ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିବାସକୁ ଡାକିଛନ୍ତି। ବୁଧବାର ଅପରାହ୍ନରେ ସମସ୍ତେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି। ମେୟର ସଂଘମିତ୍ରା ଦଳେଇ ନେତୃତ୍ୱ ନେବେ ଓ ସାଥୀରେ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଇଏମ୍‌ସିରେ ଏବେ ୩୬ ବିଜେଡି କର୍ପୋରେଟର ଅଛନ୍ତି ବିଭିନ୍ନ କାରଣରୁ ସେମାନେ ବିଭାଜିତ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀକୁ ମେୟର ଓ ଜିଲା ସଭାପତି ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟ ଗୋଷ୍ଠୀକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମର୍ଥନ କରୁଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଗତ ଅକ୍ଟୋବର ମାସରୁ ଛକାପଞ୍ଝା ଚାଲିଛି ବିକ୍ରମ ଗୋଷ୍ଠୀ ଜଣେ ସ୍ବାଧୀନ କର୍ପୋରେଟରଙ୍କୁ ଅସ୍ତ୍ର କରି ତାଙ୍କୁ ଡେପୁଟି ମେୟର କରିବା ଲୋଭ ଦେଖାଇଛନ୍ତି ଏବଂ ପ୍ରଥମେ ଡେପୁଟି ମେୟର ବିବେକ ରେଡ଼ିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ହଟାଇବାର ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ହେଉଛି।

ଏହା ଚରମସୀମା ଟପିଥିବାରୁ ଗତ ୯ ତାରିଖରେ ପ୍ରଥମେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ବ୍ରହ୍ମପୁର ଆସି ସମାଧାନ ଉଦ୍ୟମ କରିଥିଲେ। ତେବେ ବିଫଳ ହୋଇଥିଲେ। ତେଣୁ ଗତ ୧୩ ତାରିଖରେ ନବୀନ ମେୟର, ଡେପୁଟି ମେୟର ଓ ଜିଲା ସଭାପତିଙ୍କୁ ନବୀନ ନିବାସକ ଡକାଇ ଆଲୋଚନା କରିଥିଲେ। ଏବେ ଦଳର ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନ ବ୍ରହ୍ମପୁରରେ ଚାଲିଛି। ଯୁବ ସଂଗଠନର ଡିଜିଟାଲ ସମ୍ପାଦିକା ଲଗ୍ନାଦୀପା ମିଶ୍ର ୪ ଦିନିଆ ଗସ୍ତରେ ଆସିଛନ୍ତି। ମହାନଗରର ୩୬୍‌ଟି ଯାକ ଓ୍ବାର୍ଡରେ ସଦସ୍ୟ ସଂଗ୍ରହ ଅଭିଯାନକୁ ସଫଳ କରାଇବା ପଦକ୍ଷେପ ନେଇଛନ୍ତି। ଗତ ସୋମବାର ତାଙ୍କ ବୈଠକରେ ଅର୍ଦ୍ଧେକ ଅନୁପସ୍ଥିତ ଥିଲେ। ପରେ ବିକ୍ରମ ପଣ୍ଡାଙ୍କ ବାସଭବନ ପାଖରେ ଆଉ ଏକ ବୈଠକ ହୋଇଥିଲା। ସମାଧାନ ହୋଇ ନ ଥିବା ପଦାକୁ ଆସିଥିଲା। ଏହି ରିପୋର୍ଟ ବିଜେଡି ସୁପ୍ରିମୋଙ୍କ ନିକଟରେ ପହଞ୍ଚିଥିଲା। ତେଣୁ ସବୁ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି। ବୁଧବାର ଅପରାହ୍ନରେ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ଚ୍ୟାଉ ପଟ୍ଟନାୟକ ସୂଚନା ଦେଇଛନ୍ତି। କେତେ କର୍ପୋରେଟରଙ୍କ ଗୋଷ୍ଠୀକନ୍ଦଳ କେବେ ସଫଳ ହେବ ସେଥିପାଇଁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri