AIକୁ ନେଇ ନବୀନ କହିଲେ…

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି। ପ୍ରାୟତଃ ବିରୋଧୀଙ୍କ କଟାକ୍ଷକୁ ଖାତିର କରୁ ନ ଥିବା ନବୀନ ଚଳିତ ନିର୍ବାଚନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜବାବ ରଖୁଥିବା ଦେଖାଯାଉଛି। ଏହାକୁ ନେଇ ଭାଜପା ସନ୍ଦେହ ପ୍ରକାଶ କରିଛି। ନିର୍ବାଚନୀ ସଭାରେ ନବୀନ ଗୋଟିଏ ମିନିଟ୍‌ରେ ସ୍କ୍ରିପ୍ଟେଡ ଲେଖା ପଢ଼ି ଦେଉଛନ୍ତି। ହେଲେ ଶର୍ଟ ଭିଡିଓରେ ବେଶ୍‌ ପ୍ରାଞ୍ଜଳ ଭାବେ ସମସ୍ତ ଘଟଣାକୁ ପରିପ୍ରକାଶ କରୁଛନ୍ତି। ଏଣୁ ବାସ୍ତବରେ ସେ କହୁଛନ୍ତି ନା ତାହା AI କିଛି ସ୍ପଷ୍ଟ ହୋଇପାରୁନାହିଁ ବୋଲି ବୁଧବାର ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ଏଭଳି ଭିଡିଓ କରିବା ଛାଡ଼ନ୍ତୁ, ଆଲୋଚନା କରିବାକୁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏକ ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛନ୍ତି ସାର୍‌ ଭାଜପା ଅଭିଯୋଗ କରୁଛି ଯେ, ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଭିଡିଓ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଭଲ କଥା। ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରୁଛନ୍ତି। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ...

ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌

ଭୁବନେଶ୍ୱର,୧୬।୬ (ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ୍‌ ପୁରସ୍କାର – ୨୦୨୪ ଶନିବାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ କଥାକାର ସଞ୍ଜୟ...

ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ, ନୂଆ CM ଙ୍କ ପାଖରେ ଗୃହ, ଅର୍ଥ

ଭୁବନେଶ୍ୱର,୧୬ା୬ (ଅନିଲ ଦାସ)ଓଡ଼ିଶାରେ ପ୍ରଥମ ଭାଜପା ସରକାର ଗଠନ ହେବାର ୩ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅନୁମୋଦନ...

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ,...

ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍‌ ଜବତ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍‌ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍‌ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର...

ସୂର୍ଯ୍ୟବଂଶୀ ସୂରଜ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୫।୬: ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୩ ଦିନ ପରେ ମୋହନ ମାଝି ସରକାରଙ୍କ ମନ୍ତ୍ରିପରିଷଦର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିରେ...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଲା ଏସବୁ ବିଭାଗ

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ୧୨ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri