ଚମକାଇବେ ନବୀନ! ଏପ୍ରିଲ ୧୯ରେ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୧୩।୪: କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି ଭିତରେ ବିଜେଡିର ସାଂଗଠିନକ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହେବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। କୁହାଯାଉଛି ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପ୍ରଥମଥର ପାଇଁ କ୍ଷମତାରେ ନ ଥିବାବେଳେ ବିଜେଡିରେ ସାଂଗଠନିକ ଅଦଳବଦଳ ହେବାକୁ ଯାଉଛି। ସଭାପତି ଭାବେ ନବୀନ ପଟ୍ଟନାୟକ ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପରେ ୨ନଂ ନେତା କିଏ ହେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୯ରେ ନିଜ ପରେ ଦଳର ପାଓ୍ବାରଫୁଲ ନେତା ଭାବେ କାହାକୁ ବାଛିବେ ନବୀନ? କିଏ ହେବେ ବିଜେଡିର ନବୀନଙ୍କ ପରେ କ୍ଷମତାକେନ୍ଦ୍ରୀକ ବ୍ୟକ୍ତି। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ବିଜେଡିରେ ୨ନଂ ନେତା ? କହିବାର ଅର୍ଥ, ନବୀନଙ୍କ ପରେ ଦଳରେ କିଏ ହେବେ ପାୱାରଫୁଲ ? କିଏ ହେବେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ରାଜନୀତିରେ ଆମେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଷୟରେ ସବୁବେଳେ ଶୁଣି ଆସିଛେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ଆମର ନଜିର ରହିଛି। ୨ୟ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଦଳର ମୁଖିଆଙ୍କ ପରେ ସବୁଠୁ ଶକ୍ତିଶାଳୀ ନେତା। ଏହାରି ଭିତରେ ବିଜେଡିର ୨ୟ କ୍ଷମତା କେନ୍ଦ୍ର କିଏ ହେବେ ଏନେଇ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଅଫିସିଆଲି ଭାବରେ ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସଂଗଠନ ସଂପାଦକ ଥିବା ବବି ଦାସଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ନେତା ବୋଲି ବିବେଚନା କରାଯାଉଥିଲା । ନିର୍ବାଚନ ପରାଜୟର ପ୍ରାୟ ୧୦ ମାସ ପରେ ଯେଉଁ ସାଙ୍ଗଠନିକ ପୁନର୍ଗଠନ ହେବାକୁ ଯାଉଛି, ସେଥିରେ ନବୀନଙ୍କ ପରେ କାହାକୁ ପାୱାରଫୁଲ କରାଯିବ, ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ଯେଉଁ ନେତାଙ୍କ ନାଁ ଆଗକୁ ଆସୁଛି ସେମାନେ ହେଲେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ପ୍ରତାପ ଦେବ, ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ।

ତେବେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କିଏ? ୨୦୨୪ ନିର୍ବାଚନରେ ଯେତେବେଳେ ବିଜେଡିର ଷ୍ଟାର ତାଲିକା ପ୍ରକାଶ ପାଇଲା ସେତେବେଳେ ନବୀନଙ୍କ ପରେ ଭିକେ ପାଣ୍ଡିଆନଙ୍କ ନାଁ ଥିଲା। ଲିଷ୍ଟରେ ୧ ନମ୍ବରରେ ନବୀନ ଥିବାବେଳେ ୨ନଂରେ ପାଣ୍ଡିଆନ ଥିଲେ। ପ୍ରଚାରବେଳେ ନବୀନଙ୍କ ଅନୁପସ୍ଥିତିରେ ଦଳର ବଡ଼ ବଡ଼ ନ ଥିଲାବେଳେ ମଞ୍ଚରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିଲା। ଏକ ପ୍ରକାର ଆମେ ଦେଖିଲେ ଜାଣି ପାରିବା ନବୀନ ନିର୍ବାଚନବେଳେ ହେଉ କି ନିଜ ରାଜନୈତିକ କ୍ୟାରିୟରେ ନିଜର ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳର ସମସ୍ତ କାମ କରିଥାନ୍ତି। କୌଣସି ବଡ଼ ଘୋଷଣା ହେଉ କି ରାଜନୈତିକ ଗୋଟି ଚାଳନା। ତେବେ ଏହାର ଉଦାହରଣ ୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ, ଯିଏ ୧୯୯୭ ମସିହାରୁ ବିଜେଡିର ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେ ଏବେ ବି ଦଳର ଏକମାତ୍ର ପ୍ରମୁଖ ନେତା ଭାବେ ରହିଛନ୍ତି। ନବୀନଙ୍କ ପରେ ଦଳର ନେତୃତ୍ୱ ନେଇ ବିଭିନ୍ନ ନାଁ ଆଲୋଚନାରେ ରହିଛି। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା, କିନ୍ତୁ ୨୦୨୪ରେ ନବୀନ ସ୍ପଷ୍ଟ କରିଥିଲେ ଯେ, “ଓଡ଼ିଶାର ଜନତା ମୋ ପରେ ନେତା ନିର୍ଦ୍ଧାରଣ କରିବେ। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଯିଏ ପୂର୍ବରୁ ସାଙ୍ଗଠନିକ ସଚିବ ଥିଲେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଦେଖାଯାଉଛି। ତେବେ ଏହାରି ଭିତରେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, “ନବୀନ ହିଁ ଏକମାତ୍ର ନେତା, ଏବଂ ଦଳ ବାହାର ଲୋକଙ୍କୁ ନେତୃତ୍ୱ ଦେବାକୁ ଗ୍ରହଣ କରିବ ନାହିଁ।”

ଯାହା ସୂଚନା ମିଳିଛି, ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ସଭାପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି । ନବୀନ ପୁନର୍ବାର ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେଣୁ ନବୀନଙ୍କ ପରେ ନମ୍ବର ୨ ନେତାଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି । ପୂର୍ବ ପରି ସଙ୍ଗଠନ ସମ୍ପାଦକ ପଦବୀ ବଳବତ୍ତର ରହିବ ନା ପୂର୍ବରୁ ଉଚ୍ଛେଦ ହୋଇଥିବା ମହାସଚିବ ପଦ ଫେରିବ, ତାହା ରହସ୍ୟଘେରରେ ରହିଛି । ଏଥର ଦଳରେ ରାଜନୈତିକ ବ୍ୟାପାର କମିଟି ରହିପାରେ । କିଛି ବରିଷ୍ଠ ନେତାଙ୍କୁ ନେଇ ଏହି କମିଟି ଗଠନ ହେବ । ଯେଉଁ କମିଟି ଦଳୀୟ ବ୍ୟାପାର ବୁଝି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ବି ଏହି କମିଟିର ହସ୍ତକ୍ଷେପ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?