ରୁଷିଆରୁ ନବୀନଙ୍କୁ ଆସିଲା ନିମନ୍ତ୍ରଣ: ସୂଚନା ଦେଲେ ପାଣ୍ଡିଆନ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର,୫ା୫: ରୁଷିଆର ‘ବିଜୟ ଦିବସ’ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ବେଳେ ଏହି ଉତ୍ସବରେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାରନ୍ତି। ସୋମବାର ଭି.କେ ପାଣ୍ଡିଆନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଭାରତରେ ଥିବା ରୁଷିଆ ଦୂତାବାସ ପକ୍ଷରୁ ଏକ ଚିଠି କରାଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ କୁହାଯାଇଛି ଯେ, ‘ବିଜୟ ଦିବସ’ର ୮୦ ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେବା ପାଇଁ ଆପଣଙ୍କୁ ହୃଦୟପୂର୍ଣ୍ଣ ନିମନ୍ତ୍ରଣ ଜଣାଉଛି।

ଏହି ଗୌରବ, ଦୁଃଖ ଓ ଅବିଚଳିତ ସ୍ମୃତିର ଏକ ଗମ୍ଭୀର ମୁହୂର୍ତ୍ତରେ, ଆମେ ନାଜିବାଦ ବିରୁଦ୍ଧରେ ଆଣ୍ଟି-ହିଟଲର ମେଣ୍ଟରେ ଏକଜୁଟ ହୋଇ ଲଢ଼ିଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଜଣାଉଛୁ ଏବଂ ପୂର୍ବତନ ସୋଭିଏତ୍ ସଂଘ ଓ ତା’ର ମିତ୍ରମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ମରଣ କରୁଛୁ, ଯେଉଁମାନେ ମାନବ ଇତିହାସର ସବୁଠାରୁ ନିଷ୍ଠୁର ସଂଘର୍ଷର ଭାର ବହନ କରିଥିଲେ। ଆମେ ଯେଉଁ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ସେମାନଙ୍କ ମଧ୍ୟରେ ଆପଣଙ୍କ ସ୍ୱର୍ଗତ ପିତା, ମାନ୍ୟବର ଶ୍ରୀ ବିଜୁ ପଟ୍ଟନାୟକ, ଜଣେ ମହାନ ବ୍ୟକ୍ତିତ୍ୱ ଓ ଭାରତୀୟ ଜାତୀୟ ଏୟାରୱେଜର ସାହସୀ ପାଇଲଟ। ଯିଏ ଷ୍ଟାଲିନଗ୍ରାଡ ଅପରେସନରେ ଅଂଶଗ୍ରହଣ କରି ଅବରୁଦ୍ଧ ରେଡ ଆର୍ମୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ। ୧୯୯୫ ମସିହାରେ, ରୁଷିଆ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ସାହସ ଓ ବୀରତ୍ୱ ପାଇଁ “୧୯୪୧-୧୯୪୫ ମହାନ ଦେଶପ୍ରେମୀ ଯୁଦ୍ଧରେ ବିଜୟର ୫୦ ତମ ବାର୍ଷିକୀ” ଜୁବିଲୀ ପଦକ ପ୍ରଦାନ କରିଥିଲା।

ଆଗାମୀ ସମ୍ବର୍ଦ୍ଧନା ସମାରୋହରେ ଆପଣଙ୍କୁ ସମ୍ମାନିତ ଅତିଥି ଭାବେ ପାଇବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ହେବ। ଏହି ଅବସରରେ ଡକ୍ଟର ଏସ. ଜୟଶଙ୍କର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ, ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହେବାକୁ ସହୃଦୟତାର ସହ ସମ୍ମତି ଦେଇଛନ୍ତି। ରୁଷୀୟ ଦୂତାବାସରେ ଆପଣଙ୍କୁ ସ୍ୱାଗତ କରିବାକୁ ଆମେ ଅପେକ୍ଷା କରିଛୁ।”


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?