ନବୀନଙ୍କ ଗସ୍ତର ଏପାଖସେପାଖ: ନବୀନଙ୍କ ରୋଡ ଶୋ’ ଦେଖିଲେ ଢୋଲକିଆ ପରିବାରର

ନୂଆପଡ଼ା,୭ା୧୧ (ମକାରୁ ବେମାଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ ଅବସରରେ ଖରିଆର ରୋଡ୍‌ ଏନ୍‌ଏସି ଓ ନୂଆପଡ଼ା ସହରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁପଟେ ଦେଖିଲେ ଶଙ୍ଖ ଝଣ୍ଡା ଓ ନବୀନ ଧ୍ୱନି ପଡୁଥିଲା। ନବୀନଙ୍କୁ ଦେଖି ଲୋକେ ସତେଯେମିତି ବିଭୋର ହୋଇଯାଇଥିଲେ।
କଡ଼ା ସୁରକ୍ଷା ବଳୟରେ ରୋଡ୍‌ ଶୋ’
ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ। କଡା ସୁରକ୍ଷା ବଳୟରେ ରୋଡ୍‌ ଶୋ’ ହୋଇଥିଲା। କୌଣସି ସ୍ଥାନରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୋଲିସ ନଜର ରଖିଥିଲା ା
ଲୋକନୃତ୍ୟରେ ଦର୍ଶକ ଝୁମିଲେ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ ସମୟରେ ପଶ୍ଚିମ ଓଡିଶାର ପାରମ୍ପରିକ ସମ୍ବଲପୁରୀ ଲୋକନୃତ୍ୟ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ଡାଲଖାଇ ଲୋକଗୀତରେ ଲୋକେ ଝୁମି ଉଠିଥିଲେ। ଏଥିରେ ଘଣ୍ଟବାଦ୍ୟ, ବୀରବାଦ୍ୟ ଘୁମୁରା, ମହିଳା ଓ ପୁରୁଷ ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ, ବିଭିନ୍ନ ପ୍ରକାର ବାଜା ସହ ଘୋଡାନାଚର ଝଲକ ଦେଖିବାକୁ ମିଳିଥିଲା।
୩ ଘଣ୍ଟା କାଳ ଟ୍ରାଫିକ ସମସ୍ୟା
ଖରିଆର ରୋଡ୍‌ଠାରୁ ନୂଆପଡ଼ା ଏକତା ଛକ ପର୍ଯ୍ୟନ୍ତ ପାଖାପାଖି ୧୩ କିଲୋମିଟର ରୋଡ୍‌ ଶୋ’ ବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଦୀର୍ଘ ୩ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ମୋଟରର ଲମ୍ବା ଧାଡି ଦେଖିବାକୁ ମିଲିଥିଲା।
ହେଲିକପ୍ଟର ଦେଖିବା ପାଇଁ ଭିଡ଼
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନୂଆପଡ଼ା ଜିଲାରେ ଅନ୍ୟ ଦିନମାନଙ୍କରେ ଉଡାଜାହାଜ କିମ୍ବା ହେଲିକପ୍ଟର ଦେଖିବାକୁ ମିଳେ ନାହିଁ ା ଜିଲାକୁ ନେତା କିମ୍ବା ମନ୍ତ୍ରୀ ହେଲିକପ୍ଟରରେ ଆସିଲେ ଲୋକଙ୍କୁ ଦେଖିବାକୁ ମିଳିଥାଏ। ଶୁକ୍ରବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଲିକପ୍ଟରରେ ପହଞ୍ଚତ୍ବା ସମୟରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା।
ଜଙ୍ଗଲି ଜନ୍ତୁଙ୍କ ବେଶ ଆକୃଷ୍ଟ କଲା
ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ’ ସମୟରେ ଭାଲୁ, ବିରାଡି ଭଳି ଜଙ୍ଗଲି ଜନ୍ତୁଙ୍କ ବେଶ ଲୋକଙ୍କୁ ଆକୃଷ୍ଟ କରିଥିଲା। କଳାକାରମାନେ ବନ୍ୟଜନ୍ତୁଙ୍କ ବେଶରେ ଅନେକ ପ୍ରକାର ଠାଣି କରି ଜନ ଗହଳି ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ନବୀନଙ୍କ ରୋଡ ଶୋ’ ଦେଖିଲେ ଢୋଲକିଆ ପରିବାରର ସମ୍ପର୍କୀୟ
ଶୁକ୍ରବାର ଖରିଆର ରୋଡ୍‌ ପୋଲିସ ପଡିଆଠାରୁ ନୂଆପଡା ଏକତା ଛକ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ଶୋ’ ରହିଥିଲା। ସେହି ସମୟରେ ଢୋଲକିଆ ପରିବାରର ସମ୍ପର୍କୀୟମାନେ ଛାତ ଉପରେ ଚଢି ଏହାକୁ ଦେଖୁଥିବା ଲକ୍ଷ୍ୟ କରାଯାଇଥିଲା।
ଦେଢଘଣ୍ଟା ବିଳମ୍ବରେ ଆସିଲେ ନବୀନ
ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟାରେ ଖରିଆର ରୋଡ୍‌ ପୋଲିସ ପଡିଆରେ ନବୀନ ହେଲିକପ୍ଟରରେ ଅବତରଣ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ଦେଢଘଣ୍ଟା ବିଳମ୍ବରେ ସେ ଆସିବାରୁ ଲୋକେ ବ୍ୟସ୍ତବିବ୍ରତ

Dharitri – Odisha’s No.1 Odia Daily

ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?