ଭଙ୍ଗା ହୃଦୟରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୧।୭: ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। ଏକ ଲମ୍ବା ଚିଠିରେ ଏହି ଘଟଣା ତାଙ୍କ ହୃଦୟକୁ କଷ୍ଟ ଦେଇଥିବା ନବୀନ ଲେଖିଛନ୍ତି।

ନବୀନ ଲେଖିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ । ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ସେ ହେଉଛନ୍ତି ଏ ଜାତିର ମଉଡମଣି । ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି । ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ । ଏତଦ୍ ବ୍ୟତୀତ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସାରା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି ।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ । ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶ୍ୱେତପୂର୍ବ । ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେଏଭଳି ଘଟଣା କେବେ ଘଟି ନ ଥିଲା । ଆଖୁରେ ଦେଖ୍ ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ ।

ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ର ଏଭଳି ଅଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିବାରେ ସମର୍ଥ ହେଲାନାହିଁ ।

ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ । ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ । ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ବ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ । ମୋର ବିଶ୍ବାସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ।”


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?