଲାଙ୍ଗୀରରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଯେଉଁଠି ୨୦୧୯ରେ କଂଗ୍ରେସ ୨ସିଟ୍‌ କବଜା କରିଥିଲା। ବଲାଙ୍ଗୀର ବିଧାନସଭା ଆସନକୁ ନରସିଂହ ମିଶ୍ର କବଜା କରିଥିବାବେଳେ କଣ୍ଟାବାଂଜିକୁ ସାଲୁଜା ଅକ୍ତିଆର କରିଥିଲେ। ସେହପିରି ଭାଜପା ଲୋହିସିଂହା ଓ ବିଜେଡି ଟିଟଲାଗଡ ଓ ପାଟନାଗଡ ଅକ୍ତିଆର କରିଥିଲା। ତେବେ ବଲାଙ୍ଗୀର ଲୋକ ସଭା ସିଟ୍‌ରୁ ଭାଜପାର ସଙ୍ଗୀତା ସିଂହ ଦେବ ବିଜୟୀ ହୋଇଥିଲେ। ତେବେ ଏହି ହିସାବରେ ଦେଖିଲେ କଣ୍ଟାବାଂଜି ହେଉ କି ବଲାଙ୍ଗୀର ଆସନ ବିଜେଡିର ଗଡ ନୁହେଁ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ବିଜେଡି ସୁପ୍ରିମୋ ଏହି ଆସନରେ ଦଳର ଶକ୍ତି ବଢେଇବାକୁ ଆଉ ଚଳିତ ନିର୍ବାଚନରେ ହାତେଇବାକୁ ଏହାକୁ ବାଛିଛନ୍ତି। ବଲାଙ୍ଗୀର କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା ଓ ବରଗଡ ସୀମାକୁ ଲାଗି ରହିଛି। କନ୍ଧମାଳ ବି ଏହି ଜିଲା ଠୁ ବେଶୀ ଦୂରରେ ନୁହେଁ। ତେବେ କଣ୍ଟାବାଂଜିରେ ସିଏମ ପ୍ରାର୍ଥୀ ହେଲେ ଏହାର ପ୍ରଭାବ ସୀମାବର୍ତ୍ତୀ ଜିଲା ଅର୍ଥାତ୍‌ ପୁରା ପଶ୍ଚିମ ଓଡିଶାାରେ ପଡିବ । ଏହିସବୁ ଜିଲାର ୪ ଲୋକ ସଭା ଆସନ ସହ ୨୮ ବିଧାସଭା ଆସନରେ ପ୍ରଚାର ଅଭିଯାନ ଜୋରଦାର ହୋଇପାରିବ। ୨୦୧୯ରେ ବିଜେଡି ବଲାଙ୍ଗୀର, ବରଗଡ, କଳାହାଣ୍ଡିର ଲୋକ ସଭା ଆସନରେ ପରାଜିତ ହୋଇଥିଲା। ଯାହା ଏବେ ସୁପ୍ରିମୋଙ୍କ ଦ୍ୱାରା ସମ୍ଭବ ହେବ ବୋଲି ଚର୍ଚ୍ଚା ହେଉଛି। ଏଥର ଏହି ୩ ଲୋକ ସଭା ଆସନରେ ବିଜେଡି ବଡ଼ ବ୍ୟବଧାନରେ ଜିତିବ ବୋଲି ଆକଳନ କରାଯାଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବା ଦ୍ୱାରା ଏହା ପୁରା ପଶ୍ଚିମ ଓଡିଶାରେ ଥିବା ବିଜେଡି ସଂଗଠନକୁ ମଜବୁତ କରିବା ସହ ଦଳୀୟ କର୍ମୀଙ୍କ ମନୋବଳ ବଢାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri