ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ ଭାଜପାର ପ୍ରଭାବ ରହୁଥିବା ନେଇ ହେଉଥିବା ଚର୍ଚ୍ଚାକୁ ପ୍ରଶମିତ କରିବା ଲାଗି ‘ନବୀନ ପଶ୍ଚିମ ଓଡ଼ିଶା କାର୍ଡ’ ଖେଳିଛନ୍ତି ବୋଲି ଆଲୋଚନା ହେଲାଣି।

ଆସନରେ ଆଗାମୀ ନିର୍ବାଚନ ସକାଶେ କିଏ ବିଜେଡିର ଯୋଗ୍ୟ ପ୍ରାର୍ଥୀ ହେବେ ତାହାକୁ ନେଇ ଆଶାଆଶଙ୍କା ପ୍ରକାଶ ପାଇଆସୁଥିଲା। ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌, ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ସଙ୍ଗଠକ ଅଜୟ ଦାସ ଏବଂ ଜିଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ତଥା ନାରୀନେତ୍ରୀ ନିରୁପମା ମାଝିଙ୍କ ମଧ୍ୟରୁ କାହାକୁ ଦଳ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ କରିବ, ସେନେଇ ନିଷ୍ପତ୍ତି ହୋଇପାରୁ ନ ଥିବା ଆଲୋଚନାର ବିଷୟ ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ କଣ୍ଟାବାଞ୍ଜି ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜନୀତି ସରଗରମ ହୋଇଛି। ଏହା ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌ ବୋଲି ଦଳୀୟ ନେତା ଓ କର୍ମୀ କହିବା ସହ ଉତ୍ସାହିତ ହୋଇପଡ଼ିଛନ୍ତି।

ଆସନରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଉପରେ ଭରସା କରିଛି। ଉଲ୍ଲେଖଯୋଗ୍ୟ, ବାଗ୍‌ ମାତ୍ର ୧୨୮ ଖଣ୍ଡ ଭୋଟ୍‌ରେ ସାଲୁଜାଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ତିନି ପ୍ରମୁଖ ଦଳର ପ୍ର୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାରୁ ଏମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବା ପରେ ଦାଦନପ୍ରବଣ ଏବଂ ଭୋକର ଭୂଗୋଳ ଭାବେ ପରିଚିତ ଏହି ଅଞ୍ଚଳଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଭାରତ ସରକାରଙ୍କ ଆକାଂକ୍ଷୀ ଜିଲା ଭାବେ ଚିହ୍ନିତ ବଲାଙ୍ଗୀର ଜିଲାର ଅନଗ୍ରସର ବ୍ଳକ୍‌ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଏବଂ କଣ୍ଟାବାଞ୍ଜି ଏନ୍‌ଏସିକୁ ନେଇ ଗଠିତ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ସ୍ବାଧୀନତା ପରଠାରୁ ଦୁର୍ଭିକ୍ଷ, କ୍ରମାଗତ ମରୁଡ଼ି, ଅନାହାର ମୃତ୍ୟୁ, ପିଲାବିକ୍ରି ଏବଂ ଦାଦନ ସମସ୍ୟା ପାଇଁ କୁଖ୍ୟାତି ଅର୍ଜନ କରିଆସିଛି। ପ୍ରତିବର୍ଷ ଜିଲାରୁ ଅନେକ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ସ୍ଥାନାନ୍ତର ହେବା ଏବଂ ସେଠାରେ ଅମାନବିକ ନିର୍ଯାତନା ଭୋଗିବା ସାଧାରଣ ଘଟଣାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ସ୍ଥିର ଶାସନ କାଳରେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ସ୍ବରୂପ ବିଶେଷ ବଦଳି ନାହିଁ। ଏଭଳି ସ୍ଥିତିରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ବିଜେଡି ପ୍ରାର୍ଥୀ ହେବା ଏହି ଅଞ୍ଚଳର ସାମଗ୍ରିକ ରୂପରେଖ ବଦଳାଇବାରେ ସକ୍ଷମ ହେବ କି ନାହିଁ ତାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।
ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା ହେବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ଦଳ ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ପଶ୍ଚିମ ଓଡ଼ିଶା ପ୍ରତି କ୍ରମାଗତ ବୈମାତୃକ ମନୋଭାବରୁ ଯେଉଁ ସ୍ବତନ୍ତ୍ର କୋଶଳ ରାଜ୍ୟ ଆନ୍ଦୋଳନ ମୁଣ୍ଡ ଟେକୁଛି, ସେଇ ଭୟ ଓ ଲୋକଙ୍କ ଭିତରେ ପୁଞ୍ଜୀଭୂତ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନବୀନ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହୋଇଛନ୍ତି ବୋଲି ସେ କହିଛନ୍ତି। ଦୀର୍ଘବର୍ଷର ଉପେକ୍ଷା ଓ ଅନଗ୍ରସରତା ବିରୋଧରେ ଏଠାକାର ଲୋକେ ଏକଜୁଟ୍‌ ହୋଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଉଚିତ୍‌ ଜବାବ ଦେବେ ବୋଲି ସେ କହିଛନ୍ତି। ସେହପରି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସାଲୁଜା କହିଛନ୍ତି, ବିଜେଡି ପାଖରେ ପ୍ରାର୍ଥୀ ନାହିଁ। କଣ୍ଟାବାଞ୍ଜିବାସୀ ସ୍ବାଭିମାନୀ। ସେମାନେ କଂଗ୍ରେସ ସହିତ ଅଛନ୍ତି ଓ ଆସନ୍ତା ନିର୍ବାଚନରେ ସେ ଜିତିବେ ବୋଲି କହିଛନ୍ତି।

ସମୀକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ସେଠାରୁ ଜିତିବା ପରେ ସେହି ଆସନ ଛାଡ଼ିଥିଲେ। କଣ୍ଟାବାଞ୍ଜି ଅବସ୍ଥା ସେୟା ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri